Posted inଜାତୀୟ

ଆତଙ୍କବାଦୀଙ୍କୁ କ୍ରିପ୍ଟୋ ପାଣ୍ଠି

ଶ୍ରୀନଗର/ନୂଆଦିଲ୍ଲୀ,୧୯ା୧,(ପି.ଟି./ଏଜେନ୍ସି): କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ସୀମାପାର ଆତଙ୍କବାଦ ଉପରେ ଲଗାମ କଷିବା ପାଇଁ ପୋଲିସ ଓ ସେନା ପକ୍ଷରୁ ଘନଘନ ଚଢ଼ାଉ ସହ ତଲାସି ଅଭିଯାନ ଜାରି ରହିଛି। ପାକିସ୍ତାନରୁ ନିୟନ୍ତ୍ରଣରେଖା (ଏଲ୍‌ଓସି) ଅତିକ୍ରମ କରି ଉପତ୍ୟକାକୁ ଅନୁପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ଧରିବା ଓ ସେମାନଙ୍କ ନେଟ୍‌ଓ୍ବର୍କକୁ ଧ୍ୱସ୍ତ କରିବା ହେଉଛି ଏହି ଅପରେଶନ୍‌ର ମୂଳ ଉଦ୍ଦେଶ୍ୟ। ଆତଙ୍କବାଦୀଙ୍କ ଉଦ୍ଦେଶ୍ୟରେ ବିଦେଶରୁ ହେଉଥିବା ପାଣ୍ଠି ଯୋଗାଣ କରିବା ଲାଗି ଭାରତର ସିକ୍ୟୁରିଟି ଓ ଇଣ୍ଟେଲିଜେନ୍ସ ଏଜେନ୍ସିଗୁଡ଼ିକ ଲାଗିପଡ଼ିଥିବାବେଳେ ସେମାନଙ୍କ ଚିନ୍ତା ବଢ଼ାଇଦେଇଛି ଆଉ ଏକ ବିଷୟ। ତାହା ହେଲା କ୍ରିପ୍ଟୋ ଫଣ୍ଡିଂ। ‘କ୍ରିପ୍ଟୋ ହାଓ୍ବଲା’ ନେଟ୍‌ଓ୍ବର୍କ ଜରିଆରେ ଜମ୍ମୁ-କଶ୍ମୀରରେ ଥିବା ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀମାନଙ୍କ ନିକଟକୁ ବିପୁଳ ପରିମାଣର ଅର୍ଥ ଆସୁଛି। ଏହି ପାଣ୍ଠିକୁ ବ୍ୟବହାର କରି ସେମାନେ କେବଳ ଉପତ୍ୟକା ନୁହେଁ, ବରଂ ଦେଶର ବିଭିନ୍ନ ଭାଗରେ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର ରଚୁଥିବା ଜଣାପଡ଼ିଛି। ଏଜେନ୍ସିଗୁଡ଼ିକର ଅଧିକାରୀମାନେ ଏହି ବିଷୟ ରବିବାର ସାମ୍ନାକୁ ଆଣିବା ପରେ ସେନା ଘାଟି ଓ ଅନ୍ୟ ସୁରକ୍ଷା ପ୍ରତିଷ୍ଠାନଗୁଡ଼ିକରେ ହାଇଆଲର୍ଟ ଜାରି କରାଯାଇଛି। ଏହି ଛାୟା ପାଣ୍ଠି (ଶ୍ୟାଡୋ ଫଣ୍ଡ୍‌) ବିଚ୍ଛିନ୍ନତାବାଦୀ ତତ୍ତ୍ୱଙ୍କୁ ନୂଆ ଜୀବନ ଦେବା ସହ କେନ୍ଦ୍ରଶାସିତ ଅଞ୍ଚଳରେ ଦେଶବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ଘଟାଇପାରେ ବୋଲି ଅଧିକାରୀମାନେ ସତର୍କ କରାଇଛନ୍ତି।
ପାରମ୍ପରିକ ହାଓ୍ବଲା ବ୍ୟବସ୍ଥାରେ ଅଣବ୍ୟାଙ୍କିଙ୍ଗ୍‌ ଚ୍ୟାନେଲରେ ଟଙ୍କା ଆସୁଥିବାବେଳେ ଉକ୍ତ ଡିଜିଟାଲ ଭର୍ସନରେ କ୍ରିପ୍ଟୋକରେନ୍ସି ଆସୁଛି। ଭାରତରେ ସମସ୍ତ ଭର୍ଚୁଆଲ ଡିଜିଟାଲ ଆସେଟ ସର୍ଭିସ ପ୍ରୋଭାଇଡର୍ସ (ଭିଡିଏ ଏସ୍‌ପି)ମାନଙ୍କୁ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍‌ (ଏଫ୍‌ଆଇୟୁ) ସହ ପଞ୍ଜୀକୃତ ହେବାକୁ ପଡ଼ିଥାଏ। କିନ୍ତୁ ଆତଙ୍କବବାଦୀଙ୍କ ଛାୟା ନେଟ୍‌ଓ୍ବର୍କ ପ୍ରଚଳିତ ଆଇନ ବ୍ୟବସ୍ଥା ଊର୍ଦ୍ଧ୍ୱରେ କାର୍ଯ୍ୟ କରିଥାଏ। କ୍ରିପ୍ଟୋ ନେଟ୍‌ଓ୍ବର୍କ ଉପରେ କୌଣସି ଦେଶର ସରକାରଙ୍କ ନିୟନ୍ତ୍ରଣ ନ ଥିବାରୁ ବେଆଇନ ପାଣ୍ଠିକୁ କିଏ ପଠାଇଛନ୍ତି ତାହା ଜାଣିବା କଷ୍ଟକର। ଏହାବାଦ୍‌ ଉକ୍ତ କଳାଧନକୁ ଧଳା କରି ଦେଶର ଘରୋଇ ଅର୍ଥନୀତିରେ ସାମିଲ କରାଗଲେ ବିପଦ ଆହୁରି ବଢ଼ିଯିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଜମ୍ମୁ-କଶ୍ମୀର ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଏକ ବିସ୍ତୃତ ଅଧ୍ୟୟନରେ ଜଣାପଡ଼ିଛି ଯେ, ଚାଇନା, ମାଲେସିଆ, ମ୍ୟାନ୍‌ମାର ଓ କାମ୍ବୋଡିଆରୁ କଶ୍ମୀରକୁ ହାଓ୍ବଲା ଜରିଆରେ କ୍ରିପ୍ଟୋ ପାଣ୍ଠି ଆସୁଛି। ଯେପରି ନୋ ୟୋର କଷ୍ଟମର (କଓ୍ବୋଇସି) ବା ପରିଚୟ ଯାଞ୍ଚର ଆବଶ୍ୟକକତା ନ ପଡ଼ିବ, ସେଥିଲାଗି ଭର୍ଚୁଆଲ ପ୍ରାଇଭେଟ୍‌ ନେଟ୍‌ଓ୍ବର୍କ (ଭିପିଏନ୍‌)କୁ ବ୍ୟବହାର କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ପୋଲିସ ଆତଙ୍କବାଦୀଙ୍କ ପରିଚୟ ଚିହ୍ନଟକୁ ଫାଙ୍କିବା ପାଇଁ ଉଦ୍ଦିଷ୍ଟ ଭିପିଏନ୍‌ ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଇଛି। ଅଧିକାରୀମାନେ କହିଛନ୍ତି, ବିଦେଶୀ ହେଣ୍ଡଲରମାନେ ଏହି ପ୍ରାଇଭେଟ୍‌ ଓ୍ବାଲେଟ୍‌ଗୁଡ଼ିକୁ ସିଧାସଳଖ କ୍ରିପ୍ଟୋକରେନ୍ସି ପଠାଉଛନ୍ତି। ଏପରି କି ଓ୍ବାଲେଟ୍‌ ହେଣ୍ଡଲରମାନେ ଦିଲ୍ଲୀ ଓ ମୁମ୍ବାଇ ସମେତ ଦେଶର କେତେକ ସହରକୁ ଯାଇ ଅନିୟନ୍ତ୍ରିତ ପିଅର୍‌-ଟୁ-ପିଅର୍‌ (ପି୨ପି) ଟ୍ରେଡର୍ସଙ୍କୁ ଭେଟିବା ସହ କ୍ରିପ୍ଟୋ ବିକି ନଗଦ ଅର୍ଥ ସଂଗ୍ରହ କରୁଛନ୍ତି। ଗ୍ରେ ମାର୍କେଟ୍‌ରେ ଏହି କାରବାର ପରିଚାଳିତ ହେଉଛି।
ଏଫ୍‌ଆଇୟୁର ତମାମ ଉଦ୍ୟମ ସତ୍ତ୍ୱେ ୨୦୨୪-୨୫ ଆର୍ଥିକବର୍ଷରେ ମାତ୍ର ୪୯ ଏକ୍ସଚେଞ୍ଜ ନିଜକୁ ବୈଧ ସଂସ୍ଥା ଦର୍ଶାଇ ପଞ୍ଜୀକୃତ କରାଇଥିଲେ। ତେଣୁ ଭାରତର ଡିଜିଟାଲ ଆସେଟ୍‌ ମାର୍କେଟରେ ବେଆଇନ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ଗତ ୮ ତାରିଖରେ ଏଫ୍‌ଆଇୟୁ ପକ୍ଷରୁ କ୍ରିପ୍ଟୋ ନିୟମକୁ କଡ଼ାକଡ଼ି କରାଯାଇଛି। ଏଫ୍‌ଆଇୟୁ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜରେ ମନି ଲଣ୍ଡରିଂ ନିରୋଧୀ (ଏମ୍‌ଏମ୍‌ଏଲ୍‌) ଏବଂ କଓ୍ବୋଇସି ପ୍ରୋଟୋକଲରେ ପରିବର୍ତ୍ତନ ଆଣି ନୂଆ ନିୟମ ଜାରି କରିଛି। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ କ୍ରିପ୍ଟୋ ଏକ୍ସଚେଞ୍ଜଗୁଡ଼ିକ ଭର୍ଚୁଆଲ ଆସେଟ୍‌ ଡିଭାଇସ୍‌ (ଭିଏଡି) ସର୍ଭିସ୍‌ ପ୍ରୋଭାଇଡର୍ସ ରୂପେ ପରିଚିତ ହେବେ। ସେଗୁଡ଼ିକ ପୂର୍ବଭଳି କେବଳ ସାଧାରଣ ଦସ୍ତାବିଜ ଅପ୍‌ଲୋଡ୍‌ କରିବା ପରିବର୍ତ୍ତେ ଅଧିକ ଦାୟିତ୍ୱସମ୍ପନ୍ନ ହୋଇ କାର୍ଯ୍ୟ କରିବେ। ସଫ୍ଟଓ୍ବେର ଜରିଆରେ ୟୁଜର୍ସଙ୍କ ଉପସ୍ଥିତିକୁ ଯାଞ୍ଚ କରିବା ପାଇଁ ଲାଇଭ୍‌ ସେଲ୍ଫି ନେବାକୁ ପଡ଼ିବ। ସ୍ଥିର ଫଟୋ କିମ୍ବା ଡିପ୍‌ଫେକ୍‌ର ବ୍ୟବହାର ଏଡ଼ାଇବାରେ ଏହା ସହାୟକ ହେବ। ବ୍ୟବହାରକାରୀ ଏକ ଆକାଉଣ୍ଟ ତିଆରି ଆରମ୍ଭ କରିବା ମାତ୍ରେ ଏକ୍ସଚେଞ୍ଜଗୁଡ଼ିକ ତାରିଖ, ଟାଇମ୍‌ଷ୍ଟାମ୍ପ୍‌ ଏବଂ ଆଇପି ଆଡ୍ରେସ୍‌ ରେକର୍ଡ କରିବା ଜରୁରୀ। ସେହିପରି ୟୁଜର୍ସଙ୍କୁ ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) ସହ ଏକ ପାସ୍‌ପୋର୍ଟ, ଆଧାର କିମ୍ବା ଭୋଟର ଆଇଡି ଭଳି ଅତିରିକ୍ତ ପରିଚୟପତ୍ର ଦାଖଲ କରିବାକୁ ପଡ଼ିବ। ଓଟିପି ଭେରିଫିକେଶନ୍‌ ପାଇଁ ଇ-ମେଲ୍‌ ଆଇଡି ଏବଂ ଫୋନ୍‌ ନମ୍ବର ଦେବାକୁ ପଡ଼ିବ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଏଫ୍‌ଆଇୟୁ ପକ୍ଷରୁ ୟୁଜର୍ସଙ୍କ ପାଇଁ ଲାଇଭ୍‌ ସେଲ୍ଫି ଓ ଜିଓଟ୍ୟାଗିଂକୁ ବାଧ୍ୟତାମୂଳକ କରାଯାଇଛି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri