Posted inଜାତୀୟ

ସରକାରଙ୍କୁ ସମାଲୋଚନା ବିରୋଧ ନୁହେଁ

ନୂଆଦିଲ୍ଲୀ,୬ା୪: ସୁପ୍ରିମକୋର୍ଟ ବୁଧବାର ଗଣମାଧ୍ୟମର ସ୍ବାଧୀନତା ଏବଂ ଗଣତନ୍ତ୍ରରେ ଏହାର ମହତ୍ତ୍ୱ ଉପରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଏକ ମୁକ୍ତ ପ୍ରେସ୍‌ ସର୍ବଦା ନାଗରିକମାନଙ୍କ ବାସ୍ତବ ସ୍ଥିତି ଉପସ୍ଥାପନ କରିବା ସହ ରାଷ୍ଟ୍ରର କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିଥାଏ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୨ ଜଣିଆ ଖଣ୍ଡପୀଠ କହିଛନ୍ତି।

ମାଲାୟାଲମ୍‌ ନ୍ୟୁଜ୍‌ ଚ୍ୟାନେଲ ମିଡିଆଓ୍ବାନ୍‌ ଉପରେ କେନ୍ଦ୍ର ସରକାର ଜାରି କରିଥିବା ପ୍ରସାରଣ କଟକଣାକୁ ବୁଧବାର ସୁପ୍ରିମକୋର୍ଟ ହଟାଇଦେଇଛନ୍ତି। ଏଥିସହ ଉକ୍ତ ଚ୍ୟାନେଲର ଲାଇସେନ୍ସକୁ ୪ ସପ୍ତାହ ମଧ୍ୟରେ ନବୀକରଣ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟୁଜ୍‌ ଚ୍ୟାନେଲ ଯୋଗୁ ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁକ୍ତିକୁ ଶୀର୍ଷ ଅଦାଲତ ନିନ୍ଦା କରିଛନ୍ତି। ସମାଲୋଚନାକୁ ସରକାର ବିରୋଧୀ ଅଭିହିତ କରାଯାଇପାରିବ ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କେନ୍ଦ୍ରକୁ ଭର୍ତ୍ସନା କରିଛନ୍ତି।

ଜଷ୍ଟିସ୍‌ ହିମା କୋହଲି ସାମିଲ ଥିବା ଏହି ଖଣ୍ଡପୀଠ ମିଡିଆଓ୍ବାନ୍‌ ନ୍ୟୁଜ୍‌ ଚ୍ୟାନେଲ ପ୍ରସାରଣ ଉପରେ କଟକଣା ବିରୋଧରେ ଦାଖଲ ଆବେଦନର ଶୁଣାଣି କରିଛନ୍ତି। ଏହି ଅବସରରେ କେନ୍ଦ୍ରର ନିଷ୍ପତ୍ତିକୁ ବଳବତ୍ତର ରଖିଥିବା କେରଳ ହାଇକୋର୍ଟଙ୍କ ରାୟକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ସରକାରୀ ନୀତିଗୁଡ଼ିକ ବିପକ୍ଷରେ ଚ୍ୟାନେଲରେ ପ୍ରକାଶ ପାଉଥିବା ସମାଲୋଚନାକୁ ପ୍ରତିଷ୍ଠିତ କର୍ତ୍ତୃପକ୍ଷ ବା ସରକାର ବିରୋଧୀ ବୋଲି କୁହାଯାଇପାରିବ ନାହିଁ। କାରଣ ମଜଭୁତ ଗଣତନ୍ତ୍ର ପାଇଁ ଏକ ସ୍ବାଧୀନ ପ୍ରେସ୍‌ ଅପରିହାର୍ଯ୍ୟ। କ୍ଷମତାରେ ଥିବା ଲୋକଙ୍କୁ ସତ କହିବା ଏବଂ ନାଗରିକମାନଙ୍କ ବାସ୍ତବତାକୁ ଉପସ୍ଥାପନ କରିବା ହେଉଛି ଗଣମାଧ୍ୟମର ଦାୟିତ୍ୱ। ଏପରି କରିବା ଦ୍ୱାରା ଗଣତନ୍ତ୍ର ଉଚିତ ଦିଗରେ ଗତିଶୀଳ ହେଉଛି ବୋଲି ଧରାଯାଇଥାଏ। ଅନ୍ୟପକ୍ଷେ ଗଣମାଧ୍ୟମର ସ୍ବାଧୀନତା ଉପରେ କଟକଣା ଲଗାଇବା ଦ୍ୱାରା ନାଗରିକମାନଙ୍କ ଚିନ୍ତାଧାରା ମଧ୍ୟ ଅନୁରୂପ ଭାବେ ସୀମିତ ହୋଇଯାଇଥାଏ।

ସାମାଜିକ, ଅର୍ଥନୈତିକ, ରାଜନୈତିକ ସହଜାତୀୟ ମତାମତ ଗଣତନ୍ତ୍ର ପାଇଁ ବଡ଼ ବିପଦ ସୃଷ୍ଟି କରିବ। ଏକ ଚ୍ୟାନେଲର ଲାଇସେନ୍ସ ନବୀକରଣ ନ କରିବା ହେଉଛି ଅଭିବ୍ୟକ୍ତି ସ୍ବାଧୀନତା ଉପରେ କଟକଣା ସଦୃଶ। ମିଡିଆଓ୍ବାନ୍‌ର ଶେୟାରହୋଲ୍ଡର୍ସଙ୍କ ସମ୍ପର୍କ ଜମାତ୍‌-ଇ-ଇସ୍‌ଲାମି ସହ ରହିଥିବା ଦର୍ଶାଇ ଚ୍ୟାନେଲର ଅଧିକାରକୁ ସଙ୍କୁଚିତ କରିଦେବା ଅବୈଧ। ନାଗରିକମାନଙ୍କୁ ଆଇନ ପ୍ରଦତ୍ତ ବିଭିନ୍ନ ସୁବିଧାରୁ ବଞ୍ଚତ୍ତ କରିବା ପାଇଁ ଜାତୀୟ ସୁରକ୍ଷାକୁ ରାଷ୍ଟ୍ର ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛି। ସୁରକ୍ଷା କାରଣ ପ୍ରଘଟ ନ କରିବା ଏବଂ ସେନେଇ କେବଳ ବନ୍ଦ ଲଫାପାରେ କୋର୍ଟଙ୍କୁ ଜଣାଇବା ପ୍ରାକୃତିକ ନ୍ୟାୟର ସିଦ୍ଧାନ୍ତକୁ ଉଲ୍ଲଂଘନ କରିଛି ବୋଲି ଜଷ୍ଟିସ୍‌ କୋହଲି କହିଛନ୍ତି। ପ୍ରକାଶ ଯେ, ଗତ ମାର୍ଚ୍ଚ ୧୫ରେ ସୁପ୍ରିମକୋର୍ଟ ଏକ ଅନ୍ତରୀଣ ରାୟ ଦେଇ ମିଡିଆଓ୍ବାନ୍‌ କଟକଣା ଉପରେ ସ୍ଥଗିତାଦେଶ ଜାରି କରିଥିଲେ।

କଟକଣା ଅନ୍ତରାଳେ

୨୦୨୨ ଜାନୁୟାରୀ ୩୧ରେ ମିଡିଆଓ୍ବାନ୍‌ ଟିଭିର ପ୍ରସାରଣ ଉପରେ କେନ୍ଦ୍ର ସରକାର କଟକଣା ଜାରି କରିଥିଲେ। ଏହି ଚ୍ୟାନେଲରେ ପ୍ରସାରିତ କାର୍ଯ୍ୟକ୍ରମ ଭାରତର ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ସରକାରଙ୍କ ପକ୍ଷରୁ ଯୁକ୍ତି ବଢ଼ାଯାଇଥିଲା। ୨୦୧୯ରେ କେନ୍ଦ୍ର ପକ୍ଷରୁ ୫ ବର୍ଷ ପାଇଁ ବେଆଇନ ଘୋଷିତ ସାମାଜିକ-ଧର୍ମୀୟ ରାଜନୈତିକ ସଙ୍ଗଠନ ଜମାତ୍‌-ଇ-ଇସ୍‌ଲାମିର କେରଳ ୟୁନିଟ୍‌ ଉକ୍ତ ଚ୍ୟାନେଲର ପୃଷ୍ଠପୋଷକତା କରୁଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ୨୦୨୨ ଜୁନ୍‌ ୧ରେ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ଅବଗତ କରାଇଥିଲା। ୨୦୨୨ ମାର୍ଚ୍ଚ ୨ରେ କେରଳ ହାଇକୋର୍ଟ ମଧ୍ୟ ଜାତୀୟ ସୁରକ୍ଷା ଆଳରେ ମିଡିଆଓ୍ବାନ୍‌ ଉପରେ କେନ୍ଦ୍ରର କଟକଣାକୁ ବଳବତ୍ତର ରଖିଥିଲେ।

ଏହି ଚ୍ୟାନେଲ ଯୋଗୁ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥିବା ବିଷୟ କେନ୍ଦ୍ର ପକ୍ଷରୁ ଦାଖଲ କେତେକ ନିର୍ଦ୍ଦିଷ୍ଟ ଗୋପନୀୟ ଫାଇଲରୁ ଜଣାପଡ଼ିଛି ବୋଲି ସେତେବେଳେ ହାଇକୋର୍ଟ କହିଥିଲେ। ମିଡିଆଓ୍ବାନ୍‌ ଚ୍ୟାନେଲ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ନ୍ୟୁଜ୍‌ ଚ୍ୟାନେଲର ଲାଇସେନ୍ସ ନବୀକରଣ କରିବାକୁ କେନ୍ଦ୍ର ଯେଉଁ ଆଧାରରେ ମନା କରିଦେଇଥିଲା, ସେହି ଫାଇଲଗୁଡ଼ିକୁ ଦାଖଲ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏକ ବନ୍ଦ ଲଫାପାରେ ଭର୍ତ୍ତିକରି ଦିଆଯାଇଥିବା ଫାଇଲଗୁଡ଼ିକୁ ଯାଞ୍ଚ କରିବା ପରେ ସୁପ୍ରିମକୋର୍ଟ କଟକଣା ଉପରେ ସ୍ଥଗିତାଦେଶ ଜାରି କରିଥିଲେ। କେବଳ ଏତିକି ନୁହେଁ, କେଉଁ କାରଣରୁ କଟକଣା ଜାରି କରାଯାଇଛି, ତାହା ମିଡିଆଓ୍ବାନ୍‌କୁ ଜଣାଇଥିଲେ ଉକ୍ତ ଚ୍ୟାନେଲ ନିଜ ସପକ୍ଷରେ ଯୁକ୍ତି ବାଢ଼ିପାରିବ ବୋଲି ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କୌଣସି କାରଣ ବତାଇବାକୁ ମନା କରିଦେଇଥିଲା। ଆବଶ୍ୟକ ହେଲେ ପୁଣି ଥରେ ବନ୍ଦ ଲଫାପାରେ ଫାଇଲଗୁଡ଼ିକୁ ଭର୍ତ୍ତିକରି ଦାଖଲ କରିବ ବୋଲି କେନ୍ଦ୍ର କହିଥିଲା। ପରମ୍ପରା ଅନୁସାରେ ସରକାର ଓ ଏହାର ଏଜେନ୍ସିଗୁଡ଼ିକ ବିଚାରପତିମାନଙ୍କୁ ବନ୍ଦ ଲଫାପାରେ ଦସ୍ତାବିଜ ଦାଖଲ କରିଥାଆନ୍ତି। ଦସ୍ତାବିଜରେ ଥିବା ବିଷୟବସ୍ତୁକୁ ପ୍ରତିବାଦୀ ପକ୍ଷଙ୍କ ସହ ଶେୟାର କରାଯାଇ ନ ଥାଏ। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଶୁଣାଣି ବେଳେ ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ‘ସିଲ୍ଡ କଭର୍ସ’ ପରମ୍ପରାକୁ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri