Posted inଜାତୀୟ

ଝାଡ଼ଖଣ୍ଡରେ ଚମ୍ପାଇ ସୋରେନ୍‌ ସରକାର ନା ହେବ ରାଜନୈତିକ ଖେଳ? କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟିବେ…

ରାଞ୍ଚି,୧।୨: ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ବଢ଼ିବାରେ ଲାଗିଛି। ମହାମେଣ୍ଟର ବିଧାୟକମାନଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ ବୋଲି କୁହାଯାଉଥିବା ବେଳେ ସ୍ବତନ୍ତ୍ର ବିମାନ ରାଞ୍ଚିରେ ପହଞ୍ଚିଛି। ବିଧାୟକମାନେ ସର୍କିଟ୍‌ ହାଉସ୍‌ରେ ଉପସ୍ଥିତ ଥିବା ବେଳେ ଜେଏମ୍‌ଏମ୍‌ର ୪ ବିଧାୟକଙ୍କ ଖୋଜ ଖବର ମିଳୁନାହିଁ। ଏଭଳି ସ୍ଥିତିରେ ରାଜ୍ୟପାଳ ସି ପି ରାଧାକୃଷ୍ଣନ ଚମ୍ପାଇ ସୋରେନଙ୍କୁ ୫.୩୦ରେ ଭେଟିବାକୁ ସମୟ ଦେଇଛନ୍ତି। ପୂର୍ବରୁ ଚମ୍ପାଇ ଦିନରେ ରାଜ୍ୟପାଳଙ୍କୁ ଚିଠି ଲେଖି ସରକାର ଗଠନ ସମ୍ବନ୍ଧରେ ସ୍ଥିତି ସ୍ପଷ୍ଟ କରିବାକୁ କହିଥିଲେ।

ଗୋଟିଏ ପଟେ ସରକାର ଗଠନ ଲାଗି ଡାକରା ମିଳିଥିବା ବେଳେ ବିଧାୟକ ଗାଏବ ହେବାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି। ରାଜ୍ୟରେ କିଛି ରାଜନୈତିକ ଖେଳ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି। ଏହାକୁ ନେଇ ମହାମେଣ୍ଟ ଆକ୍ଟିଭ୍‌ ହୋଇଛି। ବିଧାୟକମାନଙ୍କୁ ଏକତ୍ରିତ କରାଯାଉଛି।

ପ୍ରକାଶ ଯେ, ବୁଧବାର ହେମନ୍ତ ସୋରେନ୍‌ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସ୍ଥିତର କରାଯାଇଥିଲା। ଚମ୍ପାଇ ସୋରେନଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିବା ଦଳ କହିଥିଲା। ଏହାପରେ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ଲାଗି ଦାବି ଉପସ୍ଥାପନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri