Posted inଜାତୀୟ

ଗଛ କାଟିବା ମଣିଷ ହତ୍ୟାଠାରୁ ବଡ଼ ଅପରାଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୬।୩: ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ବହୁ ସଂଖ୍ୟାରେ ଗଛ କାଟିବା ମଣିଷ ହତ୍ୟାଠାରୁ ମଧ୍ୟ ଘୃଣ୍ୟ କାର୍ଯ୍ୟ। ଏହାସହ ସର୍ବୋଚ୍ଚ ଅଦାଲତ ଜଣେ ବ୍ୟକ୍ତିଙ୍କୁ ବେଆଇନ ଭାବେ କାଟିଥିବା ପ୍ରତ୍ୟେକ ଗଛ ପାଇଁ ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ତାଜ୍‌ ଟ୍ରାପେଜିଅମ ଜୋନ୍‌ (ଟିଟିଜେଡ୍‌)ରେ ୪୫୪ ଗଛ କାଟିଥିବା ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିବା ସମୟରେ ଜଷ୍ଚିସ୍‌ ଅଭୟ ଏସ୍‌. ଓକା ଏବଂ ଜଷ୍ଟିସ୍‌ ଉଜ୍ଜ୍ୱଲ ଭୁୟାନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ଟିପ୍ପଣି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ପରିବେଶକୁ କ୍ଷତି ପହଞ୍ଚାଉଥିବା କୌଣସି ମଧ୍ୟ ବ୍ୟକ୍ତିଙ୍କୁ ଦୟା ଦେଖାଇବା ଉଚିତ ନୁହେଁ। ବିନା ଅନୁମତିରେ କଟାଯାଇଥିବା ୪୫୪ଟି ଗଛରେ ନିର୍ମିତ ସବୁଜ ଅଞ୍ଚଳର ପୁନର୍ନିମାଣ ପାଇଁ ଅତି କମ୍‌ରେ ୧୦୦ ବର୍ଷ ଲାଗିଯିବ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ୟୁମନାମ୍‌ ଖେମଚାନ୍ଦ ସିଂହ? ଯିଏ ହେବେ ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ,ହଟିବ ରାଷ୍ଟ୍ରପତି ଶାସନ; ଜାଣନ୍ତୁ… 

ଇମ୍ଫାଲ,୩।୨: ମଣିପୁରରେ ପ୍ରାୟ ଏକ ବର୍ଷ ଧରି ଚାଲିଥିବା ରାଷ୍ଟ୍ରପତି ଶାସନ ପରେ ନୂଆ ସରକାର ଗଠନର ପ୍ରକ୍ରିୟା ତୀବ୍ର ହୋଇଛି। ଭାରତୀୟ ଜନତା ପାର୍ଟି (ଭାଜପା)…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଭାବ: ୮ ବର୍ଷ ମଧ୍ୟରେ ଟଙ୍କା ମୂଲ୍ୟରେ ସବୁଠାରୁ ବଡ଼ ସୁଧାର

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ଐତିହାସିକ ବାଣିଜ୍ୟ ଚୁକ୍ତି ଭାରତୀୟ ମୁଦ୍ରା ‘ଟଙ୍କା’ ପାଇଁ ସଞ୍ଜୀବନୀ ସଦୃଶ ହୋଇଛି। ମଙ୍ଗଳବାର ବଜାର ବନ୍ଦ ହେବା ବେଳକୁ…

ପ୍ରଧାନମନ୍ତ୍ରୀ ଦେଶକୁ ବିକ୍ରି କରିଦେଇଛନ୍ତି: ରାହୁଲ ଗାନ୍ଧୀଙ୍କ ବିସ୍ଫୋରକ ଅଭିଯୋଗ

ନୂଆଦିଲ୍ଲୀ,୩।୨: ଆମେରିକା ସହ ହୋଇଥିବା ବାଣିଜ୍ୟ ଚୁକ୍ତିକୁ ନେଇ ସବୁଆଡେ ଚର୍ଚ୍ଚା ଲାଗି ରହିଛି। ଏହାରି ମଧ୍ୟରେ ବିରୋଧୀ ଦଳ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ…

‘ଲଡକି ବେହେନ’ ଯୋଜନାର ନାମ ପରିବର୍ତ୍ତନ ପାଇଁ ଏନ୍‌ସିପି ନେତା କଲେ ବଡ଼ ଦାବି

ମୁମ୍ୱାଇ,୩।୨: ମହାରାଷ୍ଟ୍ରରେ ଚାଲିଥିବା ‘ଲଡକି ବେହେନ’ ଯୋଜନାର ନାମ ପରିବର୍ତ୍ତନ ପାଇଁ ମଙ୍ଗଳବାର ଦାବି ଉଠିଛି। ଏନସିପି ନେତା ଅମୋଲ ମିଟକାରୀ କହିଛନ୍ତି, ଅଜିତ ଦାଦା ମହିଳାମାନଙ୍କ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ବାଚସ୍ପତି: ୮ ଏମ୍‌ପିଙ୍କୁ ସଂସଦରୁ କଲେ ନିଲମ୍ବନ , ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୨: ଲୋକସଭା କାର୍ଯ୍ୟକାଳ ମଧ୍ୟରେ ମଙ୍ଗଳବାର ଏକ ବଡ଼ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। କିଛି ବିରୋଧୀ ଏମ୍‌ପି ଦୁଇଥର ବାଚସ୍ପତିଙ୍କ ଚୌକି ଆଡ଼କୁ କାଗଜ ଫିଙ୍ଗିଥିଲେ। ଏହି…

ଲୋନାୱାଲାରେ ଟ୍ରେକିଂ ସମୟରେ ଓଡ଼ିଆ ଛାତ୍ରୀଙ୍କ ମୃତ୍ୟୁ, ୩୯୦ ଫୁଟ ଘାଇରୁ ମିଳିଲା ମୃତଦେହ

ମୁମ୍ବାଇ,୩ା୨: ମହାରାଷ୍ଟ୍ରର ଲୋନାଓ୍ବାଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଲୋନାୱାଲାରେ ଟ୍ରେକିଂ କରୁଥିବା ସମୟରେ ଓଡ଼ିଶାର ଜଣେ ୧୯ ବର୍ଷୀୟା ଆଇନ ଛାତ୍ରୀଙ୍କ ଦୁଃଖଦ…

ରାଜଧାନୀରେ ଚାଞ୍ଚଲ୍ୟ: ଡେଲିଭରୀ ବୟଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ

ନୂଆଦିଲ୍ଲୀ,୩।୨: ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପୂର୍ବ ଦିଲ୍ଲୀର ପାଣ୍ଡବ ନଗର ଅଞ୍ଚଳରେ ନାବାଳକମାନେ ଝଗଡ଼ା ପରେ ଜଣେ ଡେଲିଭରୀ ବୟଙ୍କୁ ଛୁରି ଭୁସି ହତ୍ୟା…

ଭାରତ ଛାଡିଦିଅ…WhatsApp ଏବଂ Metaକୁ ସୁପ୍ରିମକୋର୍ଟଙ୍କ ତାଗିଦ୍

ନୂଆଦିଲ୍ଲୀ,୩।୨: ସୁପ୍ରିମକୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ ଏବଂ ଏହାର ମୂଳ କମ୍ପାନୀ ମେଟାକୁ କଡ଼ା ଭର୍ତ୍ସନା କରିଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟରେ ହ୍ୱାଟସଆପ୍‌ର ୨୦୨୧ ଗୋପନୀୟତା ନୀତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri