ବାତ୍ୟା: ୫ ଜିଲାରେ ଅତିପ୍ରବଳ ବର୍ଷା

ଭୁବନେଶ୍ୱର,୩।୧୨(ଅନିଲ ଦାସ)ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ(ଡିପ୍ରେସନ) ଶନିବାର ଗଭୀର ଅବପାତ(ଡିପ୍‌ ଡିପ୍ରେସନ)ରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୮କି.ମି. ବେଗରେ ଗତି କରୁଛି। ଗଭୀର ଅବପାତ ପୁଡୁଚେରିର ଦକ୍ଷିଣ-ପୂର୍ବ ଦିଗରେ ୪୦୦ କି.ମି., ନେଲୋରଠାରୁ ୫୦୦ କି.ମି. ଏବଂ ମଚ୍ଛଲିପଟନମ୍‌ଠାରୁ ୬୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ। ଏହା ପରେ ବାତ୍ୟା ୪ ତାରିଖ ଅପରାହ୍ନରେ ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ତାମିଲନାଡୁ କୂଳରେ ପହଞ୍ଚିବ। ୫ ତାରିଖ ପୂର୍ବାହ୍ନରେ ବାତ୍ୟା ଉତ୍ତର ଦିଗକୁ ଗତିକରି ଦକ୍ଷିଣ ଆନ୍ଧ୍ର ଉପକୂଳ ନେଲୋର ଏବଂ ମଚ୍ଛଲିପଟନମ୍‌ ଦେଇ ସ୍ଥଳଭାଗ ଅତିକ୍ରମ କରିପାରେ। ସ୍ଥଳଭାଗ ଛୁଇଁବା ବେଳକୁ ବାତ୍ୟାର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କି.ମି. ଓ ବେଳେ ବେଳେ ୧୦୦ କି.ମି. ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ବାତ୍ୟା ପ୍ରଭାବରେ ଆସନ୍ତା ୫ରୁ ୮ ତାରିଖ ଯାଏ ଦକ୍ଷିଣ, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ୫ ତାରିଖରେ ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲାରେ ଅତି ପ୍ରବଳ (୭ରୁ ୨୦ ସେ.ମି.) ବର୍ଷା ହୋଇପାରେ। ଏହି ସବୁ ଜିଲା ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହିତ ନବରଙ୍ଗପୁର, ନୟାଗଡ଼, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ୬ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ା ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଏହିସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ବାତ୍ୟା ଯୋଗୁ ଉପକୂଳରେ ୫୦ରୁ ୬୦ କି.ମି. ବେଗରେ ପବନ ବହିପାରେ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ମତ୍ସ୍ୟଜୀବୀମାନଙ୍କୁ ଡିସେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲାର କୃଷି ଅଧିକାରୀମାନଙ୍କ ଛୁଟି ୨ରୁ ୬ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ସରକାର କୃଷକମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ଶନିବାର କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଅମଳ ଉପଯୋଗୀ ଧାନ, ମାଣ୍ଡିଆ ଓ କପା ଆଦି ଫସଲକୁ ଅମଳ କରି ଯଥାସମ୍ଭବ ସୁରକ୍ଷିତ ସ୍ଥାନରେ ସାଇତି ରଖିବା ପାଇଁ ପରାମର୍ଶ ଦିଆଯାଇଛି। ‘ଆମ କୃଷି’ ପଞ୍ଜୀକୃତ ଚାଷୀମାନଙ୍କୁ ଆଇଭିଆର୍‌ଏସ୍‌ରେ ବାର୍ତ୍ତା ପଠାଇ ସଚେତନ କରାଯାଇଛି। ଏହାଛଡ଼ା ବିଭିନ୍ନ ଜିଲାଗୁଡ଼ିକରେ ମାଇକ ଜରିଆରେ ବାର୍ତ୍ତା ପ୍ରଚାର କରାଯାଇ ଚାଷୀମାନଙ୍କୁ ସଚେତନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋ-କୋଙ୍କ ପ୍ଲାନ ୨୦୨୭, ଏହି ତାରିଖରେ କରିବେ କମ୍‌ବ୍ୟାକ୍‌, ଖେଳିବେ ଏତେଟା ଓ଼୍ବାନଡେ ମ୍ୟାଚ୍‌…

ନୂଆଦିଲ୍ଲୀ,୪।୩: ୨୦୨୬ ଟି୨୦ ବିଶ୍ୱକପ ପରେ, ଭାରତୀୟ କ୍ରିକେଟ ଦଳର ଧ୍ୟାନ ସମ୍ପୂର୍ଣ୍ଣ ଭାବରେ ୫୦ ଓଭର ଫର୍ମାଟକୁ ସ୍ଥାନାନ୍ତରିତ ହେବ। ଭାରତର ଦୁଇ ବଡ଼ ତାରକା,…

ଭାରତୀୟ ମହିଳା କ୍ରିକେଟ ଟିମ୍‌ଙ୍କୁ ଝଟ୍‌କା, ଦଳରୁ ହଠାତ୍‌ ବାହାରିଲେ ମ୍ୟାଚ୍‌ ଓ଼୍ବିନର୍‌

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆ ଗସ୍ତ କରୁଥିବା ଭାରତୀୟ ମହିଳା କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଲା ଯେତେବେଳେ ବରିଷ୍ଠ ପେସର ରେଣୁକା ସିଂହ ଠାକୁରଙ୍କୁ କାର୍ଯ୍ୟଭାର ପରିଚାଳନା…

ବଡ଼ଛତ୍ରଙ୍ଗରେ ଉତ୍ସାହର ସହ ପାଳିତ ହେଲା ହୋଲି :  ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଲା ଗାଁ

ଥୁଆମୂଳରାମପୁର, ୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକର ବଡ଼ଛତ୍ରଙ୍ଗ ଗ୍ରାମରେ ରାଧାକୃଷ୍ଣ ପୂଜା କମିଟି ପକ୍ଷରୁ ଚଳିତ ବର୍ଷର ପବିତ୍ର ହୋଲି ଉତ୍ସବ ଅତ୍ୟନ୍ତ…

ହୋଲି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲି। ଏ ନେଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ ‘ଏକ୍ସ’ରେ ଲେଖିଛନ୍ତି,‘ରଙ୍ଗର…

ସ୍ତ୍ରୀଙ୍କ ରକ୍ତରେ ହୋଲି : ଛୁରି ଭୁସିି

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲିରେ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ସ୍ତ୍ରୀଙ୍କ ରକ୍ତରେ ହୋଲି ଖେଳିଲେ ସ୍ବାମୀ। ହୋଲିରେ ସ୍ତ୍ରୀଙ୍କୁ ଛୁରି ଭୁସିି ହତ୍ୟା କଲେ ସ୍ବାମୀ। ଏଭଳି ଅଭାବନୀୟ…

୧,୯୯,୭୦,୦୦,୦୦,୦୦,୦୦୦ ଆମେରିକାର ଯୁଦ୍ଧର ଖର୍ଚ୍ଚ, ଟ୍ରମ୍ପ କହିଲେ ଏତିକି ଦିନ ଯାଏ ଚାଲିବ ଯୁଦ୍ଧ

ଓ୍ବାଶିଂଟନ୍‌,୪।୩: ଆମେରିକା ପୁଣି ଥରେ ଯୁଦ୍ଧରେ ଜଡିତ। ଜୀବନ ଏବଂ ସମ୍ପତ୍ତି କ୍ଷତି ସହିତ, ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛି। ରିପୋର୍ଟଗୁଡ଼ିକ ସୂଚିତ…

ଛାତ୍ରାବାସରୁ ୧୦ ଛାତ୍ର ହଷ୍ଟେଲରୁ ଫେରାର୍‌ ଘଟଣା: ଜଙ୍ଗଲରେ ରାତି ବିତାଇଲେ ଦ୍ୱିତୀୟ ଶ୍ରେଣୀ ଛାତ୍ର, ଭୋର୍‌ରୁ ହେଲେ ଉଦ୍ଧାର

ଦାରିଙ୍ଗବାଡି, ୪।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ସାମନବାଡି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୦ଶଯ୍ୟା ବିଶିଷ୍ଟ ଛାତ୍ରାବାସରୁ ମଙ୍ଗଳବାର…

ଜୀବନର ରଙ୍ଗ ଛଡେଇନେଲା ଦନ୍ତା ହାତୀ:  ଯୁବକଙ୍କ ମୃତ୍ୟୁ

ମୋରଡା/ରାସଗୋବିନ୍ଦପୁର,୪/୩ (ସ୍ମାରକ ମାଜୀ/ସତ୍ୟବାଦୀ ପରିଡା):ରଙ୍ଗର ପର୍ବ ହୋଲିରେ ମଉଳି ଗଲା ଯୁବକଙ୍କ ଜୀବନର ରଙ୍ଗ। ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଖଃଦ ଘଟଣା ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri