ରାଜଧାନୀରେ ହେବ ‘କଲ୍‌ଚରାଲ କରିଡର’

ଭୁବନେଶ୍ୱର, ୧୦।୩ (ବ୍ୟୁରୋ): ଓଡ଼ିଶାର କଳା ଓ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ସହ ରାଜଧାନୀ ଭୁବନେଶ୍ୱରକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଅନେକ ସୃଜନଶୀଳ ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜଧାନୀରେ ଏକ ‘କଲ୍‌ଚରାଲ୍‌ କରିଡର’ କରାଯିବାର ଯୋଜନା ରହିଛିି। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ଏନେଇ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ମାର୍ଟ ଜନପଥରେ ସାଂସ୍କୃତିକସ୍ଥଳୀର ଦୃଶ୍ୟପଟ ଏବଂ କାର୍ଯ୍ୟକାରିତାକୁ ସ୍ଥାନ ଦେବା ପାଇଁ ଯୋଜନା ସ୍ଥିର ହୋଇଛି।
ପୂର୍ବରୁ ଷ୍ଟ୍ରିଟ୍‌ ଭେଣ୍ଡର ସର୍ବେକ୍ଷଣକୁ ଆଧାରକରି ବର୍ତ୍ତମାନ ସ୍ମାର୍ଟ ଜନପଥରେ ହୋଇଥିବା କିଓସ୍କଗୁଡିକର ଆବଣ୍ଟନ ଚାଲୁଛି। ଏଭଳି ସ୍ଥିତିରେ ସହରର ଏକ ପ୍ରମୁଖ ସ୍ଥାନରେ ରାଜ୍ୟର ସମସ୍ତ ଜିଲାକୁ ଉପସ୍ଥାପନ କରି ଏହାର ସଂସ୍କୃତିକୁ ବର୍ଣ୍ଣନା କରୁଥିବା କିଛି କିଓସ୍କ ସ୍ଥାପନ କରାଯିବ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରମାଦେବୀ ମହିଳା ମହାବିଦ୍ୟାଳୟ ଠାରୁ ରୂପାଲୀ ଛକ ପର୍ଯ୍ୟନ୍ତ ବିସ୍ତୃତ ଜନପଥ ପାର୍ଶ୍ୱରେ କିଓସ୍କଗୁଡ଼ିକୁ ରଖାଯିବାର ନିଷ୍ପତ୍ତି ନିଆଯାଇଥିବା ବୈଠକରେ ସୂଚନା ଦିଆଯାଇଛି। ସ୍ମାର୍ଟସିଟି ଭୁବନେଶ୍ୱର ସାରା ବିଶ୍ୱ ପାଇଁ ଏକ ପର୍ଯ୍ୟଟନ ସ୍ଥାନ ତଥା ମନ୍ଦିରମୟୀ ନଗରୀ ଭାବେ ପ୍ରତିଷ୍ଠିତ। ତେଣୁ ସ୍ମାର୍ଟ ଜନପଥ ପ୍ରକଳ୍ପରେ ଏହାକୁ ଆହୁରି ସୁନ୍ଦର କରି ଗଢି ତୋଳିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି କମିଶନର ଚୌଧାରୀ କହିଛନ୍ତି। ଏନେଇ କମିଶନର ସମସ୍ତ ଜିଲାର ଜିଲାପାଳଙ୍କୁ ଚିଠି ଲେଖି ସେମାନଙ୍କ ଜିଲାରୁ ଜଣେ ଲେଖାଏଁ ପ୍ରତିନିଧିଙ୍କୁ ଚୟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯିଏ କି ସେହି ଜିଲାକୁ ପ୍ରତିନିଧିତ୍ୱ କରିପାରୁଥିବେ। ସମସ୍ତ ଅଞ୍ଚଳର ଉତ୍ପାଦନ ଏବଂ ସାଂସ୍କୃତିକ ସାମଗ୍ରୀର ପ୍ରଦର୍ଶନ ଓ ବିପଣନ ପାଇଁ ଏଠାରେ ସ୍ବତନ୍ତ୍ର ରୀତିରେ କିଓସ୍କ ରଖାଯାଇ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସୁହାଇଲା ଭଳି ବ୍ୟବସ୍ଥା କରାଯିବ। କନ୍ଧମାଳର ହଳଦୀ ହେଉ ଅବା କୋରାପୁଟ କଫି କିମ୍ବା ପିପିଲିର ଚାନ୍ଦୁଆ ସବୁକିଛି ସେଠାରେ ଉପଲବ୍ଧ ହୋଇପାରିବ। ଏଥିସହ କିଓସ୍କ ଗୁଡିକୁ ସ୍ବତନ୍ତ୍ର ଢଙ୍ଗରେ କରାଯାଇ ଆଗ୍ରହୀ ଗ୍ରାହକ ଓ ପର୍ଯ୍ୟଟକମାନଙ୍କର ବୁଲି ଦେଖିବା ଭଳ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ କାରବାର ତଥା ଅଗ୍ରିମ ଅର୍ଡର ଦେବାର ବ୍ୟବସ୍ଥା ରହିବ। ଏ କ୍ଷେତ୍ରରେ ନିରାପତ୍ତା, ଆଇନ୍‌ଶୃଙ୍ଖଳା ଏବଂ ଜିଲା ପ୍ରଶାସନ ସହ ସଂଯୋଜନା ପାଇଁ ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯିବ। ସେହିପରି ପରିମଳ ବ୍ୟବସ୍ଥା ପାଇଁ ସମ୍ପୃକ୍ତ ସ୍ଥାନରେ ସ୍ମାର୍ଟ ଟଏଲେଟ୍‌ର ସୁବିଧା ରହିବ। ସହର ବା ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକ ଏଭଳି ସ୍ମାର୍ଟ ଜନପଥ ଦେଖିଲେ ରାଜ୍ୟର ସଂସ୍କୃତି ଓ ପ୍ରଗତି ବାବଦରେ ତାଙ୍କର ଅବଧାରଣା ଆସିବ। ଏଥିସହ ସମଗ୍ର ରାଜ୍ୟ ବିଷୟରେ ଜ୍ଞାନ ଆହରଣ ପାଇଁ ଏହା ଏକ ନମୁନା ଭାବେ ସ୍ଥାନ ପାଇବ ବୋଲି ବୈଠକରେ ସୂଚନା ଦିଆଯାଇଛି। ବିଏମ୍‌ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସାଉଥ୍‌ ଇଷ୍ଟ ଜୋନାଲ୍‌ ଡେପୁଟି କମିଶନର ଅଂଶୁମାନ ରଥ, ଡେପୁଟି କମିଶନର ପ୍ରମୋଦ ପୃଷ୍ଟି ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri