କଟକ ଡ୍ରେନ୍‌ ପୁଣି ଜୀବନ ନେଲା

କଟକ,୨୦ା୭(କାର୍ତ୍ତିକ ସାହୁ)ପୁଣି କାଳ ହୋଇଛି ମୁକୁଳା ଡ୍ରେନ୍‌। ଗତ ଶନିବାର ଜଣେ ଯୁବକ ଡ୍ରେନ୍‌ରେ ପଡ଼ି ମୃତ୍ୟୁବରଣ କରିଥିବାବେଳେ ବୁଧବାର ଅପରାହ୍ନରେ ଡ୍ରେନ୍‌ରୁ ଅଳିଆ ସଫା କରୁଥିବାବେଳେ ବୁଡ଼ିଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କଟକ ବକ୍ସିବଜାର ଅନ୍ତର୍ଗତ ବାରପଥର ଅଞ୍ଚଳରେ ଏଭଳି ଅଘଟଣ ଘଟିଛି। ମୃତ ଶ୍ରମିକ ହେଲେ ସ୍ଥାନୀୟ ବାରପଥର ଅଞ୍ଚଳର ପି. ନରସିଂହା(୩୨)। ମୁଖ୍ୟ ଡ୍ରେନ୍‌ ନିର୍ମାଣ ଦାୟିତ୍ୱରେ ଥିବା ଏକ ଘରୋଇ ସଂସ୍ଥା ମୃତ ନରସିଂହା ଓ ତାଙ୍କ ଭାଇଙ୍କୁ ମୁଖ୍ୟ ଡ୍ରେନ୍‌ରେ ସଫେଇ କାମରେ ୩ଦିନ ହେବ ଲଗାଇଥିବା ପରିବାର ପକ୍ଷରୁ କୁହାଯାଇଛି। ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିବାବେଳେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି।
ମିଳିଥିବା ସୂଚନାନୁସାରେ, ଦରଘାବଜାର ଥାନା ଅନ୍ତର୍ଗତ ବକ୍ସିବଜାର ନିକଟ ବାରପଥର ଅଞ୍ଚଳରେ ଥିବା ମୁକୁଳା ମୁଖ୍ୟ ଡ୍ରେନରେ ଗତ ୩ଦିନ ଧରି ନରସିଂହା ଏବଂ ତାଙ୍କ ଭାଇ ସଫେଇ କାର୍ଯ୍ୟ କରୁଥିଲେ। ଏକ ଘରୋଇ ସଂସ୍ଥା ତାଙ୍କୁ ଦିନକୁ ଏକ ହଜାର ଟଙ୍କା ପାରିଶ୍ରମିକ ଦେଇ ନାଳ ସଫା ପାଇଁ ନିୟୋଜିତ କରିଥିଲା। ନରସିଂହା ବୁଧବାର ସକାଳେ ଡ୍ରେନ୍‌ ଭିତରେ ପଶି ସଫା କରି ମଧ୍ୟାହ୍ନରେ ଘରକୁ ଯାଇଥିଲେ। ପରେ ଅପରାହ୍ନ ଦୁଇଟାବେଳେ ନାଳ ସଫା କରିବାକୁ ଆସିଥିଲେ। ନରସିଂହା ଓ ତାଙ୍କ ସାନ ଭାଇ ନାଳ ସଫେଇ କରୁଥିଲେ। ନରସିଂହା ମୁଖ୍ୟ ଡ୍ରେନ୍‌ ଭିତରେ ଥାଇ ସଫେଇ କରି ଅଳିଆ ଆବର୍ଜନା ଏକାଠି କରୁଥିବାବେଳେ ତାଙ୍କ ଭାଇ ଉପରେ ଥାଇ ସେଗୁଡ଼ିକୁ ଟାଣି ଉପରକୁ ଆଣୁଥିଲେ। ଏଭଳି କାର୍ଯ୍ୟ ଚାଲିଥିବାବେଳେ ହଠାତ୍‌ ନରସିଂହା ଡ୍ରେନ୍‌ ଭିତରକୁ ଖସିଯାଇ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଏନେଇ ଜାଣିବା ପରେ ପୋଲିସକୁ ସୂଚନା ଦେଇଥିଲେ। ପରେ ସ୍ଥାନୀୟ ଲୋକେ ଓ ଦରଘାବଜାର ଥାନା ପୋଲିସ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ଏସ୍‌ସିବି ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ଲାଗି ଏସ୍‌ସିବି ମେଡିକାଲରେ ରଖାଯାଇଛି। ନରସିଂହାଙ୍କ ସ୍ତ୍ରୀ ଏବଂ ୬ବର୍ଷର ଏକ ଶିଶୁ କନ୍ୟା ଅଛନ୍ତି। ତାଙ୍କ ପରିବାର ଏବେ ଅସହାୟ ହୋଇପଡ଼ିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ ମୁଖ୍ୟରାସ୍ତାକୁ ଟାୟାର ଜାଳି ଅବରୋଧ କରି କ୍ଷତିପୂରଣ ଦାବି କରିଥିଲେ। ସିଏମ୍‌ସିର ଅବହେଳା ଓ ଦାୟିତ୍ୱହୀନତା ଯୋଗୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ବାସିନ୍ଦା ଓ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସିଏମ୍‌ସି ମେୟର ସୁବାସ ସିଂହ ଏହା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି କହିଛନ୍ତି। ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବା ଉପରେ ପଦକ୍ଷେପ ନିଆଯିବ ଓ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହେବ ସେନେଇ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସଂସ୍ଥାଗୁଡ଼ିକ ସହ ଆଲୋଚନା କରାଯିବା ସହ ଅଧିକାରୀମାନଙ୍କୁ ତାଗିଦା କରାଯାଇଥିବା ମେୟର କହିଛନ୍ତି। ପରେ ପୋଲିସର ହସ୍ତକ୍ଷେପ ଫଳରେ ରାସ୍ତାରୋକୋ ହଟିଥିଲା।
ଉଲ୍ଲେଖଯୋଗ୍ୟ, କଟକ ମହାନଗର ନିଗମ ଓ୍ବାର୍ଡ ନଂ. ୨୬ ଅନ୍ତର୍ଗତ ଝୋଲାସାହି ନିକଟ ମୁକୁଳା ଡ୍ରେନ୍‌ରେ ଗତ ୧୫ତାରିଖରେ କଟକ ବୁଲିବାକୁ ଆସିଥିବା ଜଣେ ୨୧ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଯୁବକ ଜଣକ ହେଲେ ରାଜସ୍ଥାନର ବାସିନ୍ଦା ରାହୁଲ ଖଟିକ୍‌। ଏଥିସହ ଗତ ଜାନୁୟାରୀ ମାସରେ ଜଣେ ୯ ବର୍ଷର ଛାତ୍ରଙ୍କ ମୁକୁଳା ଡ୍ରେନ୍‌ରେ ପଡ଼ି ମୃତ୍ୟୁ ହୋଇଥିଲା। ସେହିପରି ଗତ ମେ ୩୦ ତାରିଖରେ କେଶରପୁର-ଗହ୍ମାଡିଆ ଅଞ୍ଚଳରେ ଚାଲୁଥିବା ବକ୍ସଡ୍ରେନ କାମ ବେଳେ ଲୁହା ପାଇପ୍‌ ତଳେ ଚାପି ହୋଇ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ସେଭଳି ପଦକ୍ଷେପ ନିଆଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri