ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌ର ସିଏସ୍‌ଆର୍‌ ଅଭିଯାନ

ଭୁବନେଶ୍ୱର,୧୭।୪: ଏଲ୍‌ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍‌ (ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌) ପକ୍ଷରୁ ସ୍ବାସ୍ଥ୍ୟ ସ୍ବରାଜ ସୋସାଇଟିକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ବିଶେଷ କରି ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌ର କର୍ପୋରେଟ ସୋସିଆଲ ରେସପନସିବିଲିଟି (ସିଏସଆର) କାର୍ଯ୍ୟକ୍ରମ ଜରିଆରେ ଉକ୍ତ ଆମ୍ବୁଲାନ୍ସ ଦିଆଯାଇଛି। ଏପରିକି ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌ର ସିଏସଆର ଅଭିଯାନ ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌ ସଞ୍ଜିବନୀ ଯୋଜନା ଅଧୀନରେ କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍‌ର କନିଗୁମା, କେରପାଇ ଓ ସିଲେଟ୍‌ ପଞ୍ଚାୟତର ପ୍ରକଳ୍ପ ଅଧୀନ ଅଞ୍ଚଳ ପାଇଁ ସ୍ବାସ୍ଥ୍ୟ ସ୍ବରାଜ ସୋସାଇଟିକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ସେହିଭଳି ଆଦିବାସୀ ଲୋକଙ୍କ ମଧ୍ୟରେ ରୋଗ ଚିହ୍ନଟ ପାଇଁ ୟୁରିନ୍‌ ଆନାଲାଇଜର ଓ ଡବ୍ଳ୍ୟୁବିସି ଆନାଲାଇଜର ଭଳି ମେଡିକାଲ୍‌ ଉପକରଣ ମଧ୍ୟ ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌ର ଏମ୍‌ଡି ତଥା ସିଇଓ ୱାଇ ବିଶ୍ୱନାଥ ଗୌଡ଼ ଉକ୍ତ ଆମ୍ବୁଲାନ୍ସ ଓ ମେଡିକାଲ୍‌ ଉପକରଣକୁ ସ୍ବାସ୍ଥ୍ୟ ସ୍ବରାଜ ସୋସାଇଟିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆକ୍ୱିନାସ୍‌ ଏଡାସେରିଙ୍କୁ ପ୍ରଦାନ କରିଥିଲେ। ଏପରିକି ସୋସାଇଟିର ମୁଖ୍ୟ କାର୍ଯ୍ୟାଳୟ ଭବାନୀପାଟଣାଠାରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ହସ୍ତାନ୍ତର କରାଯାଇଥିଲା।
ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌ର ଏମ୍‌ଡି ତଥା ସିଇଓ ୱାଇ ବିଶ୍ୱନାଥ ଗୌଡ଼ କହିଥିଲେ ଆଦିବାସୀ ଲୋକଙ୍କ ପାଖରେ ପହଞ୍ଚିବା ଏବଂ ସେମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ଲକ୍ଷ୍ୟରେ ଏହା ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏଲ୍‌ଆଇସି ଏଚ୍‌ଏଫ୍‌ଏଲ ଇଷ୍ଟ ସେଣ୍ଟ୍ରାଲ୍‌ ଜୋନ୍‌ର ଆଞ୍ଚଳିକ ପ୍ରବନ୍ଧକ ରମେଶ ଚନ୍ଦ୍ର ଖୋରା, କଳାହାଣ୍ଡି ଜିଲା ସିଡିଏମ୍‌ଓ ପିଏଚ୍‌ଓ ଡା. ଗିରିଶ ଚନ୍ଦ୍ର ରାଉତ, ଡିପିଏମ୍‌ ଏନ୍‌ଏଚ୍‌ଏମ୍‌ ଅବନୀ ରଜନ, ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌ ଭୁବନେଶ୍ୱରର ଏରିଆ ମ୍ୟାନେଜର ସୁମନ୍ତ କୁମାର ପାଣିଗ୍ରାହୀ ଓ ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌ ସିଏସ୍‌ଆର୍‌ ବିଭାଗ ପୂର୍ବାଞ୍ଚଳର ସୌରଭ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ଏପରିକି ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଏନ୍‌ଜିଓ ଓ ଭବାନୀପାଟଣାର ସ୍ଥାନୀୟ ବାସିନ୍ଦା ମଧ୍ୟ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri