ଅକାଳରେ ଚାଲିଗଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା

ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି ରାୟଗଡ଼ା ସ୍ଥିତ ସିଆରପିଏଫ ଚତୁର୍ଥ ବାଟାଲିୟନର ପି. ଭୁବନେଶ୍ୱରନ (୫୮)। ତାଙ୍କ ଘର ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ଜିଲା ଭାଲାଇଓର ଅଞ୍ଚଳରେ ବୋଲି ଜଣାପଡ଼ିଛି।
ଭୁବନେଶ୍ୱରନ ମୁନିଗୁଡ଼ା ବ୍ଲକର ଡିମିରିଗୁଡ଼ା ଅଞ୍ଚଳରେ କାର୍ଯ୍ୟରତ ଥିଲେ। ଗତ କିଛି ଦିନ ହେବ ସେ ଜ୍ୱରରେ ଆକ୍ରାନ୍ତ ଥିଲେ। ବୁଧବାର ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ମ୍ୟାଲେରିଆ ହୋଇଥିବା ସନ୍ଦେହ କରାଯାଇଥିଲା। ଗୁରୁବାର ସକାଳେ ସାଥୀ ଯବାନମାନେ ତାଙ୍କୁ ତୁରନ୍ତ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଯବାନଙ୍କ ଅକାଳ ବିୟୋଗରେ ସିଆରପିଏଫ ଚତୁର୍ଥ ବାଟାଲିୟନ ମୁଖ୍ୟାଳୟରେ ଗଭୀର ଶୋକର ଛାୟା ଖେଳିଯାଇଛି। ବାଟାଲିୟନର କମାଣ୍ଡାଣ୍ଟ, ଡେପୁଟି କମାଣ୍ଡାଣ୍ଟଙ୍କ ସମେତ ସମସ୍ତ ସହକର୍ମୀ ଯବାନ ଭୁବନେଶ୍ୱରନଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମରଣଯନ୍ତା: ଗଳା ଫାଶ ସାଜିଛି ‘ଲୁହା ଜାଲି’, ପ୍ରଶାସନ ନିଦାବିଷ୍ଣୁ

ଥୁଆମୂଳ ରାମପୁର, ୧୯।୩ (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ମୁଖ୍ୟ ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ସୁରେଶ ରେଡ୍ଡି ହେଲେ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ: ଛତ୍ରପୁର ଅଞ୍ଚଳରେ ଉତ୍ସାହ

ଛତ୍ରପୁର, ୧୯।୩ (ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି (ଭାଜପା) ଯୁବ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛତ୍ରପୁରର…

ତାରାତାରିଣୀ ପୀଠରେ ବାସନ୍ତିକ ନବରାତ୍ରୀ ଉତ୍ସବ ଆରମ୍ଭ: ବେଦମନ୍ତ୍ରରେ ପ୍ରକମ୍ପିତ ରତ୍ନଗିରି ପାହାଡ଼

ପୁରୁଷୋତ୍ତମପୁର,୧୯।୩(ସବିତା ମିଶ୍ର): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଗୁରୁବାର ରାତିରୁ ମହାସମାରୋହରେ ଆରମ୍ଭ ହୋଇଛି ବାସନ୍ତିକ…

ବରଗଡ଼ ତହସିଲ ଅଞ୍ଚଳରେ ଅବାଧରେ ଚାଲିଛି ମାଟି ଚୋରାଚାଲାଣ, ହାତ ବାନ୍ଧି ବସିଛି ଖଣି ବିଭାଗ, ଜିଲାପାଳଙ୍କୁ…

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ ତହସିଲ ଅନ୍ତର୍ଗତ କଟାପାଲି, ବରଗାଁ ଅଞ୍ଚଳରେ ଅବାଧରେ ମାଟି ଚୋରାଚାଲାଣ ହେଉଛି। ଅଭିଯୋଗ ସତ୍ତ୍ୱେ ସ୍ଥାନୀୟ ଖଣି ବିଭାଗର ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri