କଟକ ରୁପା ତାରକସିକୁ ମିଳିଲା ଜିଆଇ ଟ୍ୟାଗ୍‌

କଟକ,୨ା୩(କାର୍ତ୍ତିକ ସାହୁ): ବହୁଦିନର ଦାବି ଆଜି ପୂରଣ ହୋଇଛି। ପ୍ରାଚୀନ କଟକ ସହରର ଅନ୍ୟତମ ଐତିହ୍ୟ ଭାବେ ପରିଗଣିତ ରୁପା ତାରକସିକୁ ଶନିବାର ଜିଆଇ ଟ୍ୟାଗ୍‌ ମିଳିଛି। ଏହାଦ୍ୱାରା ଓଡ଼ିଶାର ଜିଆଇ ଟ୍ୟାଗ୍‌ ତାଲିକାରେ ରୁପା ତାରକସି ୨୬ ନମ୍ବର ସ୍ଥାନରେ ରହିଛି। ଚେନ୍ନାଇସ୍ଥିତ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯାଇଥିବା ଜଣାଯାଇଛି।
ପ୍ରକାଶ ଯେ, କଟକର ରୁପା ତାରକସି କାରୁକାର୍ଯ୍ୟ ବିଶ୍ୱପ୍ରସିଦ୍ଧ। ହେଲେ ଏହି ଅନନ୍ୟ ଶିଳ୍ପକୁ ଦୀର୍ଘ ବର୍ଷ ଧରି ଜିଆଇ ଟ୍ୟାଗ୍‌ ମିଳିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା। ଦି ଓଡ଼ିଶା ଷ୍ଟେଟ୍‌ କୋଅପେରେଟିଭ ହ୍ୟାଣ୍ଡିକ୍ରାଫ୍ଟସ୍‌ କର୍ପୋରେଶନ ଲିମିଟେଡ୍‌ (ଉତ୍କଳିକା) ପକ୍ଷରୁ ରୁପା ତାରକସିକୁ ଜିଆଇ ଟ୍ୟାଗ୍‌ ପ୍ରଦାନ ନିମନ୍ତେ ୨୦୨୧ରେ ଆବେଦନ କରିଥିଲା। ଆବେଦନରେ ଦର୍ଶାଯାଇଥିଲା ଯେ, ରୁପାର ତାରକସିର କାରୁକାର୍ଯ୍ୟ ତ୍ରୟୋଦଶ ଶତାବ୍ଦୀରୁ କଟକ ସହରରେ ଆରମ୍ଭ ହୋଇଛି। ଏହି କାରୁକାର୍ଯ୍ୟ ଜରିଆରେ ଓଡ଼ିଶୀ ନୃତ୍ୟଶିଳ୍ପୀ ପିନ୍ଧୁଥିବା ଗହଣା ସମେତ ବିଭିନ୍ନ ଅଳଙ୍କାର, ସାଜସଜ୍ଜା ନିମନ୍ତେ ବ୍ୟବହାର କରାଯାଉଥିବା କାରୁଖଚିତ ସାମଗ୍ରୀ, ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର, ମୁକ୍ତେଶ୍ୱର ମନ୍ଦିରର ପ୍ରତିକୃତି, ଦୁର୍ଗାପୂଜା ସମୟରେ ଦେବୀଙ୍କୁ ଲାଗି କରାଯାଉଥିବା ଅଳଙ୍କାର ଓ ମେଢ଼ରେ ଚାନ୍ଦିର ସାଜସଜ୍ଜା ଏକ ଅନନ୍ୟ ଆକର୍ଷଣ ତଥା ପରମ୍ପରା ପାଲଟିଛି। ତେବେ କଟକ ତାରକସିକୁ ଜିଆଇ ଟ୍ୟାଗ୍‌ ମିଳିବା ପରେ ସହରବାସୀଙ୍କ ସମେତ ଗହଣା କାରିଗରମାନଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦିପନା ସୃଷ୍ଟି ହୋଇଛି। ଅଖିଳ ଭାରତୀୟ ସ୍ବର୍ଣ୍ଣକାର ସଂଘର ଯୁଗ୍ମ ସମ୍ପାଦକ ତଥା ଉତ୍କଳ ସ୍ବର୍ଣ୍ଣ-ରୌପ୍ୟ ଶିଳ୍ପୀ ସଂଘର ଯୁବ ସଭାପତି ଭାନୁପ୍ରତାପ ସାହୁ କୁହନ୍ତି, କଟକର ରୁପା ତାରକସି କାର୍ଯ୍ୟକୁ ଜିଆଇ ଟ୍ୟାଗ୍‌ ପ୍ରଦାନ ପାଇଁ ବହୁତ ଦିନ ହେବ ଆମେମାନେ ଲାଗିଥିଲୁ। ଯାହାହେଉ ଏବେ ମିଳିଲା, ଆମ ଜାତି ପାଇଁ, କାରିଗରମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ଜିଆଇ ଟ୍ୟାଗ୍‌ ଦ୍ୱାରା କଟକର ତାରକସି କାରୁକାର୍ଯ୍ୟ ବିଶ୍ୱର କୋଣଅନୁକୋଣରେ ପହଞ୍ଚିବ। ଗବେଷକମାନେ ମଧ୍ୟ ଆସି ଏହା ଉପରେ ଗବେଷଣା କରିବେ। ଏହାବାଦ ରୁପା ତାରକସିର ଖ୍ୟାତି ବ୍ୟାପ୍ତ ହେବା ସହ କାରିଗର ଓ ବ୍ୟବସାୟୀମାନଙ୍କ ମେରୁଦଣ୍ଡ ସଳଖିବାରେ ସହାୟକ ହେବ। ଓଡ଼ିଶାର ଗୌରବ ଆହୁରି ଉଜ୍ଜ୍ୱଳ ହେବ।

ଉଲ୍ଲେଖଯୋଗ୍ୟ, ଗତ ଜାନୁଆରୀରେ ଓଡ଼ିଶାର ଖଜୁରି ଗୁଡ଼, ଢେଙ୍କନାଳର ମଗଜି, ସିମିଳିପାଳର କାଇ ଚଟଣି, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, କପଡ଼ଗଣ୍ଡର ଡୁଙ୍ଗରିଆ କନ୍ଧଙ୍କ ହାତବୁଣା ଶାଲ, କୋରାପୁଟର କଳାଜିରା ଚାଉଳ ଓ ଲାଞ୍ଜିଆ ସଉରା ଜନଜାତିଙ୍କ ଚିତ୍ରଶିଳ୍ପକୁ ଜିଆଇ ଟ୍ୟାଗ୍‌ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri