ପାର୍ବତୀ ଗିରିଙ୍କ ପ୍ରଦର୍ଶିତ ଚଲାପଥକୁ ଅନୁସରଣ କରିବାକୁ ଆହ୍ବାନ ଦେଲେ ସଂସ୍କୃତି ମନ୍ତ୍ରୀ

ବରଗଡ଼,୧୯।୧(ପ୍ରେମାନନ୍ଦ ଖମାରୀ):ସ୍ବାଧୀନତା ସଂଗ୍ରାମର ଅଗ୍ନିଶିଖା ତଥା ମାନବ ସେବାର ମୂର୍ତ୍ତିମନ୍ତ ପ୍ରତୀକ ବଡ ମା’ ପାର୍ବତୀ ଗିରିଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ବରଗ ଜିଲା ପ୍ରଶାସନ, ପାର୍ବତୀ ଗିରି ଜନ୍ମ ଶତବାର୍ଷିକୀ କମିଟି ଏବଂ ପାର୍ବତୀ ଗିରି ବୃଦ୍ଧାଶ୍ରମ କମିଟି, ସମଲାଇପଦରର ମିଳିତ ସହଯୋଗରେ ସୋମବାର ବିଜେପୁର ଉଚ୍ଚ ବିଦ୍ୟଳୟ ଖେଳ ପଡିଆରେ ବହ୍ନିକନ୍ୟାଙ୍କ ଜନ୍ମ ଶତବର୍ଷିକୀ ସମାରୋହ ପାଳିତ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, କ୍ରୀଡା ଏବଂ ଯୁବ ସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଥମେ ବରଗଡ଼ ବେସରକାରୀ ବସଷ୍ଟାଣ୍ଡ ନିକଟସ୍ଥ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଏକାମ୍ର ଛକସ୍ଥିତ ପାର୍ବତୀଗିରି ମାର୍ଗ ନାମ ଫଳକକୁ ଉଦଘାଟନ କରିଥିଲେ। ଏହାପରେ ସେ ପାର୍ବତୀ ଗିରିଙ୍କ ଜନ୍ମ ମାଟି ସମଲେଇପଦର ଗ୍ରାମସ୍ଥିତ ବୃଦ୍ଧାଶ୍ରମ ଏବଂ ଉଚ୍ଚ ବିଦ୍ୟାଳୟ ଠାରେ ଥିବା ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନ କରିଥିଲେ। ପରେ ଶତବାର୍ଷିକୀ ପାଳନ ସମାରୋହରେ ଯୋଗ ଦେଇ ବାଲୁକା କଳାକୃତି ଏବଂ ଚିତ୍ରାଙ୍କନ ପ୍ରଦର୍ଶନୀର ଉଦଘାଟନ ଓ ପରିଦର୍ଶନ କରିଥିଲେ।

ସଭାକୁ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ, ଓଡ଼ିଶାର ବିଶିଷ୍ଟ ସାଧୀନତା ସଂଗ୍ରାମୀ ତଥା ସମାଜସେବୀ’ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀରେ କୋଟି କୋଟି ପ୍ରଣାମ । ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲାଇପଦର ଗ୍ରାମରେ ଜନ୍ମଗ୍ରହଣ କରି ଗରିବ, ମହିଳା, ଅନାଥ ଏବଂ ସମାଜର ଅବହେଳିତ ବର୍ଗର ଉନ୍ନତି ପାଇଁ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ।ମାତ୍ର ୧୬ ବର୍ଷ ବୟସରୁ ମହାତ୍ମା ଗାନ୍ଧୀଙ୍କ ଅହିଂସା ଏବଂ ଖାଦି ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ରିଟିଶ ବିରୋଧୀ ସୱାଧୀନତା ଆନ୍ଦୋଳନର ଜଣେ ସକ୍ରିୟ ଅଂଶଗ୍ରହଣକାରୀ ଭାବେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ସାହସିକ ଏବଂ ଅନୁକରଣୀୟ ଭୂମିକା ଗ୍ରହଣ କରିବା ସହ ବରଗଡ଼ କୋର୍ଟ ଏବଂ ଏସଡିଓଙ୍କ କାର୍ଯ୍ୟାଳୟରେ ପ୍ରତିବାଦର ନେତୃତ୍ୱ ନେଇ ବାରମ୍ବାର ଗିରଫ ପରେ ସମ୍ବଲପୁର ଜେଲରେ ୨ବର୍ଷ ପାଇଁ ସଶ୍ରମ କାରାବରଣ କରିଥିଲେ । କେବଳ ସେତିକି ନୁହେଁ, ଭାରତର ସୱାଧୀନତା ପରେ ସେ ବରଗଡ ଜିଲା ନୃସିଂହନାଥଠାରେ କସ୍ତୁରବା ଗାନ୍ଧୀ ମାତୃନିକେତନ ଏବଂ ସମ୍ବଲପୁର ଜିଲାରେ ଡକ୍ଟର ସାନ୍ତରା ବାଳ ନିକେତନ ଭଳି ଅନେକ ଆଶ୍ରମ, ଅନାଥାଶ୍ରମ ପ୍ରତିଷ୍ଠା କରି ନିଜର ନିଃସୱାର୍ଥପର ସେବା ଜାରି ରଖିବା ସହ ମହିଳା କଲ୍ୟାଣ, ଜେଲ ସଂସ୍କାର, କୁଷ୍ଠ ରୋଗର ନିରାକରଣ, ସୱାସ୍ଥ୍ୟ ଓ ପରିମଳ ସଚେତନତା ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ମଧ୍ୟ ବ୍ୟାପକ ଭାବରେ କାର୍ଯ୍ୟ କରିଥିଲେ । ତେଣୁ ତାଙ୍କର ମହାନ ଅବଦାନଙ୍କୁ ସ୍ମରଣ କରିବା ସହ ତାଙ୍କ ଦାରା ପ୍ରଦର୍ଶିତ ଚଲାପଥକୁ ସମସ୍ତେ ଅନୁସରଣ କରି ସମୃଦ୍ଧ ଓ ଗଠନ କରିବାରେ ସହାୟକ ହେବାକୁ ମନ୍ତ୍ରୀ ଆହ୍ବାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଜେପୁର ବିଧାୟକ ସନତ ଗ ବରଗଡ ବିଧାୟକ ଅଶିନୀ କୁମାର ଷଡଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପାର୍ବତୀ ଗିରିଙ୍କ ନାତି ନୀଲେଶ ଗିରି, ପୁତୁରା ଭରତ କୁମାର ଗିରି, ଜିଲାପାଳ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧିକ୍ଷକ ପ୍ରହଲାଦ ସହାୟ ମିନା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ପାର୍ବତୀ ଗିରି ଜନ୍ମ ଶତବାର୍ଷିକୀ ପାଳନ କମିଟି ସଭାପତି ସୁବାସ ପଧାନ ପ୍ରମୁଖ ମଞ୍ଚାସୀନ ହୋଇ ବଡମା ପର୍ବତୀ ଗିରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏହି ଅବସରେ ଅଞ୍ଚଳର ପ୍ରମୁଖ ସମାଜ ସେବୀ, ପ୍ରତିଭା ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନ ଗୁଡିକୁ ମିଶାଇ ମୋଟ ୨୭ ଜଣଙ୍କୁ ମୁଖ୍ୟ ଅତିଥି ଏବଂ ସମସ୍ତ ସମ୍ମାନିତ ଅତିଥିଙ୍କ ଦାରା ସମ୍ମାନିତ କରିବା ସହ ବ୍ଲକ ଓ ଜିଲ୍ଲା ସ୍ତରରେ ଆୟୋଜିତ ପ୍ରବନ୍ଧ ଲିଖନ ଏବଂ ବକ୍ତୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତୀତ୍ ହାସଲ କରିଥିବା ୪୦ ଜଣ ମହାବିଦ୍ୟଳୟ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏତଦ ବ୍ୟତୀତ ବିଜେପୁର ବ୍ଲକର ୨ ଜଣ ହିତାଧିକାରୀଙ୍କୁ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ସହ ବିଜେପୁର ତହସିଲ ଅନ୍ତର୍ଗତ ପଡା ଗ୍ରାମର ୧୯ ଜଣ ଯୋଗ୍ୟ ଭୂମିହିନ ହିତାଧିକାରୀଙ୍କୁ ବସୁନ୍ଧରା ପଟ୍ଟା ପ୍ରଦାନ କରାଯାଇଥିଲା । ସେହିପରି ବରଗଡ଼ ସାମ୍ବାଦିକ ସଂଘ, ବରଗ ନାଗରିକ ମଞ୍ଚ, ବରଗ’ ମହିଳା ସମିତି, ବଡମା ପରିବାର ଆଦି ଅନୁଷ୍ଠାନ ପକ୍ଷରୁ ବରଗଡ଼ ସହରସ୍ଥିତ ବହ୍ନିକନ୍ୟାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।ବରଗଡ ପାର୍ବତୀ ଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜିତା ନାୟକଙ୍କ ଅଧ୍ୟକ୍ଷତାରେ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପ୍ରାଧ୍ୟାପିକା ପୁଷ୍ପାଞ୍ଜଳି ପ୍ରଧାନ, ନନ୍ଦିନୀ ନିରୋଦ ପଣ୍ଡା ଓ ଡଃ ପ୍ରଶାନ୍ତ କୁମାର ଦାଶ ପାର୍ବତୀ ଗିରିଙ୍କ ଉତ୍ସର୍ଗୀକୃତ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବରଗଡ ଗାନ୍ଧୀଭବନ ଛକରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri