ଜାନୁୟାରୀ ୪ରୁ କୁମ୍ଭୀର ଗଣନା: ପର୍ଯ୍ୟଟକଙ୍କ ପାଇଁ ୧୦ଦିନ ଭିତରକନିକା ବନ୍ଦ

ରାଜନଗର,୧୪ା୧୧(ଡି.ଏନ.ଏ.): ଜାନୁୟାରୀ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକାରେ କୁମ୍ଭୀର ଗଣନା କରାଯିବ। ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟଉଦ୍ୟାନ ବାହାରେ ଥିବା ନଦୀ ନାଳରେ ରହୁଥିବା କୁମ୍ଭୀରଙ୍କ ବି ଗଣନା ହେବ। ସେଥିପାଇଁ ଏହି ୧୦ ଦିନ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। କୌଣସି ପର୍ଯ୍ୟଟକ ଏହି ସମୟ ସୀମା ମଧ୍ୟରେ ଭିତରକନିକାକୁ ପ୍ରବେଶ କରିପାରିବେ ନାହିଁ। ଜାନୁୟାରୀ ୧୫ରୁ ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଭିତରକନିକାରେ ଜାନୁୟାରୀ ୨୦୨୨ରେ ହୋଇଥିବା ଗଣନା ଅନୁସାରେ ୧୭୮୪ ବଉଳା କୁମ୍ଭୀର ଅଛନ୍ତି। ସୂଚନାଯୋଗ୍ୟ, ୧୯୭୦ ମଧ୍ୟଭାଗରେ କରାଯାଇଥିବା ଏକ ସର୍ଭେରେ ଭାରତରେ କୁମ୍ଭୀରମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡିଥିଲା। ଏହାପରେ କୁମ୍ଭୀରଙ୍କ ବଂଶ ବୃଦ୍ଧି ଓ ବାସସ୍ଥଳୀର ସ୍ଥିତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର, ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି ଯୋଜନା ଅନୁଯାୟୀ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡ. ଏଚ୍‌.ଆର୍‌. ବଷ୍ଟାର୍ଡ ଓଡ଼ିଶା ସମୁଦ୍ର ଉପକୂଳ ପରିଦର୍ଶନ କରି ଭିତରକନିକା କୁମ୍ଭୀର ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ବୋଲି ଚିହ୍ନଟ କରିଥିଲେ। ୧୯୭୫ରେ ୧୧୫ ବର୍ଗ କିଲୋମିଟର ଅଞ୍ଚଳରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢ଼ି ଉଠିଥିଲା। ପ୍ରଥମେ ୩୪ଟି ପରିପକ୍ୱ କୁମ୍ଭୀରଙ୍କ ସହିତ ୯୬ କୁମ୍ଭୀରଙ୍କୁ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସେହି କୁମ୍ଭୀରଙ୍କ ସଂଖ୍ୟା ୧୭୮୪ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ହୃଦୟ ଭାଙ୍ଗିଲେ ନେତାନ୍ୟାହୁ! ଇସ୍ରାଏଲ ଘୋଷଣା କରି କହିଲା….

ନୂଆଦିଲ୍ଲୀ,୩୦ା୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଇସ୍ରାଏଲ ଆମେରିକାକୁ ଏକ ବଡ଼ ଧୋକା ଦେଇଛି। ଇସ୍ରାଏଲ ସ୍ପଷ୍ଟ ଭାବରେ କହିଛି ଯେ ଏହାର ସେନା ଗ୍ରାଉଣ୍ଡ…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ହୋମଗାର୍ଡ ପରୀକ୍ଷାରେ ଆସିଲା ଦୁର୍ନୀତି ଅଭିଯୋଗ: ଏସ୍‌ପିଙ୍କୁ ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ କଲେ ପ୍ରାର୍ଥୀ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ହୋମଗାର୍ଡ ପରୀକ୍ଷାରେ ମହାଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଧୀନରେ ଫର୍ମପୂଣର କରି ପରୀକ୍ଷା…

ହେମସାଗର ଭୋଇ ହେଲେ ପଦ୍ମପୁର ନୂତନ ଉପଜିଲାପାଳ

ପଦ୍ମପୁର,୩୦।୩( ପ୍ରଦୀପ୍ତ ଦାଶ ): ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲାପାଳ ଭାବେ ହେମସାଗର ଭୋଇଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ…

୩୧ରେ ସରିଯିବ ଧାନ ସଂଗ୍ରହ ପ୍ରକ୍ରିୟା, ବିକ୍ରି ଅପେକ୍ଷାରେ ହଜାର ହଜାର ବସ୍ତା ଧାନ

ବରଗଡ଼,୩୦।୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉମାତ୍ର ୨ଦିନ ବାକି। ଆସନ୍ତା ୩୧ତାରିଖରେ ଏହି ପ୍ରକ୍ରିୟା ଶେଷ ହୋଇଯିବ। ଅନ୍ୟପଟେ ଏବେ ମଧ୍ୟ ବରଗଡ଼…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ଲହଡ଼ିରେ ଭାସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପୁରୀ,୩୦।୩(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ସୋମବାର ପୁଣି ଏକ ଅଘଟଣ ଘଟିଛି। ଡିପ୍‌ କରେଣ୍ଟ ଯୋଗୁ ସମୁଦ୍ରରେ ଗାଧୋଇବା ବେଳେ ୨ଜଣ ପର୍ଯ୍ୟଟକ ଭାସିଯାଇ ମୃତ୍ୟୁବରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri