ମାତିଲେ ସାଇବର ଠକ

ଅନୁଗୋଳ ଅଫିସ,୩୧।୧୦: ଅନୁଗୋଳ ଜିଲାରେ ପୁଣି ମାତିଛନ୍ତି ସାଇବର ଠକ। ସେମାନଙ୍କ ଶିକାର ହୋଇଛନ୍ତି ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ଅନ୍ୟ ଜଣେ ମହିଳା। କ୍ରେଡିଟ୍‌ କାର୍ଡ କାର୍ଯ୍ୟକ୍ଷମ କରାଇବାକୁ କହି ରେଲଓ୍ବେ କର୍ମଚାରୀଙ୍କ ଆକାଉଣ୍ଟରୁ ଅଭିଯୁକ୍ତମାନେ ୫୪ ହଜାର ଟଙ୍କା ନେଇଯାଇଛନ୍ତି। ସେହିପରି କାଳିଆ ଟଙ୍କା କରାଇଦେବାକୁ କହି କୌଶଳକ୍ରମେ ତଥ୍ୟ ସଂଗ୍ରହ କରି ଜଣେ ମହିଳାଙ୍କଠାରୁ ୮୦୦୦ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି।
ଅନୁଗୋଳ ରାଣୀଗୋଡ଼ା ରେଲଓ୍ବେ କଲୋନୀରେ ରହୁଥିବା କର୍ମଚାରୀ ଦଶରଥ ମହନ୍ତ (୪୦) ସାଇବର ଠକେଇର ଶିକାର ହୋଇଛନ୍ତି। ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ ଗ୍ରାହକ ସେବାକେନ୍ଦ୍ରର କର୍ମଚାରୀ ବୋଲି ପରିଚୟ ଦେଇ ଜଣେ ମହିଳା ତାଙ୍କ ଆକାଉଣ୍ଟରୁ ୫୪ ହଜାର ୭୦୨ ଟଙ୍କା ନେଇଯାଇଛନ୍ତି। ଏ ନେଇ ଦଶରଥ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଚଳାଇଛି। ଦଶରଥଙ୍କ ନାମରେ ଇସ୍ୟୁ ହୋଇଥିବା ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ କାର୍ଯ୍ୟକ୍ଷମ ହୋଇ ନ ଥିଲା। ଗତ ୨୬ ତାରିଖରେ ଏକ ଅଜଣା ନମ୍ବରରୁ ତାଙ୍କ ନିକଟକୁ ଫୋନ୍‌ ଆସିଥିଲା। ସାଇବର ଠକ ଜଣକ ନିଜକୁ ଏସବିଆଇ କ୍ରେଡିଟ୍‌ କାର୍ଡ ଗ୍ରାହକ ସେବାକେନ୍ଦ୍ରର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। କାର୍ଡ ଚାଲୁ କରିବାକୁ ହେଲେ ବ୍ୟାଙ୍କ ତଥ୍ୟ ଦେବାକୁ କହିଥିଲେ। ଏଥିରେ ବିଶ୍ୱାସ କରି ଦଶରଥ ତଥ୍ୟ ପ୍ରଦାନ କରିଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ୫୪ ହଜାର ୭୦୨ ଟଙ୍କା ଗାଏବ ହୋଇଯାଇଥିଲା।
ସେହିପରି ଅନୁଗୋଳ ସଦର ଥାନା ବାରିସିଂହା ଅଞ୍ଚଳର ଜଣେ ମହିଳା ଠକାମିର ଶିକାର ହୋଇଛନ୍ତି। କାଳିଆ ଯୋଜନାରେ ଟଙ୍କା ମିଳିବା କହି ଜଣେ ବ୍ୟକ୍ତି ତାଙ୍କ ନିକଟରୁ ସମସ୍ତ ତଥ୍ୟ ସଂଗ୍ରହ କରିବା ସହିତ ଆକାଉଣ୍ଟରୁ ୮ ହଜାର ଟଙ୍କା ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ବୁଧବାର ପୂର୍ବାହ୍ନରେ ମହିଳାଙ୍କ ଘରେ ସୁବଳ ନାମକ ଜଣେ ଯୁବକ ପହଞ୍ଚତ୍ଥିଲେ। କାଳିଆ ଯୋଜନାରେ ଟଙ୍କା କରାଇ ଦେବାକୁ କହି ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍‌, ମୋବାଇଲ ନମ୍ବର, ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିନେଇଥିଲେ। ସପ୍ତାହକ ମଧ୍ୟରେ କାଳିଆ ଟଙ୍କା ମିଳିବ ବୋଲି କହିଥିଲେ। ଉକ୍ତ ଦିନ ଅପରାହ୍ନରେ ଟଙ୍କା ଆବଶ୍ୟକତା ଥିବାରୁ ମହିଳା ଗ୍ରାମରେ ଥିବା ବ୍ୟାଙ୍କ୍‌ ଅଫ୍‌ ବରୋଦାକୁ ଯାଇଥିବାବେଳେ ତାଙ୍କ ଆକାଉଣ୍ଟରୁ ୮୦୦୦ ଟଙ୍କା କଟିଥିବା ଜଣାପଡ଼ିଥିଲା। ପୋଲିସ ଉଭୟ ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri