କପ୍‌୨୮: ମତଭେଦ ବଢ଼ୁଛି

ଦୁବାଇ,୧୧ା୧୨: ଜାତିସଂଘ ଜଳବାୟୁ ଆଲୋଚନା (କପ୍‌୨୮) ଶେଷ ହେବାକୁ ଆଉ ୨ ଦିନ ବାକି ଥିବାବେଳେ ଜଳବାୟୁ ପରିବର୍ତ୍ତନର ମୁକିବିଲା ଦିଗରେ ଦେଶଗୁଡ଼ିକ ଆପଣାଇବାକୁ ଥିବା ଉଦ୍ୟମକୁ ମାର୍ଗଦର୍ଶନ ଦେବା ଏବଂ ସାମୂହିକ ପ୍ରଗତିର ଅନୁଧ୍ୟାନ ଲାଗି ଚିଠା ଚୁକ୍ତିନାମା ରବିବାର ପ୍ରକାଶ ପାଇଛି। ତେବେ ଯାହା ଆଶା କରାଯାଉଥିଲା, ତାହା ଉକ୍ତ ବୁଝାମଣାରେ ଦେଖିବାକୁ ମିଳିନାହିଁ। ନେଗୋସିଏଟରମାନଙ୍କ ମଧ୍ୟରେ ମତଭେଦ ବଢ଼ୁଥିବା ଦେଖାଯାଇଛି। ଉତ୍ତାପର ବିପର୍ଯ୍ୟୟ ସ୍ତରରୁ ପୃଥିବୀକୁ ରକ୍ଷା କରିବା ଏବଂ ଭୀଷଣ ପାଗର ଭୟାବହତା କମାଇବା ଲାଗି ସହାୟତା ପାଇଁ ବୁଝାମଣାରେ ସହମତି ଆଣିବାକୁ ନେଗୋସିଏଟରମାନେ ସେମାନଙ୍କ ବିକଳ୍ପକୁ ସଙ୍କୁଚିିତ କରିବା ପାଇଁ ଆହ୍ବାନ ଦିଆଯାଇଛି। ଅନ୍ୟପକ୍ଷରେ ସେମାନେ ଭଲ ଅଗ୍ରଗତି କରୁଥିବା କପ୍‌୨୮ର ଅଧ୍ୟକ୍ଷ ସୁଲ୍‌ତାନ ଅଲ୍‌-ଜବେର ରବିବାର ଅପରାହ୍ନରେ ଗଣମାଧ୍ୟମକୁ କହିଛନ୍ତି।

୨୦୧୫ର ପ୍ୟାରିସ୍‌ ଚୁକ୍ତିନାମାରେ ଅନୁକୂଳନ ବିଶ୍ୱ ଲକ୍ଷ୍ୟ(ଜିଜିଏ) ଧାରଣାକୁ ସାମିଲ କରାଯାଇଥିଲା। (୧୮୫୦ରୁ ୧୯୦୦) ପ୍ରାକ୍‌ ଶିଳ୍ପ ଯୁଗ ତୁଳନାରେ ବୈଶ୍ୱିକ ଉତ୍ତାପ ବୃଦ୍ଧିକୁ ୧.୫ ପ୍ରତିଶତ ମଧ୍ୟରେ ସୀମିତ ରଖିବା ଲାଗି ଏଥିରେ ଲକ୍ଷ୍ୟ ରଖାଯାଇଥିଲା। ଏହା ଉପରେ ଏକ କାର୍ଯ୍ୟକାରୀ ଫ୍ରେମ୍‌ଓ୍ବାର୍କ ସ୍ଥାପନ ଲାଗି କପ୍‌୨୮ରେ ବୁଝାମଣା ଚାଲିଛି। ଚିଠା ଚୁକ୍ତିନାମା ଅନୁଯାୟୀ ଅନୂକୂଳନ ପାଇଁ ଆବଶ୍ୟକ ଅର୍ଥ ପର୍ଯ୍ୟାପ୍ତ ନୁହେଁ। ଉପଲବ୍ଧ ଅର୍ଥ ଏବଂ ବାସ୍ତବରେ ଆବଶ୍ୟକ ଆର୍ଥତ୍କ ସହାୟତା ମଧ୍ୟରେ ପାର୍ଥକ୍ୟ ବଢ଼ିଚାଲିଛି। ଗତ ମାସରେ ପ୍ରକାଶିତ ଜାତିସଂଘ ରିପୋର୍ଟ ଅନୁଯାୟୀ ଜଳବାୟୁ ମୁକିବିଲା ପାଇଁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ବାର୍ଷିକ ୨୧୫ରୁ ୩୮୭ ବିଲିୟନ ଡଲାର ଆବଶ୍ୟକ କରନ୍ତି। ତେବେ ସେମାନେ ଏପଯର୍‌ୟନ୍ତ ମାତ୍ର ୨୧ ବିଲିୟନ ଡଲାର ପାଇଛନ୍ତି। ଫଳରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଅଧିକ ପ୍ରଭାବିତ ହେଉଥିବା ଗରିବ ଏବଂ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଆର୍ଥିକ ସଙ୍କଟ ଯୋଗୁ ନିରାଶ ହୋଇଛନ୍ତି। ଏବେ ଜୀବାଶ୍ମ ଇନ୍ଧନ ଫେଜ୍‌ ଆଉଟ୍‌କୁ ନେଇ ଆଲୋଚନାରେ ଅଗ୍ରଗତି ହୋଇପାରୁ ନାହିଁ। ତୈଳ ଓ ଗ୍ୟାସ୍‌ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକ ବିଶ୍ୱ ଜଳବାୟୁ ଏଜେଣ୍ଡାକୁ ପ୍ରଭାବିତ କରିବା ଲାଗି ଉଦ୍ୟମ କରିଆସିଛନ୍ତି। ବର୍ତ୍ତମାନର କପ୍‌୨୮ର ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ ଜୀବାଶ୍ମ ଇନ୍ଧନ ଫେଜ୍‌ଆଉଟ୍‌ ଦାବି ପଛରେ କୌଣସି ବିଜ୍ଞାନସମ୍ମତ କାରଣ ନାହିଁ। ଶୀର୍ଷ ଜଳବାୟୁ ସମିଟ୍‌ରେ ଏଭଳି ସ୍ତରର ଉଦାସୀ ମତକୁ ନେଇ ବିସ୍ମିତ ହେବାର କିଛି ନାହିଁ। କାରଣ ଜଳବାୟୁ ସମ୍ମିଳନୀକୁ ଏକ ତୈଳ ବ୍ୟବସାୟ ଭେନ୍ୟୁ ଭାବେ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri