ମାଡ଼ି ଆସୁଛି ବାତ୍ୟା

ଭୁବନେଶ୍ୱର,୨୫ା୯(ବ୍ୟୁରୋ)- ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ରୂପ ନେଇଛି। ଏହା ପଶ୍ଚିମ ଦିଗ ଦେଇ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଉପକୂଳକୁ ମାଡ଼ିଚାଲିଛି। ବାତ୍ୟା ଗୋପାଳପୁରଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ୩୫୦ କି.ମି. ଏବଂ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍‌ଠାରୁ ପୂର୍ବ ଉତ୍ତର ପୂର୍ବ ଦିଗର ୪୦୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ୨୬ ତାରିଖ ସନ୍ଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ କଳିଙ୍ଗପଟନମ୍‌ ଏବଂ ଗୋପାଳପୁର ମଧ୍ୟଦେଇ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଘଣ୍ଟା ପ୍ରତି ୬୫ରୁ ୭୫ କି.ମି. ବେଗରେ ପବନ ବହିବ। ସ୍ଥଳଭାଗ ଅତିକ୍ରମ କରିବା ବେଳେ ଏହାର ବେଗ ଆହୁରି ବଢ଼ିଯିବ। ଘଣ୍ଟା ପ୍ରତି ୭୦ରୁ ୯୦ କିଲୋମିଟର ଏବଂ ବେଳେ ବେଳେ ଏହା ୧୦୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି। ବାତ୍ୟାରେ ପବନର ବେଗ କମ ରହିଲେ ମଧ୍ୟ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟା ପ୍ରଭାବରେ ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ଗଜପତି, କୋରାପୁଟ ଏବଂ ମାଲକାନଗିରି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ କଳାହାଣ୍ଡି ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଏହିସବୁ ଜିଲା ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୨୭ ତାରିଖରେ କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହିତ କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ନୂଆପଡ଼ା, ବୌଦ୍ଧ, ସୋନପୁର, ଗଞ୍ଜାମ, ଗଜପତି ଏବଂ ନୟାଗଡ଼ ଜିଲାରେ ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ୨୭ ତାରିଖ ଯାଏ ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ଏଥିସହିତ ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ସମୁଦ୍ର ଢେଉ ୫ ମିଟର ଉଚ୍ଚରେ ଉଠିବା ସହିତ କଚ୍ଚାଘର, ବିଦ୍ୟୁତ୍‌ ଖୁଣ୍ଟ, ଗଛ ଭାଙ୍ଗିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ବିଜେଡି ନେତୃତ୍ୱ: କଳିକେଶଙ୍କୁ ନେଇ ଏମିତି କିଛି କହିଲେ ଦେବାଶିଷ

ଭୁବନେଶ୍ୱର,୧୪।୨ କଳିକେଶଙ୍କୁ ବିଜେଡି ନେତୃତ୍ୱ ଦାବିରେ ମୁହଁ ଖୋଲିଲେ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ସେ ଜଣେ ଯୁବ ଦକ୍ଷ ନେତା, ତାଙ୍କ ପରିବାର ସହ ନବୀନଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri