ହାଇକୋର୍ଟରେ କଟକ ସହର ସମସ୍ୟା ମାମଲା: ‘୩୦ ତାରିଖ ସୁଦ୍ଧା ବାଲିଯାତ୍ରା ପଡ଼ିଆ ସ୍ବଚ୍ଛ କର’

କଟକ,୨୯ା୧୧ (କାର୍ତ୍ତିକ ସାହୁ): ଉପର ଓ ତଳ ବାଲିଯାତ୍ରା ପଡ଼ିଆ ପ୍ରଦୂଷିତ। ବାଲିଯାତ୍ରା ସରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ସଫା ହୋଇନି ପଡ଼ିଆ। କୁଢ଼ କୁଢ଼ ଆବର୍ଜନା ପଡିରହିଛି। ଏହାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହେବା ସହ ଜିଲାପାଳ ଓ କଟକ ମହାନଗର ନିଗମ(ସିଏମ୍‌ସି) କମିଶନରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା ବାଲିଯାତ୍ରା ପଡ଼ିଆକୁ ସମ୍ପୂର୍ଣ୍ଣ ସ୍ବଚ୍ଛ କରିବାକୁ ପଦକ୍ଷେପ ନେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଟକ ସହର ସମସ୍ୟା ମାମଲାର ଶୁଣାଣି ହାଇକୋର୍ଟଙ୍କ ସ୍ବତନ୍ତ୍ର ଖଣ୍ଡପୀଠରେ ଗୁରୁବାର ହୋଇଛି। ବିଚାରପତି ସଙ୍ଗମ କୁମାର ସାହୁ ଓ ବିଚାରପତି ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ବାଲିଯାତ୍ରା ପଡ଼ିଆର ସ୍ବଚ୍ଛତା ଓ ସହରର ବିଭିନ୍ନ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଐତିହାସିକ କଟକ ବାଲିଯାତ୍ରା ଗତ ଶନିବାରଠାରୁ ସରିଲାଣି। ହେଲେ ଏବେ ବି ଅନେକ ସ୍ଥାନରେ ବାଉଁଶ ବନ୍ଧା ହୋଇ ରହିଛି। ପଡ଼ିଆ ସାରା ଆବର୍ଜନା ପଡିଥିବାରୁ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଅପରପକ୍ଷରେ ବହୁ ବ୍ୟବସାୟୀ ସେମାନଙ୍କ ପସରା ମେଲାଇ ବସି ରହିବାରୁ ଜିନିଷ କିଣିବାକୁ ଲୋକଙ୍କ ଭିଡ଼ ଜମୁଛି। ବାଲିଯାତ୍ରା ଆୟୋଜନ ଓ ପରିଚାଳନା କରୁଥିବା ଜିଲା ପ୍ରଶାସନ ଏବଂ ସିଏମ୍‌ସିର କୌଣସି ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଚଳିତବର୍ଷ ବାଲିଯାତ୍ରା ସଫେଇ ଦାୟିତ୍ୱ ଜାଗୃତି ନାମକ ସଂସ୍ଥାକୁ ଦିଆଯାଇଥିଲା। ବାଲିଯାତ୍ରା ଉପର ଓ ତଳ ପଡ଼ିଆ ନଭେମ୍ବର ୧୩ରୁ ୩୦ ତାରିଖ ପର୍ଯ୍ୟନ୍ତ ସଫେଇ କରିବା ଲାଗି ନିର୍ଦ୍ଦେଶ ଥିଲା, ଏଥିଲାଗି ୫୨ ଲକ୍ଷ ଟଙ୍କା ଚୁକ୍ତି ମଧ୍ୟ ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ ଯାତ୍ରା ପଡ଼ିଆର କିଛି ଅଂଶ ମଧ୍ୟ ସଫେଇ ହୋଇନାହିଁ। ପ୍ରଶାସନର କେହି ଅଧିକାରୀ ଏସବୁର ଯାଞ୍ଚ କରୁନାହାନ୍ତି।

ଏହାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଆଭାସି ଜରିଆରେ ହାଜର ହୋଇ ଆସନ୍ତା ୩୦ ତାରିଖ ସୁଦ୍ଧା ଉଭୟ ପଡ଼ିଆକୁ ସ୍ବଚ୍ଛ କରାଯିବ ବୋଲି କହିଛନ୍ତି। ସଫେଇ ଦାୟିତ୍ୱରେ ଥିବା ଠିକାସଂସ୍ଥା ଓ ସିଏମ୍‌ସି ସଫେଇ କର୍ମଚାରୀ ମିଳିତ ଭାବେ ଦୁଇ ଦିନ ମଧ୍ୟରେ ସଫେଇ କାର୍ଯ୍ୟ ଶେଷ କରିବେ। ଯାତ୍ରା ପଡ଼ିଆରୁ ସମସ୍ତ ଆବର୍ଜନା ଓ ବାଉଁଶ ଖୁଣ୍ଟି ହଟାଯିବା ସହ ଉଠା ଦୋକାନୀଙ୍କୁ ବସିବାକୁ ଦିଆଯିବ ନାହିଁ ବୋଲି ଜିଲାପାଳ ହାଇକୋର୍ଟରେ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ସଫେଇ ସଂସ୍ଥା ନିର୍ଦ୍ଧାରିତ ସମୟ ମଧ୍ୟରେ ସଫେଇ ଶେଷ ନ କରେ, ଚୁକ୍ତି ମୁତାବକ ଅର୍ଥରାଶି କାଟିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଡିସେମ୍ବର ୩ ସୁଦ୍ଧା ଆଡ୍‌ଭୋକେଟ୍‌ କମିଟି ବାଲିଯାତ୍ରାର ଉଭୟ ପଡ଼ିଆ ଗସ୍ତ କରି ସ୍ବଚ୍ଛତା ଯାଞ୍ଚ କରିବା ସହ ରିପୋର୍ଟ ପ୍ରଦାନ କରିବା ଲାଗି ହାଇକୋର୍ଟ ଆଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri