Posted inଖେଳ

ସ୍ପିନ୍‌ରେ ବିବିଧତା ପାଇଁ ଫାଇଦାରେ ରହିବ ସିଏସ୍‌କେ

ନୂଆଦିଲ୍ଲୀ, ୧୯ା୯ (ପି.ଟି.)- ସ୍ପିନ୍‌ରେ ବିବିଧତା ପାଇଁ ୟୁଏଇ କଣ୍ଡିଶନରେ ଫାଇଦାରେ ରହିବ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ୩ଥର ଚାମ୍ପିୟନ ହୋଇ ସାରିଥିବା ଏହି ଦଳ ଆଇପିଏଲ୍‌ର ୧୩ତମ ସଂସ୍କରଣ ଜିତିବା ସମ୍ଭାବନା ଅଧିକ ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ସ୍ପିଡଷ୍ଟର ବ୍ରେଟ୍‌ ଲି। ସିଏସ୍‌କେରେ ସାଣ୍ଟନର ଓ ଜାଡୋଜାଙ୍କ ଭଳି ସ୍ପନିର ଅଛନ୍ତି। ଦଳର ସମସ୍ତ ସ୍ପିନରଙ୍କ ବୋଲିଂ ଶୈଳୀରେ ଭିନ୍ନତା ରହିଛି। ଟୁର୍ନାମେଣ୍ଟର ଅଗ୍ରଗତି କ୍ରମେ ସେମାନେ କଣ୍ଡିଶନରୁ ଫାଇଦା ଉଠାଇବେ। ଚାରିଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଦଳର ପ୍ରମୁଖ ବୋଲର ଲସିଥ ମାଲିଙ୍ଗାଙ୍କ ସହାୟତା ଏଥର ପାଇବ ନାହିଁ। ଶ୍ରୀଲଙ୍କାର ଏହି ଅଭିଜ୍ଞ ସିମ୍‌ ବୋଲର ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ହେଲେ ତାଙ୍କର ଅନୁପସ୍ଥିତିକୁ ଯଶପ୍ରୀତ୍‌ ବୁମ୍‌ରା ଭରଣା କରିପାରିବେ ବୋଲି ଦୃଢତାର ସହିତ କହିଛନ୍ତି ୪୩ ବର୍ଷୀୟ ଲି’। ବୁମ୍‌ରାଙ୍କ ବୋଲିଂ ଆକ୍ସନ ଅଜବ ପ୍ରକାର। ସେ ଉଭୟ ଇନ୍‌ ସୁଇଂ ଓ ଆଉଟ୍‌ ସୁଇଂ ବୋଲିଂ କରିପାରନ୍ତି। ସେ ନୂଆ ବଲ୍‌ରେ ଯଦିଓ ଭଲ ବୋଲିଂ କରିଥାନ୍ତି, ମୁଁ କିନ୍ତୁ ପୁରୁଣା ବଲ୍‌ରେ ତାଙ୍କ ବୋଲିଂକୁ ଉପ ଭୋଗ କରିଥାଏ। ଗତ କିଛି ବର୍ଷ ହେଲା ତାଙ୍କ ପ୍ରଭାବୀ ପ୍ରଦର୍ଶନ ଦେଖିବା ପରେ ମୁଁ ତାଙ୍କର ଜଣେ ପ୍ରଶଂସକ ହୋଇଯାଇଛି ବୋଲି ପୂର୍ବତନ ଅଷ୍ଟ୍ରେଲୀୟ ପେସ୍‌ ବୋଲର କହିଛନ୍ତି। ବୁମ୍‌ରା ଘଣ୍ଟା ପ୍ରତି ୧୪୦ କିଲୋମିଟର ସ୍ପିଡ୍‌ରେ ବୋଲିଂ କରିପାରନ୍ତି। ସେ ବ୍ୟାଟ୍ସମ୍ୟାନଙ୍କ ପାଦକୁ ଲକ୍ଷ୍ୟ କରି ବୋଲିଂ କରିବାର କୌଶଳ ତାଙ୍କୁ ଜଣା। ଏହାଛଡ଼ା ସେ ୟର୍କର ମଧ୍ୟ ପକାଇପାରନ୍ତି। କ୍ୱଚିତ୍‌ ବୋଲରଙ୍କ ନିକଟରେ ଏହି ପ୍ରତିଭା ଦେଖିବାକୁ ମିଳିଥାଏ। ୭୬ ଟେଷ୍ଟରେ ୩୧୦ ୨୨୧ ଅନ୍ତର୍ଜାତୀୟ ଦିନିକିଆରେ ୩୮୦ ଉଇକେଟ ଅକ୍ତିଆର କରିଥିବା ଲି’ କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏଥର ଶ୍ରେଷ୍ଠ ୪ ଦଳରେ ରହିବ। ଏହି ଦଳ ଗତ ୪ ବର୍ଷ ହେଲା ଚାମ୍ପିୟନ ହୋଇଆସୁଛି। ଦଳରେ ବହୁ ଭଲ ଖେଳାଳି ମଧ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri