ଭୁବନେଶ୍ୱର, ୨୫।୧୦: ବାତ୍ୟା ନେବ ଭୀଷଣ ବାତ୍ୟା ରୂପ । ୨୮ରେ ଭୀଷଣ ବାତ୍ୟା ନେଇ IMDର ଆକଳନ । ଆଇଏମଡି ଜାରି କଲା ବାତ୍ୟାର ନୂଆ ଟ୍ରାକ । ଘଣ୍ଟା ପ୍ରତି ଶହେ କିମି ବେଗରେ ବହିବ ପବନ । ଆସନ୍ତାକାଲି ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଉତ୍ତର ଆନ୍ଧ୍ର ଉପକୂଳକୁ ଷ୍ଟ୍ରାଇକ କରିବ ବୋଲି ଆକଳନ କରାଯାଉଛି। ଏହାରି ଭିତରେ ସ୍କୁଲ ଓ ଅଫିସ ଛୁଟିକୁ ନେଇ ବଡ଼ ଖବର ଆସିଛି । ଆସନ୍ତାକାଲି ସ୍ଥିତି ଦେଖି ଅଫିସରଙ୍କ ଛୁଟି ବାତିଲ ହେବା ନେଇ ନିଷ୍ପତ୍ତି ନିଆଯାଇପାରେ। ଏପରିକି ସ୍କୁଲ କଲେଜ ମଧ୍ୟ ଛୁଟି ହୋଇପାରେ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ଡି.କେ ସିଂ ସୂଚନା ଦେଇଛନ୍ତି । ଏନେଇ ଆଜି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ବୈଠକ ଡକାଇଛନ୍ତି। ଲ୍ୟାଣ୍ଡ ସ୍ଲାଇଡ ଓ ଅର୍ବାନ ଫ୍ଲଡ ଉପରେ ସରକାରଙ୍କ ନଜର ରହିଛି। ଲୋକେ ସତର୍କ ରୁହନ୍ତୁ, ଭୟଭୀତ ହୁଅନ୍ତୁ ନାହିଁ ବୋଲି ସରକାର କହିଛନ୍ତି ।
ଆହୁରି ମଧ୍ୟ ୨୮,୨୯ ଓ ୩୦ ତାରିଖ ଗୁରୁତ୍ବପୂର୍ଣ୍ଣ। ଏହି ଦିନ ପ୍ରଭାବିତ ହେବାର ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ,ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା,କେନ୍ଦ୍ରାପଡ଼ା, ଜଗତସିଂପୁର, ଭଦ୍ରକ ପ୍ରଭାବିତ ହେବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ।

