ଭୁବନେଶ୍ୱର,୨୯ା୧୦: ବାତ୍ୟା ‘ମୋନ୍ଥା’ ଦ୍ବାରା ରାଜ୍ୟର ୩୩ ବ୍ଲକ ଏବଂ ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
ସେ କହିଛନ୍ତି, ଗଜପତି ଜିଲାର ଗୋଷାଣୀ ନୂଆଗାଁ ବ୍ଲକ୍ରେ ସର୍ବାଧିକ ୧୫୦ ମିମି ବର୍ଷା ହୋଇଥିବାବେଳେ ୫୬ଟି ବ୍ଲକ୍ରେ ୫୦ରୁ ୧୦୦ ମିମି ବର୍ଷା ହୋଇଛି।। ୩୬୨ ଫ୍ରି’ କିଚେନ୍ରେ ୧୮,୭୬୨ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ଆସନ୍ତାକାଲିଠାରୁ ବିଭିନ୍ନ ବିଭାଗ କ୍ଷୟକ୍ଷତି ଆକଳନ କରିବେ। କିଛି ସ୍ଥାନରେ ଘର କ୍ଷତି ହେବାର ସୂଚନା ମିଳିଛ। ରିପୋର୍ଟ ଆସିବା ମାତ୍ରେ ସରକାର କ୍ଷତିପୂରଣ ଦେବେ। ମୋଟ ୧୯ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିଲେ। ୨୧୯୮ ଆସନ୍ନ ପ୍ରସବାଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଇଥିଲା। ଭଗବାନଙ୍କ ଆଶୀର୍ବାଦରୁ ଓଡ଼ିଶାରେ ବାତ୍ୟାର ପ୍ରକୋପ ଅଧିକ ହେଲା ନାହିଁ। ଓଡ଼ିଶା ସୀମା ଛୁଇଁ ବାତ୍ୟା ପଳାଇଗଲା ବୋଲି ମନ୍ତ୍ରୀ କହିଛନ୍ତି।


