Posted inଜାତୀୟ

ମଣିପୁରର ୫ ଜିଲାରେ କର୍ଫ୍ୟୁ, କଂଗ୍ରେସ କହିଲା ଫେଲ୍‌ ହୋଇଗଲେ ଡବଲ ଇଞ୍ଜିନ ସରକାର

ନୂଆଦିଲ୍ଲୀ,୬।୯: ଜାତୀୟ ରାଜଧାନୀ ଦିଲ୍ଲୀରେ ଜି -୨୦ ବୈଠକକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗୁରୁବାର ଠାରୁ ତିନି ଦିନିଆ ଶିଖର ସମ୍ମିଳନୀ ପାଇଁ ବିଦେଶୀ ଅତିଥିମାନେ ଦେଶରେ ପହଞ୍ଚିବା ଆରମ୍ଭ କରିବେ। ଏହି ସମୟରେ ଦେଶର ଉତ୍ତର-ପୂର୍ବ ରାଜ୍ୟ ମଣିପୁରର ୫ଟି ସମ୍ବେଦନଶୀଳଜିଲାରେ କର୍ଫ୍ୟୁ ଲାଗୁ ହେବା ଘଟଣାକୁ ଉପରେ କଂଗ୍ରେସ ବିରୋଧ କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ମଣିପୁରରେ ମୋଦି ସରକାରଙ୍କ ଡବଲ ଇଞ୍ଜିନ ସରକାର ବିଫଳ ହୋଇଛି।

ଜୟରାମ ରମେଶ ଏକ ଟୁଇଟ୍‌ରେ କହିଛନ୍ତି , ନୂଆଦିଲ୍ଲୀରେ ଜି -୨୦ ବୈଠକବେଳେ ଆସନ୍ତା ୫ ଦିନ ପାଇଁ ଇମ୍ଫାଲ ଉପତ୍ୟକାର ସମସ୍ତ ୫ଟି ଜିଲାରେ କର୍ଫ୍ୟୁ ଲାଗୁ କରାଯାଇଛି। ୪ ମାସ ପରେ ମଧ୍ୟ ହିଂସା ପର୍ଯ୍ୟାୟ ଜାରି ରହିଛି କିନ୍ତୁ ମୋଦି ସରକାରଙ୍କ ଡବଲ ଇଞ୍ଜିନ ସରକାର ପାଇଁ ମଣିପୁରରେ ପରିସ୍ଥିତି ସ୍ବାଭାବିକ ରହିଛି। ସୂଚନାଯୋଗ୍ୟ, ମଣିପୁରର ସମସ୍ତ ପାଞ୍ଚଟି ଉପତ୍ୟକା ଜିଲା ବିଷ୍ଣୁପୁର, କାକଚିଙ୍ଗ୍‌, ଥୋବାଲ, ଇମ୍ଫାଲ ପଶ୍ଚିମ ଏବଂ ଇମ୍ଫାଲ ପୂର୍ବରେ ସତର୍କତାମୂଳକ ପଦକ୍ଷେପ ଭାବରେ ମଙ୍ଗଳବାର ସନ୍ଧ୍ୟାଠାରୁ ସମ୍ପୂର୍ଣ୍ଣ କର୍ଫ୍ୟୁ ଲାଗୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପୁଣିଥରେ ଦେଶରେ ଲକଡାଉନ୍‌ ଲାଗୁ କରିପାରନ୍ତି’, ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ ପରେ ଏମିତି କହିଲେ…

ନୂଆଦିଲ୍ଲୀ,୨୭।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାର ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ପଶ୍ଚିମ ବର୍ଦ୍ଧମାନରେ…

ଚନ୍ଦ୍ରଗିରି ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆକ୍ଟିଭା

ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ…

ଥରିଲା ପୃଥିବୀ, ଭାରତରେ କମ୍ପନ ଅନୁଭୂତ

ନୂଆଦିଲ୍ଲୀ,୨୭ା୩: ଶୁକ୍ରବାର ସକାଳେ ଲେହ ଲଦାଖରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୯…

ଘରୋଇ ହିଂସାରୁ ମହିଳାଙ୍କୁ କିପରି ସୁରକ୍ଷା ଦେବ ଆଇନ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି (ଟିଏଲଏସସି )ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ଭବନ ପରିସରରେ ଏକ ଆଇନ…

ପେଟ୍ରୋଲ-ଡିଜେଲ ଶସ୍ତା କଲେ ସରକାର, ହ୍ରାସ ହେଲା ଉତ୍ପାଦ ଶୁଳ୍କ, ଜାଣନ୍ତୁ ପ୍ରତି ଲିଟର କେତେ…

ନୂଆଦିଲ୍ଲୀ,୨୭ା୩: ଆମେରିକା-ଇରାନ ଯୁଦ୍ଧ ଯୋଗୁ ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ବୃଦ୍ଧିର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉଭୟ ଉପରେ ଅତିରିକ୍ତ ଉତ୍ପାଦ…

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri