ସାଇବର ଠକେଇ, ପୁଣି ଜଣେ ଅଭିଯୁକ୍ତ ଗିରଫ

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପୋଲିସ ସାଇବର ଠକେଇ ପାଇଁ ଚାଲିଥିବା ଅପରେଶନ କବଚକୁ ଜୋରଦାର କରିଛି। ବୁଧବାର ଜିଲା ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରଥିଲା। ଗୁରୁବାର ଜିଲାର ଭଟଲି ଥାନା ପୋଲିସ ଏଭଳି ଅଭିଯୋଗରେ ଆଉଜଣେ ଅଭିଯୁକ୍ତଙ୍କୁ ଗିରଫ କରି ବରଗଡ଼ କୋର୍ଟକୁ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବରଗଡ଼ ଜିଲା କାରାଗାର ହାଜତକୁ ପଠାଇ ଦିଆଯାଇଛି। ସେ ହେଲେ ବରଗଡ଼ ସଦର ଥାନା ଅନ୍ତର୍ଗତ ନୂଆଗଡ଼ର ଚନ୍ଦ୍ରକାନ୍ତ ସାହୁ(୩୫)। ତାଙ୍କ ବିରୋଧରେ ଭଟଲି ଥାନାରେ ଏକ ମାମଲା(ନଂ-୫୩/୨୬) ରୁଜୁ ହୋଇଛି। ଅଭିଯୁକ୍ତ ଚନ୍ଦ୍ରକାନ୍ତ ଅନ୍ୟ ଲୋକଙ୍କ ନାମରେ ଆକାଉଣ୍ଟ ଖୋଲି ଟଙ୍କା ଠକେଇ କରି ଚାଲିଥିଲେ। ତେବେ ଏଭଳି ଠକେଇ ନେଇ ପୋଲିସ ପକ୍ଷରୁ ଚାଲିଥିବା ଅପରେଶନ କବଚ ଜାଲରେ ସେ ପଡ଼ିଛନ୍ତି। ତାଙ୍କ ପାଖରୁ ବିଭିନ୍ନ ବ୍ୟାଙ୍କର ଡେବିଟ୍‌ କାର୍ଡ, ଚେକ୍‌ବୁକ୍‌ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ କଣ୍ଟେଣ୍ଟ ପାଇଁ ଉତ୍ତରଦାୟୀ ରୁହନ୍ତୁ ଡିଜିଟାଲ ପ୍ଲାଟ୍‌ଫର୍ମ: ଅଶ୍ୱିନୀ

ନୂଆଦିଲ୍ଲୀ,୨୭ା୨(ପି.ଟି.): ଡିଜିଟାଲ ପ୍ଲାଟ୍‌ଫର୍ମଗୁଡ଼ିକରେ ପ୍ରକାଶ ପାଉଥିବା ଅନ୍‌ଲାଇନ କଣ୍ଟେଣ୍ଟ ପାଇଁ ସେମାନଙ୍କୁ ଉତ୍ତରଦାୟିତ୍ୱ ନେବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। କଣ୍ଟେଣ୍ଟ ବା ବିଷୟବସ୍ତୁର…

୬,୬,୬,୬,୬….ମାତ୍ର ୧୪ ବଲ୍‌ରେ କମାଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୬।୨: IPL 2026 ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଚମତ୍କାର ଫର୍ମରେ ଅଛନ୍ତି। ସେ ଚଳିତ DY ପାଟିଲ T20 ଟୁର୍ନାମେଣ୍ଟରେ ଏହି ସଫଳତା ହାସଲ…

କ୍ରିକେଟର ରିଙ୍କୁ ସିଂଙ୍କ ବାପାଙ୍କ ଦେହାନ୍ତ, ଲିଭର କ୍ୟାନସରରେ ପୀଡ଼ିତ….

ନୂଆଦିଲ୍ଲୀ,୨୭ା୨: ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ପିତାଙ୍କ ଦେହାନ୍ତ ହୋଇଛି । ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ରିଙ୍କୁ…

‘ଦି କେରଳ ଷ୍ଟୋରି ୨’ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ

କୋଚି,୨୭ା୨(ପି.ଟି.): ‘ଦି କେରଳ ଷ୍ଟୋରି ୨- ଗୋଜ୍‌ ବିୟଣ୍ଡ’ ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ କେରଳ ହାଇକୋର୍ଟ ଗୁରୁବାର ଅନ୍ତରୀଣ ସ୍ଥଗିତାଦେଶ ଲଗାଇଛନ୍ତି । ଉକ୍ତ ଚଳଚ୍ଚିତ୍ରକୁ ସେନ୍‌ସର…

୧୪ ମାସ ପରେ ପରିବାର ଲୋକଙ୍କୁ ଫେରିପାଇଲେ ସୋନମତୀ

ଝାରସୁଗୁଡ଼ା,୨୭ା୨(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଉଦ୍ୟମରେ ପ୍ରଶାସନର ‘ସ୍ନେହ ସେତୁ’ ଅଭିଯାନ ମାଧ୍ୟମରେ ଗୁରୁବାର ଅପରାହ୍ନରେ ଜଣେ ଅସହାୟ ମହିଳା ତାଙ୍କ ପରିବାର…

ପୁରୁଷ ବନ୍ଧୁଙ୍କ ଆଗରେ ଯୁବତୀଙ୍କୁ ଉଲଗ୍ନ କରିଦେଲେ ୫ ଯୁବକ: ଲହୁଲୁହାଣ…

ଭୁବନେଶ୍ୱର,୨୭।୨(ତ୍ରିନାଥ ମହାନ୍ତି):ଧଉଳି ଘଟଣାଠୁ ବଳି ଗଲା ଶହୀଦନଗର ଥାନା ୟୁନିଟ୍‌-୯ ଆଦିବାସୀ ହଷ୍ଟେଲ ସମ୍ମୁଖ ଘଟଣା। ପୁରୁଷ ବନ୍ଧୁଙ୍କ ଆଗରେ ଯୁବତୀଙ୍କୁ ୫ଜଣ ଅଭିଯୁକ୍ତ ଅସଦାଚରଣ କରିବା…

ଆଫଗାନିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କଲା ପାକିସ୍ତାନ, ୧୩୩ ଜଣଙ୍କ ମୃତ୍ୟୁ ନେଇ ଦାବି

ନୂଆଦିଲ୍ଲୀ,୨୭ା୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ଉତ୍ତେଜନା ଏବେ ଖୋଲା ବିବାଦରେ ପରିଣତ ହୋଇଛି। ଏହି ସଂଘର୍ଷ ୨୧ଫେବୃଆରୀ ୨୦୨୬ରେ ଆରମ୍ଭ ହୋଇଥିଲା, ଯେତେବେଳେ ପାକିସ୍ତାନ…

୧୦ଟିକିଆ ହାତୀପଲ ସହ ଯିବାବେଳେ କୂଅରେ ପଡ଼ିଗଲା ଛୁଆ ହାତୀ, ତାପରେ…

କେନ୍ଦୁଝର,୨୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ କାଠବାଉଁଶୁଳି ଗାଁରେ ଅଘଟଣ । କୂଅରେ ପଡ଼ି ଚାଲିଗଲା ହାତୀ ଛୁଆର ଜୀବନ । ଗୁରୁବାର ବିଳମ୍ବିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri