ଅନ୍ୟଜମିକୁ ନିଜର ଦର୍ଶାଇ କରାଯାଇଛି ଫସଲ ବୀମା, ଥାନାରେ ମାମଲା, ପୋଲିସର ତନାଘନା

ଲାଠୋର,୩ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧିନ ବେନ୍ଦେର ଗ୍ରାମର ଶେଷଦେବ ପଧାନଙ୍କ ଜମିକୁ ନିଜର ଦର୍ଶାଇ କେତେଜଣ ଫସଲ ବୀମା କରିଛନ୍ତି। ପ୍ରକୃତ ଜମି ମାଲିକ ଏହା ଜାଣିବା ପରେ ଲାଠୋର ଥାନାରେ ଏତଲା ଦେଇଥିଲେ। ଦଫା ୪୨୦, ୪୬୮, ୪୭୧, ୩୪ ଆଇପିସିରେ ଏକ ମାମଲା(୬୬/୨୩)ରୁଜୁ କରି ତଦନ୍ତ ଚାଲିଥିବା ଥାନା ଅଧିକାରୀ ଝସକେତନ ଭୋଇ କହିଛନ୍ତି।
ବେନ୍ଦର ମୌଜାରେ ଖାତା ନଂ ୨୬ରେ ଶେଷଦେବ ପଧାନଙ୍କ ୩୫ ଏକର ୪୪ ଡ଼ିସମିଲ ଚାଷଜମି ରହିଛି। ଏହି ଜମିକୁ ତାଙ୍କ ପୁଅ ଏବଂ ନାତି ଶେଷଦେବ ପଧାନ, ଗଣେଶ ପଧାନ, ଅର୍ଜୁନ ପଧାନ, ମୋତିରାମ ପଧାନ, ହର ପଧାନ ଓ ଅନିରୁଦ୍ଧ ପଧାନ ଭାଗ କରି ଚାଷ କରୁଛନ୍ତି। ୨୦୨୨ମସିହାରେ ସମସ୍ତେ ମିଶି ସମ୍ପୃକ୍ତ ଚାଷଜମିକୁ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିଲେ। ଫସଲ ବୀମାର ସଂଶୋଧନ କରିବା ପାଇଁ ସମ୍ପୃକ୍ତ ଚାଷୀମାନେ ନୋଟିସ୍‌ ମୁତାବକ ୩୦ ମେ ୨୦୨୩ ରେ ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ଏହି ସମୟରେ ସେମାନେ ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ଚାଷଜମିକୁ ବେନ୍ଦେର ଗ୍ରାମର ସରୋଜ ପଧାନ, ଖପ୍ରାଖୋଲ ଗ୍ରାମର ଗଜରାଜ ପଧାନ, ଗୁଣନିଧି ପଧାନ, କବିତା ପଧାନ ଏବଂ ମହରାପଦର ଗ୍ରାମର ପଦ୍ମନାଭ ପଧାନ ଚଞ୍ଚକତା କରି ନିଜ ନାମରେ ପ୍ରଧାନମନ୍ତ୍ରୀ ଫସଲ ବୀମା କରାଇ ନେଇଛନ୍ତି। ଘଟଣାର ସତ୍ୟାସତ୍ୟ ଜାଣିବା ପରେ ଶେଷଦେବ ଲାଠୋର ଥାନାରେ ଚଞ୍ଚକତା କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ଏତଲା ଦେଇଥିଲେ। ପରେ ଖପ୍ରାଖୋଲ ସହ କୃଷି ଅଧିକାରୀ ସୁଜିତ କୁମାର ଭୋଇଙ୍କୁ ସାକ୍ଷାତ କରି ଘଟଣା ବିଷୟରେ ଅବଗତ କରାଯାଇଥିଲା। ଅଭିଯୋଗ ପାଇବା ପରେ ସେ ୨୬ନଂ ଖାତାରେ ହୋଇଥିବା ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ବନ୍ଦ କରିବା ପାଇଁ ଉପର ମହଲକୁ ସୁପାରିଶ କରିଥିବା ଅଭିଯୋଗକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri