କଟକଠାରୁ-ଦାରିଙ୍ଗବାଡ଼ି ସରକାରୀ ବସ୍‌ ଚଳାଚଳ ବନ୍ଦ: ଏହା ପଛରେ କାହାର ହାତ? ଯାତ୍ରୀ ହଟହଟା

ଦାରିଙ୍ଗବାଡ଼ି,୫ା୫(ଅରୁଣ ସାହୁ): ମାତ୍ର ୨ ଦିନ ଚାଲିଲା ସରକାରୀ ବସ୍‌ ତା’ ପରେ କାହାର ନିର୍ଦ୍ଦେଶ ଥିଲା ଏହି ବସ୍‌ ବନ୍ଦ କରିବାକୁ ତା’ର କାରଣ କ’ଣ ଏବଂ ଏହା ପଛରେ କାହାର ହାତ ରହିଛି ତାହା ଅସ୍ପଷ୍ଟ ରହିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ।

ପ୍ରକାଶ ଯେ, ମାର୍ଚ୍ଚ ୨୪ରେ କଟକଠାରୁ ଦାରିଙ୍ଗବାଡ଼ିକୁ ସରକାରୀ ଶୀତତାପ ନିୟନ୍ତ୍ରଣ ବସ୍‌(OSRTC) ଚଳାଚଳ ଆରମ୍ଭ ହୋଇଥିଲା ମାତ୍ର ୨ ଦିନ ସେହି ବସ୍‌ ଚଳାଚଳ କରିବା ପରେ ହଠାତ ବସ୍‌କୁ ବନ୍ଦ କରିଦିଆଯାଇଛି। ପ୍ରଥମଥର ପାଇଁ ବ୍ଲକ୍‌ ହେଡକ୍ୱାର୍ଟରଠାରୁ ରାଜ୍ୟ ହେଡ୍‌କ୍ୱାର୍ଟର ଓ କଟକକୁ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ଥିବା ବସ୍‌ ଯାତାୟାତ ବ୍ୟବସ୍ଥା କରାଯାଇଥିବା ବେଳେ ହଠାତ କାହିଁକି କେଉଁ କାରଣରୁ ବନ୍ଦ କରିଦିଆଯାଉଛି ସେ ନେଇ ଜନସାଧାରଣ ଜାଣିପାରିନାହାନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଉକ୍ତ ବସ୍‌ ଚଳାଚଳ କଲେ ସାଧାରଣ ଲୋକମାନେ କମ୍‌ ଖର୍ଚ୍ଚରେ ଯାତାୟାତ କରୁପାରୁଥିଲେ ଘରୋଇ ବସ୍‌ଭଡ଼ାଠାରୁ ସୁବିଧା ଦର୍‌ରେ ଯାତାୟାତ କରୁଥିବା ଯାତ୍ରୀ ପୁଣି ସେହି ଘରୋଇ ବସ୍‌ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି।

ଏନେଇ କଟକ ଜିଲା ପରିବହନ ଅଧିକାରୀ ଶ୍ରୀନିବାସ ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, କଟକଠାରୁ ଦାରିଙ୍ଗବାଡ଼ି ବସ୍‌କୁ ବନ୍ଦ କରିବାକୁ ଉପରୁ ନିର୍ଦ୍ଦେଶ ହେଲା ତେବେ କିଏ ଏହି ନିର୍ଦ୍ଦେଶ ଦେଲେ ତାହା କହିବାକୁ ସେ ମନା କରିଦେଇଛି।

ସେହିପରି କଟକଠାରୁ କଳିଙ୍ଗିଆ, ରାଇକିଆ ଦେଇ ବାଲିଗୁଡ଼ା ପର୍ଯ୍ୟନ୍ତ ସରକାରୀ ବସ୍‌ ଚଳାଚଳ କରୁଥିଲା ସେହି ବସ୍‌ ଦୁର୍ଘଟଣା ଘଟିବା ପରେ ବନ୍ଦ ଅଛି ତାକୁ ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ ଯାତାୟାତ କରିବାକୁ ସାଧାରଣରେ ଦାବି ହେଉଛି। ଏନେଇ ସେ କହିଛନ୍ତି ଯେ, ସରକାରୀ ବସ୍‌ ଚଳାଚଳ ପାଇଁ ଦାରିଙ୍ଗବାଡ଼ିରୁ ପ୍ରସ୍ତାବ ଆସିଲେ ତାକୁ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କଟକ ଜିଲା ପରିବହନ ଅଧିକାରୀ (ଡିଟିଏମ୍‌)ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri