ମୁଖ୍ୟ ରାସ୍ତାରେ ପଡି ଗୁରୁତର ସାଇକେଲ ଆରୋହିଙ୍କୁ ମିଳିଲାନି ଆମ୍ବୁଲାନ୍ସ: ଡାକ୍ତରଖାନାରେ ମୃତ୍ୟୁ

ଲାଞ୍ଜିଗଡ଼,୧୬।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବିଜେପୁର-ବିଶ୍ୱନାଥପୁର ମୁଖ୍ୟ ରାସ୍ତାର ଖଜୁରଗୁଡା ଗାଁ ମାଣ୍ଡିଆ ରୁଚା ନିକଟରେ ଏକ ସାଇକେଲ ଆରୋହି ମୁଖ୍ୟ ରାସ୍ତାରେ ପଡି ଗୁରୁତର ହୋଇ ପ ବେଳେ ଆରୋହିଙ୍କୁ ମିଳିନଥିଲା ଆମ୍ବୁଲାନ୍ସ। ଯାହା ଫଳରେ ୬ କିମି ଦୂର ବାଇକରେ ଆଣି ବିଶ୍ୱନାଥ ପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଚାଲିଥିବା ବେଳେ ଆରୋହି ଟଙ୍କ ମାଝୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଲାଞ୍ଜିଗଡ ବ୍ଳକ କୁମଖାଲ ପଞ୍ଚାୟତ ଟିମନବାଡ଼ି ଗାଁ ନିକଟରେ ଥିବା ଗ୍ରାମର ଟଙ୍କ ମାଝୀ(୩୫)ନାମକ ଜଣେ ଯୁବକ ନିଜ ସାଇକେଲରେ ନିଜ ଗାଁ ଠାରୁ ଦିନ ସାଢେ ୧୨ ଟା ସମୟରେ ବିଶ୍ୱନାଥପୁର -ବିଜେପୁର ମୁଖ୍ୟ ରାସ୍ତା ଦେଇ ଲୁମା ଗାଁ ଛକକୁ ଯାଉଥିବା ବେଳେ ଖଜୁରଗୁଡା ଗାଁ ନିକଟସ୍ଥ ମାଣ୍ଡିଆ ରୁଚା ନିକଟରେ ନିଜ ସାଇକେଲରୁ ମୁଖ୍ୟ ରାସ୍ତାରେ ପଡି ଯିବା ଫଳରେ ମୁଣ୍ଡରେ ଗୁରୁତର ଆଘାତ ଲାଗି ଥିଲା। ଖବର ପାଇ ନିଜ ସ୍ତ୍ରୀ ସୂର୍ଯ୍ୟ ମାଝୀ ଓ ତାଙ୍କ ଭାଉଜ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସ୍ଥାନୀୟ ଯୁବକ ମାନେ ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ମିଳିନଥିଲା । ଯାହା ଫଳରେ ସେହି ରାସ୍ତା ଦେଇ ଆସୁଥିବା ଦୁଇ ଜଣ ଯୁବକ ୬ କିମି ଦୂର ବାଇକରେ ଆଣିବା ପରେ ବିଶ୍ୱନାଥପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଚାଲିଥିବା ବେଳେ ଟଙ୍କ ମାଝୀଙ୍କ ମୃତ୍ୟୁ ଘଟିଥିଲା। ଆଜି ଆମ୍ବୁଲାନ୍ସ ଯୋଗାଯୋଗ କରିଥିଲେ ମଧ୍ୟ ସେହି ଅଞ୍ଚଳରେ ଆମ୍ବୁଲାନ୍ସ ଗଛିତ ନଥିବା ସୂଚନା ମିଳିଥିଲା।ଯାହା ଫଳରେ ଚିକିତ୍ସା ଯୋଗାଇବା ବିଳମ୍ବ ଯୋଗୁଁ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ଘଟୁଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜାହାଜ ଚଳାଚଳ ପକ୍ଷରୁ ବଡ଼ ସୂଚନା: ଆଉ ୨ ଭାରତୀୟ ଏଲ୍‌ପିଜି ବୋଝେଇ ଟ୍ୟାଙ୍କର ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଅତିକ୍ରମ କରିବ

ନୂଆଦିଲ୍ଲୀ,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବିଶ୍ୱର ପ୍ରମୁଖ ତୈଳ ପରିବହନ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଇରାନ ଅବରୋଧ କରିଥିବା ବେଳେ ଭାରତରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍‌(ଏଲ୍‌ପିଜି)…

ଗୁଜରାଟର କମ୍ପାନୀରେ କାମ କରୁଥିଲେ ଯୋଗେନ୍ଦ୍ର, ଡ୍ୟୁଟିରୁ ଫେରିବାବେଳେ ଘଟିଲା…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୫୫)ଙ୍କ ଗୁଜରାଟର ପାଟଣା ସହରରେ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ

କଲମପୁର,୨୧ା୩ (ଗଣେଶରାମ ବାଗ)- କଲମପୁର ଥାନା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପାତ୍ରବସା ଘାଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ପାତ୍ରବସା…

ପ୍ରତାପ ଜେନାଙ୍କ ଘର ଉପରେ ଆକ୍ରମଣ ନେଇ ତାତିଲା ବିଜେଡି: ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ…

ଭୁବନେଶ୍ୱର,୨୧।୩(ସୁନିତ ମିଶ୍ର): ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ପ୍ରତାପ ଜେନାଙ୍କ ଅନୁପସ୍ଥିତିରେ ତାଙ୍କ ବାସଭବନରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ…

ରାମାୟଣ ମଞ୍ଚସ୍ଥ ପାଇଁ ଚାଲିଥିଲା ପ୍ରସ୍ତୁତି: ଘଟିଲା ବଡ଼ ଅଘଟଣ, ଲାଇଟ୍‌ ଲଗାଉଥିବାବେଳେ ଯୁବକଙ୍କୁ…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ଢେପସାହିରେ ଥିବା ମା ’ ମଙ୍ଗଳା ମନ୍ଦିର ପ୍ରତିଷ୍ଠାର ବାର୍ଷିକୋତ୍ସବ ପାଇଁ ଗଜପତି ଜିଲା…

ଖବର ପ୍ରସାର ପରେ ହାଟଡ଼ିହୀ ତହସିଲରେ ଅସ୍ଥାୟୀ ଭାବେ ଦୁଇ ଅଧିକାରୀଙ୍କୁ ଦାୟିତ୍ୱ…..

ବଞ୍ଚୋ,୨୧।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହୀ ତହସିଲ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ସ୍ଥାୟୀ ତହସିଲଦାର ନ ଥିବାରୁ ସାଧାରଣ ଲୋକମାନେ ଅନେକ ସମସ୍ୟାରେ ପଡ଼ୁଥିବା…

ଆଇପିଏଲ୍‌ ପୂର୍ବରୁ କେକେଆରକୁ ବଡ଼ ଝଟ୍‌କା

କୋଲକାତା, ୨୧ା୩: ଭାରତ ସିମର ଆକାଶ ଦୀପ୍‌ଙ୍କ ପିଠିର ନିମ୍ନ ଭାଗରେ ଆଘାତ ଲାଗିଛି। ଫଳରେ ସେ ଅତି କମ୍‌ରେ ୮ ସପ୍ତାହ ଖେଳିପାରିବେନି। ଫଳରେ ଆସନ୍ତା…

ଅଣ ଓଡିଆ ଯୁବକଙ୍କୁ ଛୁଆ ଚୋର ଭାବି  ପିଟିପକାଇଲେ ଗାଁ ଲୋକେ: ଭିଡିଓ ଭାଇରାଲ ପରେ… 

ବଲାଙ୍ଗୀର,୨୧।୩: ବଲାଙ୍ଗୀର ସଦରଥାନା ଅନ୍ତର୍ଗତ ଖର୍ଲ୍ଲୀକାନି ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁରେ ଛୁଆ ଚୋର ସନ୍ଦେହରେ ଜଣେ ଅଣ ଓଡ଼ିିଆ ଯୁବକଙ୍କୁ ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri