ରାମଗଡ଼ ଡଙ୍ଗା ଘାଟରେ କୁମ୍ଭୀର

ବୌଦ୍ଧ,୧୪ା୮(ସ୍ବ.ପ୍ର.): ଲଘୁଚାପ ବର୍ଷା ଯୋଗୁ ବୌଦ୍ଧ ଜିଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ମହାନଦୀର ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜିଲାର ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ କେତେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ହରଭଙ୍ଗା ବ୍ଲକର ରାମଗଡ଼ଠାରେ ଏକ ବଡ଼ କୁମ୍ଭୀର ମହାନଦୀରେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ଏହା ୧୫ରୁ ୨୦ ଫୁଟ୍‌ ଲମ୍ବର ହୋଇଥିବା ଅନୁମାନ କରାଯାଉଛି। କୁମ୍ଭୀର ରବିବାର ସକାଳୁ ରାମଗଡ଼ ଡଙ୍ଗା ଘାଟରୁ ବାହାରି ନଦୀରେ ଚଳପ୍ରଚଳ କରୁଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏହା ମହାନଦୀର ତଳ ମୁଣ୍ଡରୁ ଆସିଥିବା ଅନୁମାନ କରାଯାଉଛି ା