ହାଇକୋର୍ଟରେ କଟକ ସହର ସମସ୍ୟା ମାମଲା: ‘୩୦ ତାରିଖ ସୁଦ୍ଧା ବାଲିଯାତ୍ରା ପଡ଼ିଆ ସ୍ବଚ୍ଛ କର’

କଟକ,୨୯ା୧୧ (କାର୍ତ୍ତିକ ସାହୁ): ଉପର ଓ ତଳ ବାଲିଯାତ୍ରା ପଡ଼ିଆ ପ୍ରଦୂଷିତ। ବାଲିଯାତ୍ରା ସରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ସଫା ହୋଇନି ପଡ଼ିଆ। କୁଢ଼ କୁଢ଼ ଆବର୍ଜନା ପଡିରହିଛି। ଏହାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହେବା ସହ ଜିଲାପାଳ ଓ କଟକ ମହାନଗର ନିଗମ(ସିଏମ୍‌ସି) କମିଶନରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା ବାଲିଯାତ୍ରା ପଡ଼ିଆକୁ ସମ୍ପୂର୍ଣ୍ଣ ସ୍ବଚ୍ଛ କରିବାକୁ ପଦକ୍ଷେପ ନେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଟକ ସହର ସମସ୍ୟା ମାମଲାର ଶୁଣାଣି ହାଇକୋର୍ଟଙ୍କ ସ୍ବତନ୍ତ୍ର ଖଣ୍ଡପୀଠରେ ଗୁରୁବାର ହୋଇଛି। ବିଚାରପତି ସଙ୍ଗମ କୁମାର ସାହୁ ଓ ବିଚାରପତି ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ବାଲିଯାତ୍ରା ପଡ଼ିଆର ସ୍ବଚ୍ଛତା ଓ ସହରର ବିଭିନ୍ନ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଐତିହାସିକ କଟକ ବାଲିଯାତ୍ରା ଗତ ଶନିବାରଠାରୁ ସରିଲାଣି। ହେଲେ ଏବେ ବି ଅନେକ ସ୍ଥାନରେ ବାଉଁଶ ବନ୍ଧା ହୋଇ ରହିଛି। ପଡ଼ିଆ ସାରା ଆବର୍ଜନା ପଡିଥିବାରୁ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଅପରପକ୍ଷରେ ବହୁ ବ୍ୟବସାୟୀ ସେମାନଙ୍କ ପସରା ମେଲାଇ ବସି ରହିବାରୁ ଜିନିଷ କିଣିବାକୁ ଲୋକଙ୍କ ଭିଡ଼ ଜମୁଛି। ବାଲିଯାତ୍ରା ଆୟୋଜନ ଓ ପରିଚାଳନା କରୁଥିବା ଜିଲା ପ୍ରଶାସନ ଏବଂ ସିଏମ୍‌ସିର କୌଣସି ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଚଳିତବର୍ଷ ବାଲିଯାତ୍ରା ସଫେଇ ଦାୟିତ୍ୱ ଜାଗୃତି ନାମକ ସଂସ୍ଥାକୁ ଦିଆଯାଇଥିଲା। ବାଲିଯାତ୍ରା ଉପର ଓ ତଳ ପଡ଼ିଆ ନଭେମ୍ବର ୧୩ରୁ ୩୦ ତାରିଖ ପର୍ଯ୍ୟନ୍ତ ସଫେଇ କରିବା ଲାଗି ନିର୍ଦ୍ଦେଶ ଥିଲା, ଏଥିଲାଗି ୫୨ ଲକ୍ଷ ଟଙ୍କା ଚୁକ୍ତି ମଧ୍ୟ ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ ଯାତ୍ରା ପଡ଼ିଆର କିଛି ଅଂଶ ମଧ୍ୟ ସଫେଇ ହୋଇନାହିଁ। ପ୍ରଶାସନର କେହି ଅଧିକାରୀ ଏସବୁର ଯାଞ୍ଚ କରୁନାହାନ୍ତି।

ଏହାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଆଭାସି ଜରିଆରେ ହାଜର ହୋଇ ଆସନ୍ତା ୩୦ ତାରିଖ ସୁଦ୍ଧା ଉଭୟ ପଡ଼ିଆକୁ ସ୍ବଚ୍ଛ କରାଯିବ ବୋଲି କହିଛନ୍ତି। ସଫେଇ ଦାୟିତ୍ୱରେ ଥିବା ଠିକାସଂସ୍ଥା ଓ ସିଏମ୍‌ସି ସଫେଇ କର୍ମଚାରୀ ମିଳିତ ଭାବେ ଦୁଇ ଦିନ ମଧ୍ୟରେ ସଫେଇ କାର୍ଯ୍ୟ ଶେଷ କରିବେ। ଯାତ୍ରା ପଡ଼ିଆରୁ ସମସ୍ତ ଆବର୍ଜନା ଓ ବାଉଁଶ ଖୁଣ୍ଟି ହଟାଯିବା ସହ ଉଠା ଦୋକାନୀଙ୍କୁ ବସିବାକୁ ଦିଆଯିବ ନାହିଁ ବୋଲି ଜିଲାପାଳ ହାଇକୋର୍ଟରେ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ସଫେଇ ସଂସ୍ଥା ନିର୍ଦ୍ଧାରିତ ସମୟ ମଧ୍ୟରେ ସଫେଇ ଶେଷ ନ କରେ, ଚୁକ୍ତି ମୁତାବକ ଅର୍ଥରାଶି କାଟିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଡିସେମ୍ବର ୩ ସୁଦ୍ଧା ଆଡ୍‌ଭୋକେଟ୍‌ କମିଟି ବାଲିଯାତ୍ରାର ଉଭୟ ପଡ଼ିଆ ଗସ୍ତ କରି ସ୍ବଚ୍ଛତା ଯାଞ୍ଚ କରିବା ସହ ରିପୋର୍ଟ ପ୍ରଦାନ କରିବା ଲାଗି ହାଇକୋର୍ଟ ଆଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri