Categories: ବାଣିଜ୍ୟ

କପ୍‌-୨୮ରେ ବେଦାନ୍ତ ଆଲୁମିନିୟମ ସାମିଲ

ଭୁବନେଶ୍ୱର,୧୨।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ଜାତିସଂଘ ପକ୍ଷରୁ ଦୁବାଇଠାରେ ଆୟୋଜିତ କପ୍‌-୨୮ରେ ସାମିଲ ହୋଇଛି। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ ସ୍ଲାଭେନ କହିଛନ୍ତି, ଆମେ ନିର୍ଗମନକୁ ହ୍ରାସ କରିବା ପାଇଁ ପ୍ରୟାସ କରୁଛୁ।୨୦୫୦ସୁଦ୍ଧା ନେଟ୍‌ ଜିରୋ ହାସଲ କରିବାକୁ ଲକ୍ଷ୍ୟ ରଖିଛୁ। ଏପରିକି ଆମେ ଅତ୍ୟାଧୁନିକ କାର୍ବନ ସିକ୍ୟୁଷ୍ଟ୍ରେଶନ ପ୍ରଯୁକ୍ତି, ନବକରଣଯୋଗ୍ୟ ସାମଗ୍ରୀର ବ୍ୟବହାର କରିଆସୁଛୁ। ସେହିଭଳି ସ୍ଥାୟୀ ଭବିଷ୍ୟତ ପାଇଁ ପଥ ପରିଷ୍କାର କରିବା ଆମର ଲକ୍ଷ୍ୟ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ କମ୍ପାନୀ ଏକ ସ୍ଥାୟୀ ଭବିଷ୍ୟତ ସୁନିଶ୍ଚିତ କରିବା ଲାଗି ଉତ୍ତରଦାୟୀ ରହିଥିବାବେଳେ ଉପତ୍ାଦିତ ଉଚ୍ଚମାନର ଆଲୁମିନିୟମ ପ୍ରସ୍ତୁତି କରିବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ରହିଛି ବୋଲି କପ୍‌-୨୮ରେ ଅଂଶଗ୍ରହଣ କରି ଜନ ସ୍ଲାଭେନ ସ୍ଥାୟୀ ପ୍ରୟୋଗ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଥିଲେ। ସେହିପରି ଆଲୁମିନିୟମ ଆଜି ବିଶ୍ୱର ଦ୍ୱିତୀୟ ସର୍ବାଧିକ ବ୍ୟବହାର ହେଉଥିବା ଧାତୁ ଓ ଏହାର ବିପୁଳ ଉପତ୍ାଦନ ଗୁରୁତ୍ୱ ରହିଛି। ବିଶେଷକରି ଏରୋସ୍ପେସ୍‌, ପରିବହନ, ନିର୍ମାଣ, ବୈଦ୍ୟୁତିକ ପରି କ୍ଷେତ୍ରଗୁଡ଼ିକରେ ଏହାର ବହୁଳ ମାତ୍ରାରେ ପ୍ରୟୋଗ ଦୃଷ୍ଟିରୁ ଅକ୍ଷୟ ଶକ୍ତି, ବୈଦ୍ୟୁତିକ ଗତିଶୀଳତା, ହାଇଟେକ ଉପତ୍ାଦନ ଓ ସବୁଜ ଭିତ୍ତିଭୂମିର ଆବଶ୍ୟକତା ରହିଛି।

Share