ଆଇପିଏଲ୍‌ରେ ଏହି କୀର୍ତ୍ତିମାନ କରିବାରେ ଚେନ୍ନାଇ ପ୍ରଥମ ଟିମ୍‌

ଦୁବାଇ, ୧୪।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ନୈରାଶ୍ୟଜନକ ଆରମ୍ଭ କରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଏବେ ଲୟକୁ ଫେରିଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ୨୦ ରନରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସୁପର୍‌ କିଙ୍ଗ୍ସ ୨୦ ଓଭରରେ ୧୬୮ ରନ କରିଥିଲା। ଜବାବରେ ହାଇଦ୍ରାବାଦ୍‌ ୧୪୭ ରନ କରିବାକୁ ସକ୍ଷମ ହୋଇପାରିଥିଲା।
ବିପକ୍ଷରେ ଚେନ୍ନାଇର ଏହା ଓଭରଅଲ୍‌ ୧୦ମ ବିଜୟ ଥିଲା। ଏହି ବିଜୟ ସହ ଧୋନୀଙ୍କ ଦଳ ଆଇପିଏଲ୍‌ରେ ଏକ ସ୍ବତନ୍ତ୍ର କୀର୍ତ୍ତିମାନ ସ୍ଥାପନ କରିଛି। ଆଇପିଏଲ୍‌ ଇତିହାସରେ ଚେନ୍ନାଇ ଏକମାତ୍ର ଦଳ ଯିଏକି ବର୍ତ୍ତମାନ ଖେଳୁଥିବା ସମସ୍ତ ୭ଟି ଦଳ ବିପକ୍ଷରେ ୧୦ କିମ୍ବା ଏହାଠାରୁ ଅଧିକଥର ବିଜୟ ଲାଭ କରିଛି। ସିଏସ୍‌କେ ବ୍ୟତୀତ ଅନ୍ୟ କେଉଁ ଦଳ ବର୍ତ୍ତମାନ ଖେଳୁଥିବା ୭ ଟିମ୍‌ ବିପକ୍ଷରେ ୧୦ କିମ୍ବା ଏହାଠାରୁ ଅଧିକ ବିଜୟ ହାସଲ କରିପାରି ନାହିଁ।

Share