କପ୍‌୨୮: ମତଭେଦ ବଢ଼ୁଛି

ଦୁବାଇ,୧୧ା୧୨: ଜାତିସଂଘ ଜଳବାୟୁ ଆଲୋଚନା (କପ୍‌୨୮) ଶେଷ ହେବାକୁ ଆଉ ୨ ଦିନ ବାକି ଥିବାବେଳେ ଜଳବାୟୁ ପରିବର୍ତ୍ତନର ମୁକିବିଲା ଦିଗରେ ଦେଶଗୁଡ଼ିକ ଆପଣାଇବାକୁ ଥିବା ଉଦ୍ୟମକୁ ମାର୍ଗଦର୍ଶନ ଦେବା ଏବଂ ସାମୂହିକ ପ୍ରଗତିର ଅନୁଧ୍ୟାନ ଲାଗି ଚିଠା ଚୁକ୍ତିନାମା ରବିବାର ପ୍ରକାଶ ପାଇଛି। ତେବେ ଯାହା ଆଶା କରାଯାଉଥିଲା, ତାହା ଉକ୍ତ ବୁଝାମଣାରେ ଦେଖିବାକୁ ମିଳିନାହିଁ। ନେଗୋସିଏଟରମାନଙ୍କ ମଧ୍ୟରେ ମତଭେଦ ବଢ଼ୁଥିବା ଦେଖାଯାଇଛି। ଉତ୍ତାପର ବିପର୍ଯ୍ୟୟ ସ୍ତରରୁ ପୃଥିବୀକୁ ରକ୍ଷା କରିବା ଏବଂ ଭୀଷଣ ପାଗର ଭୟାବହତା କମାଇବା ଲାଗି ସହାୟତା ପାଇଁ ବୁଝାମଣାରେ ସହମତି ଆଣିବାକୁ ନେଗୋସିଏଟରମାନେ ସେମାନଙ୍କ ବିକଳ୍ପକୁ ସଙ୍କୁଚିିତ କରିବା ପାଇଁ ଆହ୍ବାନ ଦିଆଯାଇଛି। ଅନ୍ୟପକ୍ଷରେ ସେମାନେ ଭଲ ଅଗ୍ରଗତି କରୁଥିବା କପ୍‌୨୮ର ଅଧ୍ୟକ୍ଷ ସୁଲ୍‌ତାନ ଅଲ୍‌-ଜବେର ରବିବାର ଅପରାହ୍ନରେ ଗଣମାଧ୍ୟମକୁ କହିଛନ୍ତି।

୨୦୧୫ର ପ୍ୟାରିସ୍‌ ଚୁକ୍ତିନାମାରେ ଅନୁକୂଳନ ବିଶ୍ୱ ଲକ୍ଷ୍ୟ(ଜିଜିଏ) ଧାରଣାକୁ ସାମିଲ କରାଯାଇଥିଲା। (୧୮୫୦ରୁ ୧୯୦୦) ପ୍ରାକ୍‌ ଶିଳ୍ପ ଯୁଗ ତୁଳନାରେ ବୈଶ୍ୱିକ ଉତ୍ତାପ ବୃଦ୍ଧିକୁ ୧.୫ ପ୍ରତିଶତ ମଧ୍ୟରେ ସୀମିତ ରଖିବା ଲାଗି ଏଥିରେ ଲକ୍ଷ୍ୟ ରଖାଯାଇଥିଲା। ଏହା ଉପରେ ଏକ କାର୍ଯ୍ୟକାରୀ ଫ୍ରେମ୍‌ଓ୍ବାର୍କ ସ୍ଥାପନ ଲାଗି କପ୍‌୨୮ରେ ବୁଝାମଣା ଚାଲିଛି। ଚିଠା ଚୁକ୍ତିନାମା ଅନୁଯାୟୀ ଅନୂକୂଳନ ପାଇଁ ଆବଶ୍ୟକ ଅର୍ଥ ପର୍ଯ୍ୟାପ୍ତ ନୁହେଁ। ଉପଲବ୍ଧ ଅର୍ଥ ଏବଂ ବାସ୍ତବରେ ଆବଶ୍ୟକ ଆର୍ଥତ୍କ ସହାୟତା ମଧ୍ୟରେ ପାର୍ଥକ୍ୟ ବଢ଼ିଚାଲିଛି। ଗତ ମାସରେ ପ୍ରକାଶିତ ଜାତିସଂଘ ରିପୋର୍ଟ ଅନୁଯାୟୀ ଜଳବାୟୁ ମୁକିବିଲା ପାଇଁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ବାର୍ଷିକ ୨୧୫ରୁ ୩୮୭ ବିଲିୟନ ଡଲାର ଆବଶ୍ୟକ କରନ୍ତି। ତେବେ ସେମାନେ ଏପଯର୍‌ୟନ୍ତ ମାତ୍ର ୨୧ ବିଲିୟନ ଡଲାର ପାଇଛନ୍ତି। ଫଳରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଅଧିକ ପ୍ରଭାବିତ ହେଉଥିବା ଗରିବ ଏବଂ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଆର୍ଥିକ ସଙ୍କଟ ଯୋଗୁ ନିରାଶ ହୋଇଛନ୍ତି। ଏବେ ଜୀବାଶ୍ମ ଇନ୍ଧନ ଫେଜ୍‌ ଆଉଟ୍‌କୁ ନେଇ ଆଲୋଚନାରେ ଅଗ୍ରଗତି ହୋଇପାରୁ ନାହିଁ। ତୈଳ ଓ ଗ୍ୟାସ୍‌ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକ ବିଶ୍ୱ ଜଳବାୟୁ ଏଜେଣ୍ଡାକୁ ପ୍ରଭାବିତ କରିବା ଲାଗି ଉଦ୍ୟମ କରିଆସିଛନ୍ତି। ବର୍ତ୍ତମାନର କପ୍‌୨୮ର ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ ଜୀବାଶ୍ମ ଇନ୍ଧନ ଫେଜ୍‌ଆଉଟ୍‌ ଦାବି ପଛରେ କୌଣସି ବିଜ୍ଞାନସମ୍ମତ କାରଣ ନାହିଁ। ଶୀର୍ଷ ଜଳବାୟୁ ସମିଟ୍‌ରେ ଏଭଳି ସ୍ତରର ଉଦାସୀ ମତକୁ ନେଇ ବିସ୍ମିତ ହେବାର କିଛି ନାହିଁ। କାରଣ ଜଳବାୟୁ ସମ୍ମିଳନୀକୁ ଏକ ତୈଳ ବ୍ୟବସାୟ ଭେନ୍ୟୁ ଭାବେ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri