Posted inଖେଳ

ସ୍ପିନ୍‌ରେ ବିବିଧତା ପାଇଁ ଫାଇଦାରେ ରହିବ ସିଏସ୍‌କେ

ନୂଆଦିଲ୍ଲୀ, ୧୯ା୯ (ପି.ଟି.)- ସ୍ପିନ୍‌ରେ ବିବିଧତା ପାଇଁ ୟୁଏଇ କଣ୍ଡିଶନରେ ଫାଇଦାରେ ରହିବ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ୩ଥର ଚାମ୍ପିୟନ ହୋଇ ସାରିଥିବା ଏହି ଦଳ ଆଇପିଏଲ୍‌ର ୧୩ତମ ସଂସ୍କରଣ ଜିତିବା ସମ୍ଭାବନା ଅଧିକ ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ସ୍ପିଡଷ୍ଟର ବ୍ରେଟ୍‌ ଲି। ସିଏସ୍‌କେରେ ସାଣ୍ଟନର ଓ ଜାଡୋଜାଙ୍କ ଭଳି ସ୍ପନିର ଅଛନ୍ତି। ଦଳର ସମସ୍ତ ସ୍ପିନରଙ୍କ ବୋଲିଂ ଶୈଳୀରେ ଭିନ୍ନତା ରହିଛି। ଟୁର୍ନାମେଣ୍ଟର ଅଗ୍ରଗତି କ୍ରମେ ସେମାନେ କଣ୍ଡିଶନରୁ ଫାଇଦା ଉଠାଇବେ। ଚାରିଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଦଳର ପ୍ରମୁଖ ବୋଲର ଲସିଥ ମାଲିଙ୍ଗାଙ୍କ ସହାୟତା ଏଥର ପାଇବ ନାହିଁ। ଶ୍ରୀଲଙ୍କାର ଏହି ଅଭିଜ୍ଞ ସିମ୍‌ ବୋଲର ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ହେଲେ ତାଙ୍କର ଅନୁପସ୍ଥିତିକୁ ଯଶପ୍ରୀତ୍‌ ବୁମ୍‌ରା ଭରଣା କରିପାରିବେ ବୋଲି ଦୃଢତାର ସହିତ କହିଛନ୍ତି ୪୩ ବର୍ଷୀୟ ଲି’। ବୁମ୍‌ରାଙ୍କ ବୋଲିଂ ଆକ୍ସନ ଅଜବ ପ୍ରକାର। ସେ ଉଭୟ ଇନ୍‌ ସୁଇଂ ଓ ଆଉଟ୍‌ ସୁଇଂ ବୋଲିଂ କରିପାରନ୍ତି। ସେ ନୂଆ ବଲ୍‌ରେ ଯଦିଓ ଭଲ ବୋଲିଂ କରିଥାନ୍ତି, ମୁଁ କିନ୍ତୁ ପୁରୁଣା ବଲ୍‌ରେ ତାଙ୍କ ବୋଲିଂକୁ ଉପ ଭୋଗ କରିଥାଏ। ଗତ କିଛି ବର୍ଷ ହେଲା ତାଙ୍କ ପ୍ରଭାବୀ ପ୍ରଦର୍ଶନ ଦେଖିବା ପରେ ମୁଁ ତାଙ୍କର ଜଣେ ପ୍ରଶଂସକ ହୋଇଯାଇଛି ବୋଲି ପୂର୍ବତନ ଅଷ୍ଟ୍ରେଲୀୟ ପେସ୍‌ ବୋଲର କହିଛନ୍ତି। ବୁମ୍‌ରା ଘଣ୍ଟା ପ୍ରତି ୧୪୦ କିଲୋମିଟର ସ୍ପିଡ୍‌ରେ ବୋଲିଂ କରିପାରନ୍ତି। ସେ ବ୍ୟାଟ୍ସମ୍ୟାନଙ୍କ ପାଦକୁ ଲକ୍ଷ୍ୟ କରି ବୋଲିଂ କରିବାର କୌଶଳ ତାଙ୍କୁ ଜଣା। ଏହାଛଡ଼ା ସେ ୟର୍କର ମଧ୍ୟ ପକାଇପାରନ୍ତି। କ୍ୱଚିତ୍‌ ବୋଲରଙ୍କ ନିକଟରେ ଏହି ପ୍ରତିଭା ଦେଖିବାକୁ ମିଳିଥାଏ। ୭୬ ଟେଷ୍ଟରେ ୩୧୦ ୨୨୧ ଅନ୍ତର୍ଜାତୀୟ ଦିନିକିଆରେ ୩୮୦ ଉଇକେଟ ଅକ୍ତିଆର କରିଥିବା ଲି’ କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏଥର ଶ୍ରେଷ୍ଠ ୪ ଦଳରେ ରହିବ। ଏହି ଦଳ ଗତ ୪ ବର୍ଷ ହେଲା ଚାମ୍ପିୟନ ହୋଇଆସୁଛି। ଦଳରେ ବହୁ ଭଲ ଖେଳାଳି ମଧ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri