Posted inଜାତୀୟ

ସବୁ ସୀମା ପାର: ଝିଅର ପେଟ କାଟି ଅନ୍ତନଳୀ ବାହାର କରିଦେଲେ ସର୍ଜନ ପିତା

ହିସାର,୧୧।୩: ହସାରର ଲାଲା ଲଜପତ ରାୟ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ (LUWAS) ର ସର୍ଜିକାଲ ବିଭାଗରେ ପଶୁମାନଙ୍କ ଉପରେ ଅସ୍ତ୍ରୋପଚାର କରୁଥିବା ଡା. ସନ୍ଦୀପ ଗୋୟଲ ରବିବାର କ୍ରୁରତାର ସବୁ ସୀମା ଅତିକ୍ରମ କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସେ ନିଜର ୮ବର୍ଷର ଝିଅ ସାନାୟାକୁ ଅତି ନିର୍ମମ ଭାବରେ ହତ୍ୟା କରି ପଶୁ ପରି ଅସ୍ତ୍ରୋପଚାର କରିଥିଲେ। ବାପା ତାଙ୍କ ଝିଅ ପ୍ରତି ଏତେ ରାଗିଗଲେ ଯେ ସେ ଏକସର୍ଜିକାଲ ବ୍ଲେଡରେ ତାଙ୍କ ଶରୀରକୁ ଚିରିଦେଲେ। ପ୍ରଥମେ ଗଳା କାଟିଦେଲେ ଏବଂ ପରେ ପେଟରୁ ଅନ୍ତନଳୀ ବାହାର କରି ଦେଲେ। ଏହା ବ୍ୟତୀତ ମୁହଁରେ କ୍ଷତ ଅଛି ଏବଂ ହାତର ଶିରା ମଧ୍ୟ କାଟି ଦିଆଯାଇଛି। ହୃଦୟ ବିଦାରକ ଘଟଣା କରିବା ପରେ ପିତା ଜଣକ ନିଜେ ଏକ ସର୍ଜିକାଲ ବ୍ଲେଡ ଦ୍ୱାରା ତାଙ୍କ ହାତର ଶିରା କାଟି ଆତ୍ମହତ୍ୟା କରିଥିଲେ। ଉଭୟଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା।

ରବିବାର ସା ପ୍ରାୟ ୫ଟା ବେଳେ ଡାକ୍ତର ସନ୍ଦୀପ ଗୋୟଲ ତାଙ୍କ ପତ୍ନୀ ନୀତୁ ଏବଂ ମା’ଙ୍କୁ ଝିଅ ସାୟାନାଙ୍କୁ ଯାତ୍ରା ପାଇଁ ନେବାକୁ କହିବା ପରେ ଘରୁ ବାହାରି ଯାଇଥିଲେ। ଘରୁ ବାହାରିବାବେଳେ ସେ କହିଥିଲେ ଯେ ସେ ୫ମିନିଟରେ ଆସିବେ। ଏହା ପରେ ସେ ନିଜ ଝିଅକୁ ସ୍କୁଟରରେ ନେଇ ଲୁୱାସରେ ଥିବା ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏଠାକୁ ଆସିବା ପରେ ଅଫିସ ଖୋଲି ଭିତର କବାଟ ବନ୍ଦ କରିଦେଇଥିଲେ। ଏହା ପରେ ଦୀର୍ଘ ସମୟ ଧରି କବାଟ ଖୋଲା ନ ହେବାରୁ ଘଟଣା ସାମ୍ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଫଳ ହେଲା ଜୟଶଙ୍କରଙ୍କ କୂଟନୀତି, ଇରାନ ଦେଖାଇଲା ଉଦାରତା

ନୂଆଦିଲ୍ଲୀ,୭।୩: ରବିବାର ନବମ ଦିନ ପାଇଁ ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି। ଉପସାଗରରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଦୁଇଟି ଭାରତୀୟ ମାଲବାହୀ…

ବରୁଣ ଚକ୍ରବର୍ତ୍ତୀ ନୁହେଁ, ଫାଇନାଲରେ ଖେଳିବେ ଏହି ଖେଳାଳି! ପ୍ଲେଇଂ ଇଲେଭେନର ନୂଆ ଅପଡେଟ କରୁଛି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୩: ଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ ହୋଇ ରହିଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ଚାରି ଓଭରରେ ୬୪ରନ…

ନନ୍ଦପୁରରେ ମିଳିଲାନି ଡିଜେଲ, ପେଟ୍ରୋଲ: ଟାଙ୍କି ବନ୍ଦ

ନନ୍ଦପୁର,୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ୨୩ ପଞ୍ଚାୟତ, ସେମିଳିଗୁଡା ବ୍ଲକର ୪ ଓ ଲମତାପୁଟ ବ୍ଲକର ୪ ପଞ୍ଚାୟତବାସୀ ପାଇଁ ଥିବା…

ବିହାରି ଭାଟି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି

ନନ୍ଦପୁର, ୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ସଦର ମହକୁମାରେ ଥିବା ବିହାରୀ ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ…

ଭେନେଜୁଏଲା-ଇରାନ ପରେ, ଆମେରିକାର ଟାର୍ଗେଟରେ ଏବେ କେଉଁ ଦେଶ? ଟ୍ରମ୍ପ ଦେଲେ ସ୍ପଷ୍ଟ ଉତ୍ତର

ଓ୍ବାଶିଂଟନ,୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ରାତିରେ (ମାର୍ଚ୍ଚ ୭, ୨୦୨୬) ଇରାନ ଉପରେ ଏକ ବଡ଼ ଆକ୍ରମଣ ଧମକ ଦେଇଥିଲେ। ସେ ଆମେରିକାର ସାମରିକ…

ଭିଡିଓ ବାର୍ତ୍ତା ମାଧ୍ୟମରେ ଇରାନକୁ କଡ଼ା ବାର୍ତ୍ତା ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ଜେରୁଜେଲମ,୭।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର (ମାର୍ଚ୍ଚ ୭, ୨୦୨୬) ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଇସ୍ରାଏଲୀ ଲୋକଙ୍କ ସାହସ ଏବଂ ଏକତାକୁ…

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

ପୁଷ୍ପଗିରି ବିଶ୍ୱବିଦ୍ୟାଳୟ: ଅସ୍ମିତାର ପରିଚୟ

ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ। ଭାରତରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଅତି ପୁରାତନ। ପ୍ରାଚୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri