କଟକ ଡ୍ରେନ୍‌ ପୁଣି ଜୀବନ ନେଲା

କଟକ,୨୦ା୭(କାର୍ତ୍ତିକ ସାହୁ)ପୁଣି କାଳ ହୋଇଛି ମୁକୁଳା ଡ୍ରେନ୍‌। ଗତ ଶନିବାର ଜଣେ ଯୁବକ ଡ୍ରେନ୍‌ରେ ପଡ଼ି ମୃତ୍ୟୁବରଣ କରିଥିବାବେଳେ ବୁଧବାର ଅପରାହ୍ନରେ ଡ୍ରେନ୍‌ରୁ ଅଳିଆ ସଫା କରୁଥିବାବେଳେ ବୁଡ଼ିଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କଟକ ବକ୍ସିବଜାର ଅନ୍ତର୍ଗତ ବାରପଥର ଅଞ୍ଚଳରେ ଏଭଳି ଅଘଟଣ ଘଟିଛି। ମୃତ ଶ୍ରମିକ ହେଲେ ସ୍ଥାନୀୟ ବାରପଥର ଅଞ୍ଚଳର ପି. ନରସିଂହା(୩୨)। ମୁଖ୍ୟ ଡ୍ରେନ୍‌ ନିର୍ମାଣ ଦାୟିତ୍ୱରେ ଥିବା ଏକ ଘରୋଇ ସଂସ୍ଥା ମୃତ ନରସିଂହା ଓ ତାଙ୍କ ଭାଇଙ୍କୁ ମୁଖ୍ୟ ଡ୍ରେନ୍‌ରେ ସଫେଇ କାମରେ ୩ଦିନ ହେବ ଲଗାଇଥିବା ପରିବାର ପକ୍ଷରୁ କୁହାଯାଇଛି। ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିବାବେଳେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି।
ମିଳିଥିବା ସୂଚନାନୁସାରେ, ଦରଘାବଜାର ଥାନା ଅନ୍ତର୍ଗତ ବକ୍ସିବଜାର ନିକଟ ବାରପଥର ଅଞ୍ଚଳରେ ଥିବା ମୁକୁଳା ମୁଖ୍ୟ ଡ୍ରେନରେ ଗତ ୩ଦିନ ଧରି ନରସିଂହା ଏବଂ ତାଙ୍କ ଭାଇ ସଫେଇ କାର୍ଯ୍ୟ କରୁଥିଲେ। ଏକ ଘରୋଇ ସଂସ୍ଥା ତାଙ୍କୁ ଦିନକୁ ଏକ ହଜାର ଟଙ୍କା ପାରିଶ୍ରମିକ ଦେଇ ନାଳ ସଫା ପାଇଁ ନିୟୋଜିତ କରିଥିଲା। ନରସିଂହା ବୁଧବାର ସକାଳେ ଡ୍ରେନ୍‌ ଭିତରେ ପଶି ସଫା କରି ମଧ୍ୟାହ୍ନରେ ଘରକୁ ଯାଇଥିଲେ। ପରେ ଅପରାହ୍ନ ଦୁଇଟାବେଳେ ନାଳ ସଫା କରିବାକୁ ଆସିଥିଲେ। ନରସିଂହା ଓ ତାଙ୍କ ସାନ ଭାଇ ନାଳ ସଫେଇ କରୁଥିଲେ। ନରସିଂହା ମୁଖ୍ୟ ଡ୍ରେନ୍‌ ଭିତରେ ଥାଇ ସଫେଇ କରି ଅଳିଆ ଆବର୍ଜନା ଏକାଠି କରୁଥିବାବେଳେ ତାଙ୍କ ଭାଇ ଉପରେ ଥାଇ ସେଗୁଡ଼ିକୁ ଟାଣି ଉପରକୁ ଆଣୁଥିଲେ। ଏଭଳି କାର୍ଯ୍ୟ ଚାଲିଥିବାବେଳେ ହଠାତ୍‌ ନରସିଂହା ଡ୍ରେନ୍‌ ଭିତରକୁ ଖସିଯାଇ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଏନେଇ ଜାଣିବା ପରେ ପୋଲିସକୁ ସୂଚନା ଦେଇଥିଲେ। ପରେ ସ୍ଥାନୀୟ ଲୋକେ ଓ ଦରଘାବଜାର ଥାନା ପୋଲିସ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ଏସ୍‌ସିବି ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ଲାଗି ଏସ୍‌ସିବି ମେଡିକାଲରେ ରଖାଯାଇଛି। ନରସିଂହାଙ୍କ ସ୍ତ୍ରୀ ଏବଂ ୬ବର୍ଷର ଏକ ଶିଶୁ କନ୍ୟା ଅଛନ୍ତି। ତାଙ୍କ ପରିବାର ଏବେ ଅସହାୟ ହୋଇପଡ଼ିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ ମୁଖ୍ୟରାସ୍ତାକୁ ଟାୟାର ଜାଳି ଅବରୋଧ କରି କ୍ଷତିପୂରଣ ଦାବି କରିଥିଲେ। ସିଏମ୍‌ସିର ଅବହେଳା ଓ ଦାୟିତ୍ୱହୀନତା ଯୋଗୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ବାସିନ୍ଦା ଓ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସିଏମ୍‌ସି ମେୟର ସୁବାସ ସିଂହ ଏହା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି କହିଛନ୍ତି। ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବା ଉପରେ ପଦକ୍ଷେପ ନିଆଯିବ ଓ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହେବ ସେନେଇ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସଂସ୍ଥାଗୁଡ଼ିକ ସହ ଆଲୋଚନା କରାଯିବା ସହ ଅଧିକାରୀମାନଙ୍କୁ ତାଗିଦା କରାଯାଇଥିବା ମେୟର କହିଛନ୍ତି। ପରେ ପୋଲିସର ହସ୍ତକ୍ଷେପ ଫଳରେ ରାସ୍ତାରୋକୋ ହଟିଥିଲା।
ଉଲ୍ଲେଖଯୋଗ୍ୟ, କଟକ ମହାନଗର ନିଗମ ଓ୍ବାର୍ଡ ନଂ. ୨୬ ଅନ୍ତର୍ଗତ ଝୋଲାସାହି ନିକଟ ମୁକୁଳା ଡ୍ରେନ୍‌ରେ ଗତ ୧୫ତାରିଖରେ କଟକ ବୁଲିବାକୁ ଆସିଥିବା ଜଣେ ୨୧ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଯୁବକ ଜଣକ ହେଲେ ରାଜସ୍ଥାନର ବାସିନ୍ଦା ରାହୁଲ ଖଟିକ୍‌। ଏଥିସହ ଗତ ଜାନୁୟାରୀ ମାସରେ ଜଣେ ୯ ବର୍ଷର ଛାତ୍ରଙ୍କ ମୁକୁଳା ଡ୍ରେନ୍‌ରେ ପଡ଼ି ମୃତ୍ୟୁ ହୋଇଥିଲା। ସେହିପରି ଗତ ମେ ୩୦ ତାରିଖରେ କେଶରପୁର-ଗହ୍ମାଡିଆ ଅଞ୍ଚଳରେ ଚାଲୁଥିବା ବକ୍ସଡ୍ରେନ କାମ ବେଳେ ଲୁହା ପାଇପ୍‌ ତଳେ ଚାପି ହୋଇ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ସେଭଳି ପଦକ୍ଷେପ ନିଆଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri