ଭିଡ଼ ଅଣାୟତ୍ତ, ସେନା ନରମ

କଲମ୍ବୋ/ନୂଆଦିଲ୍ଲୀ,୧୪ା୭: ଗୃହଯୁଦ୍ଧ ମୁହଁ। କଲମ୍ବୋ ଆକାଶରେ ଉଡ଼ୁଥିଲା ସେନା ହେଲିକପ୍ଟର। ଅଣାୟତ୍ତ ଭିଡ଼କୁ ନିୟନ୍ତ୍ରଣ ପାଇଁ ସୈନ୍ୟ ଛାଡ଼ୁଥିଲେ ତୁହାକୁ ତୁହା ଲୁହବୁହା ବାଷ୍ପ। ଉତ୍ତ୍ୟକ୍ତ ଜନତା ରଡ଼ି ଛାଡ଼ୁଥିଲେ ‘ରାନିଲ ଗୋ ହୋମ୍‌’। ଟିଅର୍‌ ଗ୍ୟାସ୍‌ରେ ବିକ୍ଷୋଭକାରୀଙ୍କ ଆଖି ପୋଡ଼ିଲେ ମୁହଁ ଧୋଇବା ପାଇଁ ସାମରିକ ବଳ ପାଣି ଦେଉଥିଲା। ଲୋକେ ସେନା ଗାଡ଼ି ଆଗରେ ଛିଡ଼ା ହୋଇଗଲେ ସୈନ୍ୟମାନେ ଅସ୍ତ୍ର ତଳକୁ କରିଦେଉଥିଲେ। ଏଥିରୁ ଜନ ଆନ୍ଦୋଳନ ପ୍ରତି ନୀରବ ସାମରିକ ସମର୍ଥନ ଠଉରାଇ ହେଉଥିଲା।

ଗୋଟାବାୟା ରାଜପାକ୍ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ନ ଦେଇ ମାଳଦ୍ୱୀପ ପଳାୟନ କରିବା ପରେ ବୁଧବାର ଧୈର୍ଯ୍ୟଚ୍ୟୁତ ଶ୍ରୀଲଙ୍କାବାସୀଙ୍କ ପ୍ରକୃତ କ୍ରୋଧ ଦେଖିବାକୁ ମିଳିଛି। ସେମାନେ ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମସିଂଘେଙ୍କ ଅଫିସ (ପିଏମ୍‌ଓ)କୁ ଟାର୍ଗେଟ କରିଛନ୍ତି। ସ୍ଥିତି ସେନା ଓ ପୋଲିସର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଗୋଟାବାୟା ଓ ଓ୍ବିକ୍ରମସିଂଘେଙ୍କ ଇସ୍ତଫା ଦାବିରେ ଲକ୍ଷାଧିକ ଲୋକ ସରକାରୀ ପ୍ରତିଷ୍ଠାନଗୁଡ଼ିକ ଆଡ଼କୁ ଧାଉଁଥିବାବେଳେ ଭିଡ଼କୁ ଘଉଡ଼ାଇବା ପାଇଁ ସେନା ପକ୍ଷରୁ ଲୁହବୁହା ବାଷ୍ପ ପ୍ରୟୋଗ କରାଯାଇଛି। ଏପରି କି ଅନେକ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାବେଳେ ପୋଲିସ ବ୍ଲାଙ୍କ ଫାୟାର କରିଛି। କିନ୍ତୁ ସେନା ପକ୍ଷରୁ କୌଣସି ସ୍ଥାନରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏପରି କି କାମଚଳା ରାଷ୍ଟ୍ରପତି ରୂପେ ନିର୍ବାଚିତ ଓ୍ବିକ୍ରମସିଂଘେ ଏମର୍ଜେନ୍ସି ଜାରି କରି ସେନାକୁ କଡ଼ା କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେବା ପରେ ମଧ୍ୟ କୌଣସି ସ୍ଥାନରେ ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ଟାର୍ଗେଟ କରାଯାଇ ନାହିଁ। ଏଥିରୁ ଆନ୍ଦୋଳନରତ ଜନତାଙ୍କ ପ୍ରତି ସାମରିକ ବଳର ନୀରବ ସମର୍ଥନ ବୁଝିହେଉଛି।

ମାଳଦ୍ୱୀପ କାହିଁକି

ଶ୍ରୀଲଙ୍କାର ବିଦାୟୀ ନେତା ଗୋଟାବାୟା ରାଜପାକ୍ସେ ରାତିଅଧିଆ ପଡ଼ୋଶୀ ମାଳଦ୍ୱୀପକୁ ସ୍ତ୍ରୀ ଲୋମା ଓ ଦୁଇ ସୁରକ୍ଷା ଅଧିକାରୀଙ୍କ ସହ ବାୟୁସେନାର ଏଏନ୍‌-୩୨ ଏୟାରକ୍ରାଫ୍ଟରେ ପଳାୟନ କରିଛନ୍ତି। କଲମ୍ବୋରୁ ଭାରତ ମହାସାଗରରେ ଅବସ୍ଥିତ ମାଳଦ୍ୱୀପର ରାଜଧାନୀ ମାଲିର ଦୂରତା ୭୬୦ କି.ମି., ଯାହାକୁ ଅତିକ୍ରମ କରିବା ପାଇଁ ବିମାନରେ ମାତ୍ର ଦେଢ଼ ଘଣ୍ଟା ଲାଗିଥାଏ। ବ୍ରିଟିଶ ଶାସକଙ୍କଠାରୁ ସ୍ବାଧୀନତା ପାଇବା ପରଠୁ ଉଭୟ ରାଷ୍ଟ୍ର ମଧ୍ୟରେ ଏକ ସକାରାତ୍ମକ କୂଟନୈତିକ ଓ ଆର୍ଥିକ ସମ୍ପର୍କ ରହିଛି। ଏପରି କି ମାଳଦ୍ୱୀପର ସୈନ୍ୟମାନେ ଶ୍ରୀଲଙ୍କା ସେନାରେ ତାଲିମ ନେଇଥାନ୍ତି। ଗୋଟାବାୟାଙ୍କ ପରିବାରର ମଧ୍ୟ ମାଳଦ୍ୱୀପ ସହିତ ସୁସମ୍ପର୍କ ରହିଆସିଛି। ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନର ବାଚସ୍ପତି ମହମ୍ମଦ ନାଶିକ୍‌ ଗୋଟାବାୟାଙ୍କ ପଳାୟନକୁ ସୁଗମ କରିଛନ୍ତି। ଗୋଟାବାୟ ଦମ୍ପତି ମାଲି ଏୟାରପୋର୍ଟରେ ପହଞ୍ଚିବା ପୂର୍ବରୁ ଉଭୟଙ୍କୁ ସ୍ବାଗତ କରିବା ପାଇଁ ନାଶିକ୍‌ ବ୍ୟକ୍ତିଗତ ଭାବେ ସେଠାରେ ଉପସ୍ଥିତ ଥିଲେ। ଏହି ଦ୍ୱୀପରାଷ୍ଟ୍ରରେ ଗୋଟାବାୟାଙ୍କ ଘରଦ୍ୱାର ଓ ଅନ୍ୟ ସମ୍ପତ୍ତି ରହିଥିବା କୁହାଯାଏ। ତେବେ ଶ୍ରୀଲଙ୍କାବାସୀଙ୍କୁ ସଙ୍କଟ ଭିତରକୁ ଠେଲି ଦେଇ ମାଲିକୁ ଯିବା ମାଳଦ୍ୱୀପର ରାଜନୈତିକ ଦଳଗୁଡ଼ିକ ନାପସନ୍ଦ କରିଛନ୍ତି। ମାଳଦ୍ୱୀପରେ ରହୁଥିବା ଶ୍ରୀଲଙ୍କା ନାଗରିକମାନେ ଗୋଟାବାୟାଙ୍କୁ ସୁରକ୍ଷା ନ ଦେବା ପାଇଁ ସ୍ଥାନୀୟ ସରକାରଙ୍କୁ ଅନୁରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆହୁରି ମଧ୍ୟ କୁହାଯାଉଛି, ମାଲି ଗୋଟାବାୟାଙ୍କ ଶେଷ ଗନ୍ତବ୍ୟସ୍ଥଳ ନୁହେଁ ବରଂ ଏକ ଟ୍ରାଞ୍ଜିଟ୍‌ ପଏଣ୍ଟ। ମାଲିରୁ ସେ ସିଙ୍ଗାପୁର କିମ୍ବା ଅନ୍ୟ କୌଣସି ତୃତୀୟ ରାଷ୍ଟ୍ରକୁ ଯିବେ, ଯେଉଁଠି ତାଙ୍କୁ ଓ ତାଙ୍କ ପରିବାରକୁ ନାଗରିକତ୍ୱ ଅଥବା ଶରଣ ସହଜରେ ମିଳିପାରିବ। ଜୁଲାଇ ୯ରେ ଶ୍ରୀଲଙ୍କାର ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନ ଦଖଲ କରିବା ପୂର୍ବରୁ ଉଭାନ ହୋଇଯାଇଥିବା ଗୋଟାବାୟା ପ୍ରଥମେ ୫ଟି ଦେଶକୁ ତାଲିକାରେ ରଖିଥିଲେ। ୨୦୧୯ ପୂର୍ବରୁ ଗୋଟାବାୟାଙ୍କର ଦ୍ୱୈତ ନାଗରିକତ୍ୱ ରହିଥିଲା। ଗୋଟିଏ ଶ୍ରୀଲଙ୍କା ଓ ଅନ୍ୟଟି ଆମେରିକା। କିନ୍ତୁ ଶ୍ରୀଲଙ୍କା ସମ୍ବିଧାନ ଅନୁଯାୟୀ ଦେଶର ପ୍ରଥମ ନାଗରିକ ହେବା ପାଇଁ ଅନ୍ୟ ଦେଶର ନାଗରିକତ୍ୱ ଛାଡ଼ିବାକୁ ପଡ଼ିଥାଏ। ତେଣୁ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଗୋଟାବାୟା ଆମେରିକା ନାଗରିକତ୍ୱ ତ୍ୟାଗ କରିଥିଲେ। ଦୁଇ ଦିନ ତଳେ ଆମେରିକା ଯିବା ପାଇଁ ଗୋଟାବାୟା ଯୋଜନା କରିଥିଲେ ହେଁ ଓ୍ବାଶିଂଟନ୍‌ର ଅନୁମତି ମିଳି ନ ଥିଲା। ଭାରତ କୂଟନୈତିକ ସମ୍ପର୍କ ଖରାପ ହେବା ଆଶଙ୍କାରେ ଗୋଟାବାୟାଙ୍କୁ ଶରଣ ଦେଇ ନ ଥାଇପାରେ ବୋଲି ଅନୁମାନ କରାଯାଉଛି। ମରିସସ୍‌ କଥା ଜଣା ପଡ଼ିନାହିଁ। ମଙ୍ଗଳବାର ଗୋଟାବାୟା ଓ ତାଙ୍କ ସାନଭାଇ ତଥା ପୂର୍ବତନ ଅର୍ଥମନ୍ତ୍ରୀ ବାସିଲ ରାଜପାକ୍ସେ କଲମ୍ବୋ ଅନ୍ତର୍ଜାତୀୟ ବିମାନବନ୍ଦରର ଭିଆଇପି ପୋର୍ଟ ଟର୍ମିନାଲ ଦେଇ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପଳାୟନ ଉଦ୍ୟମ କରୁଥିବାବେଳେ ଅପ୍ରବାସନ କର୍ତ୍ତୃପକ୍ଷ ଉଭୟଙ୍କୁ ଅଟକାଇଥିଲେ। ସମ୍ଭବତଃ ଏଇଥିପାଇଁ ସେ ମାଳଦ୍ୱୀପକୁ ବାଛିଥିବା କୁହାଯାଉଛି।

 

ଶ୍ରୀଲଙ୍କାର ଗଣତନ୍ତ୍ର ପ୍ରତି ଏକ ‘ଫାସିବାଦୀ ବିପଦ’ ରହିଛି। ରାଷ୍ଟ୍ରର ସମ୍ପତ୍ତିକୁ ନଷ୍ଟ ହେବାରୁ ରକ୍ଷା କରାଯିବ। ସ୍ବାଭାବିକ ସ୍ଥିତି ଫେରାଇ ଅଣାଯିବ। ରାଷ୍ଟ୍ରପତିଙ୍କ ଅଫିସ ଓ ସେକ୍ରେଟାରିଏଟ୍‌, ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯିବ। ଯେଉଁମାନେ ମୋତେ କାର୍ଯ୍ୟକାରୀ ରାଷ୍ଟ୍ରପତି ଦାୟିତ୍ୱ ତୁଲାଇ ନ ଦେବା ପାଇଁ ମୋ ଅଫିସରେ ଅଛନ୍ତି, ସେମାନଙ୍କୁ ଆମ ସମ୍ବିଧାନକୁ ନଷ୍ଟ କରିବାକୁ ଦିଆଯିବ ନାହିଁ। ଏହି କଠୋରପନ୍ଥୀମାନଙ୍କୁ କେତେଜଣ ମୁଖ୍ୟସ୍ରୋତର ରାଜନୈତିକ ଦଳ ନେତା ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି କାରଣରୁ ମୁଁ ଦେଶବ୍ୟାପୀ ଏମର୍ଜେନ୍ସି ଓ କର୍ଫ୍ୟୁ ଜାରି କରିବାକୁ ନିର୍ଦ୍ଦେଶ ଦେଇଛି।
-ରାନିଲ ଓ୍ବିକ୍ରମସିଂଘେ, ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ
ତଥା କାମଚଳା ରାଷ୍ଟ୍ରପତି


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Video: ଅନ୍ଧାଧୁନ କରିଚାଲିଥିଲେ ଗୁଳିମାଡ଼, ମାଡି ବସିଲେ ସାହାସୀ ଯୁବକ

ସିଡନୀ,୧୪।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବିଚ୍ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡ ଯୋଗୁ ଆତଙ୍କ ଖେଳିଯାଇଛି। ଦୁଇଜଣ ବନ୍ଧୁକଧାରୀଙ୍କ ଅନ୍ଧାଧୁନ ଗୁଳିମାଡ଼ ଭିତରେ ଜଣେ...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri