Posted inଖେଳ

ୟୁଟ୍ୟୁବ ଚ୍ୟାନେଲ ଖୋଲିଲେ କ୍ରିଷ୍ଟିଆନୋ ରୋନାଲଡୋ: ପ୍ରଥମ ଦିନରେ ହେଲେ ଏତିକି ସବ୍‌ସ୍ରାଇବର୍‌

ନୂଆଦିଲ୍ଲୀ,୨୩।୮:ପର୍ତ୍ତୁଗାଲର କିମ୍ବଦନ୍ତୀ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ୟୁଟ୍ୟୁବ ଜଗତରେ ପ୍ରବେଶ କରିଛନ୍ତି। ସେ ନିକଟରେ ଏକ ନୂତନ ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି। ଏହାସହ ସେ ଏକ ନୂଆ ରେକର୍ଡ ମଧ୍ୟ କରିଛନ୍ତି। କ୍ରିଷ୍ଟିଆନୋ ରୋନାଲଡୋଙ୍କ ୟୁଟ୍ୟୁବ ଚ୍ୟାନେଲ ସୃଷ୍ଟି କରିବାର ୯୦ ମିନିଟ ମଧ୍ୟରେ ଚ୍ୟାନେଲକୁ ୧୦ ଲକ୍ଷ ସବ୍‌ସ୍ରାଇବର୍‌ ପାଇଛନ୍ତି। ରୋନାଲଡୋ ଗୋଟିଏ ଦିନରେ ଚ୍ୟାନେଲରେ ପ୍ରାୟ ୧୨ଟି ଭିଡିଓ ପୋଷ୍ଟ କରିଛନ୍ତି। ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ ଯେ ରୋନାଲ୍ଡୋ ଗୋଟିଏ ଦିନରେ ୟୁଟ୍ୟୁବରୁ କେତେ ଟଙ୍କା ରୋଜଗାର କରିବେ।
କ୍ରିଷ୍ଟିଆନୋ ରୋନାଲଡୋ ଏହି ଚ୍ୟାନେଲକୁ ଅଗଷ୍ଟ ୨୧ରେ ଲଞ୍ଚ କରିଛନ୍ତି, ଯାହାର ନାମ UR Cristiano। ଏହା ସହିତ ୧୦ ଲକ୍ଷ ସବ୍‌ସ୍ରାଇବର୍‌ ମଧ୍ୟ ଗୋଟିଏ ଦିନରେ ଚ୍ୟାନେଲକୁ ଆସିଛନ୍ତି। ରୋନାଲଡୋ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏହି ଚ୍ୟାନେଲର ଶୁଭାରମ୍ଭ ବିଷୟରେ ସୂଚନା ଦେଇଛନ୍ତି।
କ୍ରିଷ୍ଟିଆନୋ ରୋନାଲ୍ଡୋ ଗୋଟିଏ ଦିନରେ ୟୁଟ୍ୟୁବରୁ କେତେ ରୋଜଗାର କରୁଛନ୍ତି। ଲଞ୍ଚ ସହିତ ପ୍ଲେୟାର ତାଙ୍କ ଚ୍ୟାନେଲରେ ୧୨ଟି ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓଗୁଡିକ ପ୍ରାୟ ୫୦ ନିୟୁତ ଭ୍ୟୁ ମଧ୍ୟ ପାଇଛି। ୟୁଟ୍ୟୁବର୍‌ ଏକ ମିଲିୟନ ଭ୍ୟୁ ପାଇଁ ୬ ହଜାର ଡଲାର୍‌ ପାଇଥାଏ। କ୍ରିଷ୍ଟିଆନୋ ରୋନାଲଡୋ ଦିନକୁ ପ୍ରାୟ ୩୦୦,୦୦୦ ଡଲାର୍‌ ରୋଜଗାର କରିଛନ୍ତି। କ୍ରିଷ୍ଟିଆନୋ ରୋନାଲଡୋ ସର୍ବାଧିକ ରୋଜଗାର କରୁଥିବା ଖେଳାଳି ଭାବରେ ବିବେଚନା କରାଯାଏ। ଏକ ରିପୋର୍ଟ ଅନୁଯାୟୀ, ରୋନାଲଡୋଙ୍କ ନିଟ ମୂଲ୍ୟ ୮୦୦ ମିଲିୟନରୁ ୯୫୦ ମିଲିୟନ ମଧ୍ୟରେ ରହିଛି।
କ୍ରିଷ୍ଟିଆନୋ ରୋନାଲଡୋ ୟୁଟ୍ୟୁବରେ ଆସିବା ମାତ୍ରେ ଚମତ୍କାର କାର୍ଯ୍ୟ କରିଛନ୍ତି। ଗୋଟିଏ ଦିନରେ ସେ ୟୁଟ୍ୟୁବରୁ ଗୋଲଡେନ ପ୍ଲେ ବଟନ ମଧ୍ୟ ପାଇଛନ୍ତି।

 

View this post on Instagram

 

A post shared by Cristiano Ronaldo (@cristiano)

 


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri