Posted inଖେଳ

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର କିଙ୍ଗସ (CSK)କୁ ଏକ ବଡ଼ ଝଟକା ଲାଗିଛି। ଟୁର୍ନାମେଣ୍ଟ ଆରମ୍ଭ ହେବାର ମାତ୍ର ୯ ଦିନ ପୂର୍ବରୁ ଦଳର ବୋଲିଂ ବିଭାଗ ଦୁର୍ବଳ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ନାଥନ ଏଲିସ (Nathan Ellis) ଆହତ କାରଣରୁ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରୁ ବାଦ ପଡ଼ିଛନ୍ତି। ଏଲିସଙ୍କ ଏହି ଆହତ ସମସ୍ୟା CSKର ରଣନୀତିକୁ ବିଗାଡ଼ି ଦେଇଛି।

‘ସ୍ପୋର୍ଟଷ୍ଟାର୍‌’ର ରିପୋର୍ଟ ଅନୁଯାୟୀ, ନାଥନ ଏଲିସ ହ୍ୟାମଷ୍ଟ୍ରିଙ୍ଗ (Hamstring) ଆଘାତ ଯୋଗୁ ଚିନ୍ତିତ ଅଛନ୍ତି। ସେ ଟୁର୍ନାମେଣ୍ଟ ପୂର୍ବରୁ ସୁସ୍ଥ ହେବାର କୌଣସି ସମ୍ଭାବନା ନାହିଁ। CSKର ସିଇଓ କାଶୀ ବିଶ୍ୱନାଥନ ଏହି ଖବରକୁ ନିଶ୍ଚିତ କରି କହିଛନ୍ତି ଯେ, ଏହା ଦଳ ପାଇଁ ଏକ ବଡ଼ କ୍ଷତି ଏବଂ ଦଳ ଏବେ ତାଙ୍କର ବିକଳ୍ପ ଖେଳାଳି ଖୋଜିବା ଆରମ୍ଭ କରିଦେଇଛି।

ଏଲିସ ଚଳିତ ବର୍ଷ ଆରମ୍ଭରୁ ହିଁ ହ୍ୟାମଷ୍ଟ୍ରିଙ୍ଗ ସମସ୍ୟା ଦେଇ ଗତି କରୁଛନ୍ତି। ସେ BBL ସମୟରେ ଆହତ ହୋଇ କିଛି ମ୍ୟାଚ ଖେଳିପାରିନଥିଲେ। T20 ବିଶ୍ୱକପ ୨୦୨୬ରେ ସେ ସୁସ୍ଥ ହୋଇ ଅଷ୍ଟ୍ରେଲିଆ ପାଇଁ ୪ଟି ମ୍ୟାଚରେ ୫ଟି ଉଇକେଟ ନେଇଥିଲେ। ନିକଟରେ ଅଷ୍ଟ୍ରେଲିଆର ଏକ ଘରୋଇ ୱାନଡେ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳିବା ପରେ ତାଙ୍କର ଏହି ପୁରୁଣା ଆଘାତ ପୁଣି ଥରେ ସାମ୍ନାକୁ ଆସିଛି।

୩୧ ବର୍ଷୀୟ ଏଲିସଙ୍କୁ ଗତ ମେଗା ନିଲାମରେ ଚେନ୍ନାଇ ୨ କୋଟି ଟଙ୍କାର ବେସ ପ୍ରାଇସରେ କିଣିଥିଲା। ଯଦିଓ ଗତ ସିଜନରେ ସେ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିଲେ, ତଥାପି ଦଳ ତାଙ୍କ ଉପରେ ଭରସା ରଖି ରିଟେନ କରିଥିଲା। ୨୦୨୬ ସିଜନରେ ସେ ଦଳର ବୋଲିଂ ଆକ୍ରମଣର ଏକ ମୁଖ୍ୟ ଅଂଶ ହେବେ ବୋଲି ଆଶା କରାଯାଉଥିଲା।

ବର୍ତ୍ତମାନ ଚେନ୍ନାଇ ପାଖରେ ବିଦେଶୀ ଦ୍ରୁତ ବୋଲର ଭାବେ ନ୍ୟୁଜିଲ୍ୟାଣ୍ଡର ମ୍ୟାଟ ହେନେରୀ ଅଛନ୍ତି। କିନ୍ତୁ ଏଲିସଙ୍କ ସ୍ଥାନ ପୂରଣ କରିବା ପାଇଁ ଦଳ କୌଣସି ନୂଆ ବିଦେଶୀ ବୋଲରଙ୍କୁ ଆଣିବ ନା ନିଜ ପାଖରେ ଥିବା ଇଂଲଣ୍ଡ ଅଲରାଉଣ୍ଡର ଜେମି ଓଭରଟନଙ୍କ ସହ ଆଗକୁ ବଢ଼ିବ, ତାହା ଆଗାମୀ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri