Categories: ଅପରାଧ

ଗିରଫ ହେଲା ନୃଶଂସ ବାପା; ଝରକାରେ ପୁଅକୁ ଓଲଟା ଝୁଲାଇ ପିଟୁଥିଲା

ଆଗ୍ରା, ୮।୮: ଉତ୍ତର ପ୍ରଦେଶର ଆଗ୍ରାରୁ ଏକ ନୃଶଂସ ବାପାର ଚିତ୍ର ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜର ୧୦ ବର୍ଷର ପୁଅ ଉପରେ ଏତେ ମାତ୍ରାରେ ରାଗିଯାଇଥିଲେ ଯେ ଶେଷରେ କ୍ରୋଧରେ ଅନ୍ଧ ପାଲଟି ଯାଇଥିଲେ। ପୁଅକୁ ଝରକାରେ ଓଲାଟା ଝୁଲାଇ ରଶିରେ ପିଟିବାରେ ଲାଗିଥିଲେ। କଷ୍ଟରେ ଛୋଟ ପିଲାଟି ସହାୟତା ଲାଗି ଚିତ୍କାର କରି ଚାଲିଥିଲା। ପୁଅକୁ ନୃଶଂସ ଭାବେ ବାଡ଼ଉଥିବାର ଏହି ଭିଡିଓ ଭାଇରାଲ ହେବାପରେ ଆଗ୍ରା ପୋଲିସ ଆକ୍ରମଣ ଓ ଶିଶୁ ସୁରକ୍ଷା ଅଧିନିୟମ ଅନୁଯାୟୀ ଅଭିଯୁକ୍ତ ବାପାକୁ ଗିରଫ କରିଛି।
ଘଟଣାଟି ଆଗ୍ରାର ଜଗନେର ଅନ୍ତର୍ଗତ ମଓ୍ବେଲି ଗ୍ରାମରେ ଘଟିଛି। ଏଠାରେ ଗୁଦ୍ଦୁ ଖାନ ନାମକ ଜଣେ ବ୍ୟକ୍ତି ରୁହନ୍ତି। ଗୁଦ୍ଦୁଙ୍କୁ ୧୦ ବର୍ଷର ପୁଅ ରାମଜାନି ନିକଟରେ ଘରୁ କିଛି ଗହମ ନେଇଯାଇଥିଲେ। ରମ୍‌ଜାନୀ ଏହି ଗହମକୁ ଦୋକାନୀକୁ ଦେଇ ବଦଳ କିଛି ପସନ୍ଦର ଜିନିଷ ଆଣିଥିଲେ। କିନ୍ତୁ ଘରର କୌଣସି ସଦସ୍ୟଙ୍କୁ ରମ୍‌ଜାନି ଏହା ଜଣାଇ ନ ଥିଲେ। ପରେ ଯେତେବେଳେ ଗୁଦ୍ଦୁ ଏହା ଜାଣିପାରିଲେ ରାଗରେ ପୁଅର ଦୁଇ ୋଗାଡ଼କୁ ଘର ଝରକାରେ ଓଲଟାଇ ଝୁଲାଇ ବାନ୍ଧି ଦେଇଥିଲେ। ଏହାପରେ ଏକ ରଶି ସାହାୟ୍ୟରେ ରମ୍‌ଜାନୀଙ୍କୁ ବାଡ଼େଇବାରେ ଲାଗିଥିଲେ। ‘ମୋତେ କ୍ଷମା କର, କ୍ଷମା କର’ ବୋଲି ରମ୍‌ଜାନୀ ଚିତ୍କାର କରିଚାଲିଥିଲେ ମଧ୍ୟ ଗୁଦ୍ଦୁ ନିଷ୍ଠୁର ପାଲଟି ଯାଇଥିଲେ। ସେ ‘ଆଉ ଗହମ ନେବୁ’ କହି ଜୋର୍‌ରେ ବାଡ଼େଇ ଚାଲିଥାନ୍ତି। କିଛି ଲୋକ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିବା ପରେ ଘଟଣା ପୋଲିସ ନିକଟରେ ପହଞ୍ଚତ୍ଥିଲା। ଏସ୍‌ପି ରବି କୁମାର ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ଗୁଦ୍ଦୁକୁ ପୋଲିସ ଗିରଫ କରି ମାଜିଷ୍ଟେଟ୍‌ଙ୍କ ନିକଟରେ ହାଜର କରିଛି।