ଏଲ୍‌ଆଇସିର ସିଏସ୍‌ଆର୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର,୩୧।୧: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଇଷ୍ଟ ସେଣ୍ଟ୍ରାଲ ଜୋନ୍‌ ପାଟନା(ବିହାର) ପକ୍ଷରୁ ବିହାରର ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲକୁ ୧୦ଟି ଷ୍ଟ୍ରେଚର ଟ୍ରଲି ଯୋଗାଇ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଏଲ୍‌ଆଇସିର ଇଷ୍ଟ ସେଣ୍ଟ୍ରାଲ ଜୋନ୍‌ ପାଟନା (ବିହାର) ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଏଲ୍‌ଆଇସି ଇଷ୍ଟ ସେଣ୍ଟ୍ରାଲ ଜୋନ ୍‌ ପାଟନା(ବିହାର)ର କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରବଣ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ହସ୍ପିଟାଲ କର୍ତ୍ତୃପକ୍ଷକୁ ୧୦ଟି ଷ୍ଟ୍ରେଚର ଟ୍ରଲି ପ୍ରଦାନ କରିବା ସହ ସେଗୁଡିକ ରୋଗୀଙ୍କ ସେବାରେ ନିଯୋଜିତ ବା ରୋଗୀମାନେ ବ୍ୟବହାର କରିବେ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ଏହି ଅବସରରେ ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲର ନିର୍ଦ୍ଦେଶକ ଡା. ସୁଭାଷ ଚନ୍ଦ୍ରା ଏଲ୍‌ଆଇସିର ଇଷ୍ଟ ସେଣ୍ଟ୍ରାଲ ଜୋନ ପାଟନା (ବିହାର)କୁ ସାଧୁବାଦ ଜଣାଇବା ସହିତ ଶ୍ରବଣ କୁମାରଙ୍କଠାରୁ ଷ୍ଟ୍ରେଚର ଟ୍ରଲି ଗ୍ରହଣ କରିଥିଲେ। ଏ ନେଇ ଏଲ୍‌ଆଇସିର ପ୍ରାଦେଶିକ ପ୍ରବନ୍ଧକ (ବିପଣନ) ସନୋଜ କୁମାର କହିଥିଲେ, ବୀମା ସପ୍ତାହ ଅବସରରେ ନିଗମର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନ (ଅନ୍ତର୍ଗତ)ରେ ଉକ୍ତ ଷ୍ଟ୍ରେଚର ଟ୍ରଲି ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଏଲ୍‌ଆଇସିର ପ୍ରାଦେଶିକ ପ୍ରବନ୍ଧକ ବି.କେ. ସିଂହଙ୍କ ସମେତ ରାକେଶ କୁମାର ଏବଂ ରାକେଶ ରଞ୍ଜନ ଓ ଡା. ରବୀନ୍ଦ୍ର ସିଂହ, ଡା. ଗୁପ୍ତେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ବର୍ଷ ହେବ ଏଲ୍‌ଆଇସି ତା’ର ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଅଧୀନରେ ଦେଶର ପ୍ରମୁଖ ହସ୍ପିଟାଲ, ଶିକ୍ଷଣୀୟ ସଂସ୍ଥା, ସାମାଜିକ ସଂସ୍ଥା ଏବଂ ଏନ୍‌ଜିଓଗୁଡିକ ସହାୟତା ଯୋଗାଇଦେଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଦଳରୁ ଇସ୍ତଫା ଦେଲେ ଆଉ ଜଣେ ନେତା

ଧର୍ମଶାଳା,୯।୨(ଶିବ ପ୍ରସାଦ ମହାନ୍ତି): ଆଜିକାଲି ଜଣେ ପରେ ଜଣେ ନେତା ବିଜେଡି ଛାଡୁଛନ୍ତି। ଏହି କ୍ରମରେ ସୋମବାର ବିଜୁ ଜନତା ଦଳରୁ ଇସ୍ତଫା ଦେଉଛନ୍ତି ଯାଜପୁର ଜିଲାର…

ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍‌କୁ ନେଇ ଆସିଲା ନୂଆ ଟ୍ବିଷ୍ଟ୍‌: ବୟକଟ ମଧ୍ୟରେ ବାଂଲାଦେଶର ଏଣ୍ଟ୍ରି

ନୂଆଦିଲ୍ଲୀ,୯।୨: ୨୦୨୬ ଟି୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ସମ୍ପର୍କରେ ଆଲୋଚନା ଚାଲିଛି। ରିପୋର୍ଟ ଅନୁଯାୟୀ, ଆଇସିସି ଦୁଇ ଦେଶ ମଧ୍ୟରେ ଏକ…

Vaibhav Suryavanshiଙ୍କ ସାମ୍ନାରେ ଏବେ ନୂଆ ଚ୍ୟାଲେଞ୍ଜ! ଦେବେ କି ପରୀକ୍ଷା? ଜାଣନ୍ତୁ ବଡ଼ ଅପଡେଟ

ନୂଆଦିଲ୍ଲୀ,୯।୨: କ୍ରିକେଟ ପଡ଼ିଆରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥିବା ସମସ୍ତିପୁରର ଜଣେ ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ CBSE ଦଶମ…

T20 World Cupରୁ ବାଦ ପଡ଼ିଥିବା ହର୍ଷିତ ରାଣାଙ୍କର ହେଲା ସର୍ଜରୀ, କେବେ ପୁଣି ଖେଳିବେ ଜାଣନ୍ତୁ

ନୂଆଦିଲ୍ଲୀ,୯।୨: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ହର୍ଷିତ ରାଣାଙ୍କ ଆଣ୍ଠୁ ଅସ୍ତ୍ରୋପଚାର ସଫଳ ହୋଇଛି । ସେ ଏହି ସୂଚନା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।  ସେ…

‘ସତ୍‌ସଙ୍ଗ ମଣିଷ ଭିତରେ ସକାରାତ୍ମକ ଭାବ ସୃଷ୍ଟି କରୁଛି’

ଭୁବନେଶ୍ୱର,୯ା୨(ବନ୍ଦନା ସେଠୀ): ସତ୍‌ସଙ୍ଗ ମଣିଷ ଭିତରେ ଏକ ସକାରାତ୍ମକ ଭାବ ସୃଷ୍ଟି କରିଚାଲିଛି। ଏହା ମଣିଷ ଭିତରେ ପାରସ୍ପରିକତା ବୃଦ୍ଧି କରୁଛି। ଭ୍ରାତୃଭାବ ସୃଷ୍ଟି ସହ ସୁସ୍ଥ…

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ! ବିରୋଧୀ ହେଉଛନ୍ତି ସଜବାଜ

ନୂଆଦିଲ୍ଲୀ,୯।୨: ବିରୋଧୀ ଦଳ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ସୂତ୍ରରୁ ଜଣାପଡିଛି ଯେ, ବିରୋଧୀ ଦଳ ନେତାମାନେ…

ବଡ଼ ସଙ୍କେତ ଦେଲେ ସୁର: ଆମ ପାଖରେ ପଇସା ଅଛି, ଜଟଣୀରୁ ନିର୍ବାଚନ…

ଭୁବନେଶ୍ବର,୯।୨: ପୁଣି ନିର୍ବାଚନ ଲଢ଼ିବେ ସୁର ରାଉତରାୟ । ଏନେଇ ଆଜି ସେ ଗଣମାଧ୍ୟମକୁ ପ୍ରକିକ୍ରିୟା ଦେଇ ଘୋଷଣା କରିଛନ୍ତି । ଲୋକେ ଚାହିଁଲେ କଂଗ୍ରେସ ଟିକେଟରୁ…

ଅଷ୍ଟ୍ରେଲିଆର ଗର୍ବ ଭାଙ୍ଗିଲା ଭାରତ: କଲା ବଡ଼ କାରନାମା

ନୂଆଦିଲ୍ଲୀ,୯।୨: ICC ପୁରୁଷ T20 ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆ ବିଜୟ ସହିତ ତା’ର ଅଭିଯାନ ଆରମ୍ଭ କରିଥିଲା। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଭାରତ ଆମେରିକା ବିପକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri