Posted inଜାତୀୟ

‘ଆତଙ୍କବାଦୀଙ୍କୁ ଔଷଧ ହନୁମାନଙ୍କ ଗଦା’; ଇସ୍ରାଏଲର ପ୍ରଶଂସା କରି କହିଲେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୧/୧୧: ରାଜସ୍ଥାନରେ ଏକ ଜନସଭାକୁ ସମ୍ବୋଧିତ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ବୟାନ ଦେଇଛନ୍ତି। ଆଦିତ୍ୟନାଥ କହିଛନ୍ତି, ଇସ୍ରାଏଲ ଯେପରି ହମାସର ଚିକିତ୍ସା କରୁଛି, ତାକୁ ସେହିଭଳି ଚିକିତ୍ସାର ଆବଶ୍ୟକତା ରହିଥିଲା। ଆତଙ୍କବାଦୀ ମାନଙ୍କର ଔଷଧ ପ୍ରଭୁ ହନୁମାନଙ୍କ ଗଦା ଅଟେ। ତେବେ ଏହି ସମୟରେ ସେ ରାଜସ୍ଥାନରେ ଡବଲ ଇଞ୍ଜିନ ସରକାର କରିବାକୁ କହିଛନ୍ତି।

ବୁଧବାର ଯୋଗୀ ଆଦିତ୍ୟନାଥ ରାଜସ୍ଥାନର ତିଜାର ବିଧାନସଭା ଆସନରେ ନାମାଙ୍କନ ଦାଖଲ କରିବା ପାଇଁ ବାବା ବାଲକ ନାଥଙ୍କ ସହିତ ପହଞ୍ଚିଥିଲେ। ଏଠାରେ ସେ ଏକ ଜନ ସଭାକୁ ସମ୍ବୋଧିତ କରି କଂଗ୍ରେସ ଉପରେ ଆକ୍ରମଣ କରିଥିଲେ। ୨୦୨୨ କହ୍ନେୟା ଲାଲଙ୍କ ହତ୍ୟା ପ୍ରସଙ୍ଗରେ ଆଲୋଚନା କରି ହତ୍ୟାକାରୀଙ୍କୁ କହିଥିଲେ ‘ଯଦି ଏହି ହତ୍ୟାକାଣ୍ଡ ଉତ୍ତରପ୍ରଦେଶରେ ହୋଇଥାନ୍ତା ତେବେ ସେମାନଙ୍କୁ ଜଣା ପଡିଥାନ୍ତା ହତ୍ୟାକାରୀଙ୍କ ଅବସ୍ଥା କ’ଣ ହୁଏ।’

ଆଦିତ୍ୟନାଥ କହିଛନ୍ତି, \’ଇସ୍ରାଏଲ ଯେପରି ହମାସର ଚିକିତ୍ସା କରୁଛି, ତାକୁ ସେହିଭଳି ଚିକିତ୍ସାର ଆବଶ୍ୟକତା ରହିଥିଲା। ଆତଙ୍କବାଦୀ ମାନଙ୍କର ଔଷଧ ପ୍ରଭୁ ହନୁମାନଙ୍କ ଗଦା ଅଟେ। ଏହା ସହିତ ସେ କହିଥିଲେ ଇସ୍ରାଏଲ ହମାସ ସହିତ ଲଢ଼ିବାର ଆପଣାଇଛି ସଠିକ ଉପାୟ ଆପଣାଇଛି।\’

ଗତ ମାସ ତାରିଖରେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଦୁଇ ଘଣ୍ଟା ମଧ୍ୟରେ ଅଚାନକ ୫୦୦୦ ରୁ ଅଧିକ ରକେଟ ମାଡ଼ କରିଥିଲା। ଏଥିରେ ଇସ୍ରାଏଲର ଶତାଧିକ ଲୋକେ ମୃତ୍ୟୁ ବରଣ କରିଥିଲେ। ଏହା ବ୍ୟତୀତ ଅନେକ ଇସ୍ରାଏଲି ଏବଂ ବିଦେଶୀ ନାଗରିକଙ୍କୁ ବନ୍ଧକ କରି ନେଇଥିଲେ ହମାସ ଆତଙ୍କୀ। ଏହାପରେ ଇସ୍ରାଏଲ ଗାଜା ଉପରେ ଜବାବି କାର‌୍ୟ୍ୟନୁଷ୍ଠାନଗ୍ରହଣ ଗ୍ରହଣ କରି ଗାଜାକୁ ଜଳ, ସ୍ଥଳ ଏବଂ ଆକାଶ ତିନି ଦିଗରୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri