କୋଭିଡ୍‌ ଟିକା ପାଇଁ ଲୋକଙ୍କ ଭିଡ଼

ଗଞ୍ଜାମ,୬।୪(ଡି.ଏନ୍‌.ଏ.): ଗତ ୧ ତାରିଖରୁ ୪୫ ବର୍ଷରୁ ଊର୍ଦ୍ଧ୍ୱଙ୍କୁ କରୋନା ଟିକା ନେବା ପାଇଁ ସରକାର ଘୋଷଣା କରିଥିଲେ। ଏହା ପରଠାରୁ ଦୈନଦିନ ସରକାରୀ ମେଡିକାଲ ଗୁଡିକରେ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି । ମଙ୍ଗଳବାର ଗଞ୍ଜାମ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ସକାଳ ୮ଟାରୁ ଲୋକଙ୍କ ପ୍ରବଳ ଭିଡ଼ ଜମୁଥିବା ଦେଖିବାକୁ ମିଳିଥିଲା। ସକାଳ ୮ଟାରେ କୋଭିଡ୍‌ ଟିକା ଦିଆଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ୧୦ଟାରେ ଟିକା ଦିଆଯାଇଥିଲା। ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ କାହିଁକି ବ୍ୟତିକ୍ରମ ହେଲା ବୋଲି ଲୋକେ ପ୍ରବଳ ହୋ ହଲ୍ଲା କରିଥିଲେ। ଆୟୁଷ ଡାକ୍ତର ବନଜ କାନ୍ତ କର ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ବଭାବିକ ହୋଇଥିଲା।