Categories: ମେଟ୍ରୋ

ପୁରୀ ମେନ୍‌ କେନାଲରେ କୁମ୍ଭୀର

ବାରଙ୍ଗ,୨୬।୨(ଡି.ଏନ୍‌.ଏ.): ବାରଙ୍ଗ-ପୁରୀ ମେନ୍‌ କେନାଲରେ ବୁଲୁଛି କୁମ୍ଭୀର। ଶୁକ୍ରବାର ଅପରାହ୍ନରେ କେତେଜଣ ଯୁବକ ବାରଙ୍ଗ ବ୍ଲକ ନିକଟ ହନୁମାନ ବାଟିକା ପାଖ ପୁରୀ ମେନ୍‌ କେନାଲକୁ ଯାଇଥିଲେ। ପାଣିରେ ପଶିଥିବାବେଳେ ଏକ କୁମ୍ଭୀରଟି ପାଖକୁ ଆସୁଥିବା ଦେଖି ଭୟରେ ପଳାଇଆସିଥିଲେ। ଖବର ପ୍ରଚାରିତ ହେବାପରେ ସେଠାରେ ଦେଖଣାହାରିଙ୍କ ଭିଡ଼ ଜମିଥିଲା। ଏହାକୁ ନେଇ କେନାଲ ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।