ବିଜେଡିରେ ୪, ଭାଜପାରେ ୨, କଂଗ୍ରେସରେ ଜଣେ

ସାଲେପୁର,୧୬।୧ (ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର-ଟାଙ୍ଗୀ ବିଧାନସଭା ନିର୍ବାଚନମଣ୍ଡଳୀ କଂଗ୍ରେସ ଓ ଅଣକଂଗ୍ରେସ ରାଜନୀତି ପାଇଁ ଚର୍ଚ୍ଚାରେ ରହିଆସିଛି। ନିକଟ ଅତୀତକୁ ଦେଖିଲେ ୨୦୦୦, ୨୦୦୪ ଓ ୨୦୦୯ରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଜିତିଥିଲେ। ପରେ ୨୦୧୯ରେ ବିଜେଡି ହାତକୁ ଏହି ନିର୍ବାଚନମଣ୍ଡଳୀ ଫେରିଥିଲା। ଆଗାମୀ ନିର୍ବାଚନରେ କେଉଁ ପ୍ରାର୍ଥୀଙ୍କୁ ଭୋଟର ପସନ୍ଦ କରୁଛନ୍ତି ତାହାକୁ ନେଇ ନିର୍ବାଚନମଣ୍ଡଳୀରେ ଟୁପୁରଟାପର ଆରମ୍ଭ ହୋଇଗଲାଣି।
ବ୍ଲକର ୧୩ ଓ ସାଲେପୁର ବ୍ଲକର ୩୫ ଗ୍ରାମପଞ୍ଚାୟତକୁ ନେଇ ସାଲେପୁର-ଟାଙ୍ଗୀ ନିର୍ବାଚନମଣ୍ଡଳୀ। ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏଠାରୁ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଦଳୀୟ ଟିକେଟ ପାଇଁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି। ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମହିଳା ରହିଛନ୍ତି। ୨୦୧୪ ନିର୍ବାଚନରେ ସାଲେପୁର ବିଧାନସଭା ଆସନରୁ ବିଜେଡିରୁ ଲଢ଼ିବା ପାଇଁ ପ୍ରଶାନ୍ତ ବେହେରା ସୁଯୋଗ ପାଇଥିଲେ। ମାତ୍ର ୨ ହଜାର ଭୋଟରେ ପରାଜିତ ହୋଇଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀ ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା। ଏହି ସମୟରେ ଅନେକ ଦଳୀୟ ପ୍ରାର୍ଥୀଙ୍କୁ ସେ ବିଜୟୀ କରାଇଥିଲେ। ସେଥିପାଇଁ ୨୦୧୯ରେ ତାଙ୍କୁ ଏଠାରୁ ପୁଣି ଦଳ ପକ୍ଷରୁ ଲଢ଼ିବା ପାଇଁ ସୁଯୋଗ ଦିଆଯାଇଥିଲା ଓ ସେ ବିଜୟୀ ହୋଇଥିଲେ। ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ତାଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିଥିବାରୁ ସେ ଆଗାମୀ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି। ହେଲେ ଯୁବ ବିଜେଡି ମୁଖପାତ୍ର ତଥା ରାଜ୍ୟ ଯୁବ ବିଜେଡି ଉପସଭାପତି ଅପୂର୍ବା ଅପରୂପା, ଯୁବ ସାମାଜିକ କର୍ମୀ ବିଶ୍ୱରଞ୍ଜନ ଖଟାଇ ଓ ହିମାଂଶୁ କୁମାର ମହାନ୍ତି ଦଳୀୟ ପ୍ରାର୍ଥୀ ହେବା ଲାଗି ଲବି କରୁଥିବାରୁ ପ୍ରଶାନ୍ତ ବେହେରା ଚିନ୍ତାରେ ଅଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ବିଜେଡି ପ୍ରତିଷ୍ଠା ଦିବସରେ ବିଧାୟକ ସାଲେପୁର ହାଇସ୍କୁଲ ପଡ଼ିଆରେ ବୈଠକ କରିଥିବା ବେଳେ ହିମାଂଶୁ ପୀର ବଜାର ପଡ଼ିଆରେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଅପୂର୍ବା ସେହି ଦିନ ସାଲେପୁର ବଜାରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ପରେ ସ୍ଥାନୀୟ ଡାକ୍ତରଖାନାରେ ଫଳ ବଣ୍ଟନ କରିଥିଲେ। ଏହିଭଳି ଭାବେ ବିଜେଡି ନେତାମାନେ ନିଜସ୍ବ ସଙ୍ଗଠନ ଚଳାଇ ରଖିଥିବାରୁ କେଉଁ ଆଶାୟୀଙ୍କୁ ଦଳୀୟ କର୍ତ୍ତୃପକ୍ଷ ବିଶ୍ୱାସକୁ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ପରି ଭାଜପାରେ ମଧ୍ୟ ଏକାଧିକ ଆଶାୟୀ। ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହୋଇଥିବା ପୂର୍ବତନ ବିଧାୟକ ତଥା ଭାଜପା କଟକ ଜିଲା ସଭାପତି ପ୍ରକାଶ ବେହେରା ଘର ଘର ବୁଲି ପ୍ରଧାନମନ୍ତ୍ରୀଙ୍କ ବିକାଶର ବାର୍ତ୍ତା ପହଞ୍ଚାଇବାରେ ଲାଗିଛନ୍ତି। ୨୦୧୯ ନିର୍ବାଚନରେ ମିଥ୍ୟା ପ୍ରଚାର କରି ଭୋଟରଙ୍କୁ ଭୁଆଁ ବୁଲାଇ ବିଜେଡି ଏହି ଆସନକୁ ଅକ୍ତିଆର କରିଥିଲା ବୋଲି ପ୍ରକାଶ ଆଭିଯୋଗ ଆଣିଛନ୍ତି। ତାଙ୍କ ସମର୍ଥକମାନେ କହୁଛନ୍ତି, ପ୍ରକାଶ ଦଳୀୟ ପ୍ରାର୍ଥୀ ହେଲେ ଆସନ୍ତା ନିର୍ବାଚନରେ ଭୋଟର ମିଥ୍ୟା ପ୍ରଚାରର ଉପଯୁକ୍ତ ଜବାବ ଦେଇ ତାଙ୍କୁ ଜିତାଇବେ। ତେବେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ଆଧାର କରି ସାଲେପୁର ନିର୍ବାଚନମଣ୍ଡଳୀରେ ଭାଜପାରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଯୁବନେତା ରଶ୍ମିରଞ୍ଜନ ଲେଙ୍କା ସଙ୍ଗଠନକୁ ମଜଭୁତ କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି। ସାଲେପୁର ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବାବେଳେ ଏଠାରେ ଶୀତଳଭଣ୍ଡାରର ବ୍ୟବସ୍ଥା ନାହିଁ। ଚାଷୀମାନେ ଚାଷରୁ ମୁହଁ ଫେରାଉଥିବାରୁ ସାଲେପୁର ଓ ଟାଙ୍ଗୀରେ ୨ଟି ଶୀତଳଭଣ୍ଡାର ସ୍ଥାପନର ଆବଶ୍ୟକତା ରହିଛି। ଦଳୀୟ ଟିକେଟ ପାଇଲେ ଏହି ପ୍ରସଙ୍ଗକୁ ନେଇ ସେ ଭୋଟରଙ୍କ ପାଖକୁ ଯିବେ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ଫଳରେ ପ୍ରକାଶଙ୍କ ପାଇଁ ରଶ୍ମିରଞ୍ଜନ ବାଧକ ସାଜିଲେଣି ବୋଲି କୁହାଯାଉଛି।
କଂଗ୍ରେସ ନେତା ଇଂ.ଆକିବ୍‌ ଖାଁ କଂଗ୍ରେସ ସଙ୍ଗଠନର ମଙ୍ଗ ଧରିଛନ୍ତି। ଖାଁଙ୍କ ସମର୍ଥକମାନେ କହୁଛନ୍ତି ଯେ, ତାଙ୍କ ନେତା ଦଳୀୟ ଟିକେଟ ପାଇବେ। ଅନ୍ୟପକ୍ଷରେ ଚର୍ଚ୍ଚା ହେଉଛି ଯେ, ପ୍ରକାଶ ଗତ ନିର୍ବାଚନରେ ଭାଜପାରେ ଯୋଗଦେବା ବେଳେ ତାଙ୍କର ଅନେକ କଂଗ୍ରେସ ଅନୁଗତ ଓ କର୍ମୀଙ୍କୁ ନେଇ ଚାଲିଯାଇଥିଲେ। ଫଳରେ ଦଳରେ ଅନ୍ୟ କେହି ଆଶାୟୀ ଏ ଯାଏ ଉଭା ହୋଇ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ନିଜର ସୁରକ୍ଷା ନେଇ ଆଗେଇ ଆସିଲେ ଛାତ୍ରୀ, ଆତ୍ମରକ୍ଷା ପାଇଁ କଲେ…

ଦିଗପହଣ୍ଡି,୨୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଗୁରୁବାର ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଛାତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri