Posted inଜାତୀୟ

ଉଦ୍ଧବଙ୍କ ରାଜନୈତିକ ଅସ୍ତିତ୍ୱ ଉପରେ ସଙ୍କଟ, ଶିନ୍ଦେଙ୍କୁ ଭେଟିଲେ ୧୫ ଏମ୍‌ପି…

ମୁମ୍ବାଇ,୧୪।୭ : ରାଜନୈତିକ ଅସ୍ତିତ୍ୱ ରକ୍ଷା କରିବାର ଆହ୍ବାନ ବର୍ତ୍ତମାନ ମହାରାଷ୍ଟ୍ରର କ୍ଷମତା ହରାଇଥିବା ଉଦ୍ଧବ ଠାକରେଙ୍କ ସାମ୍ନାରେ ସୃଷ୍ଟି ହୋଇଛି। ୫୫ ଶିବସେନା ବିଧାୟକଙ୍କ ମଧ୍ୟରୁ ଏବେ ୪୦ ଜଣ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳକୁ ସମର୍ଥନ କରୁଛନ୍ତି ଏବଂ କେବଳ ୧୫ ଜଣ ଉଦ୍ଧବ ଠାକରେଙ୍କ ସହ ଅଛନ୍ତି। ବର୍ତ୍ତମାନ ଏକ ଖବର ଆସିଛି ଯେ ୧୫ ଏମ୍‌ପି ମଧ୍ୟ ଏକନାଥ ଶିନ୍ଦେଙ୍କୁ ସମର୍ଥନ କରିବାର ସମ୍ଭାବନା ରହିଛି। ବୁଧବାର ବିଳମ୍ବିତ ରାତିରେ ଏହି ଏମ୍‌ପିମାନେ ଏକନାଥ ଶିନ୍ଦେଙ୍କୁ ଭେଟିଛନ୍ତି।

କୁହାଯାଉଛି ଯେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଉଦ୍ଧବ ଠାକରେଙ୍କ ସଙ୍କଟ ସମୟରେ ଏହି ବୈଠକରେ ଲୋକ ସଭାର ୧୯ ଜଣ ଏମ୍‌ପିଙ୍କ ମଧ୍ୟରୁ ଯୋଗ ଦେଇଥିବା ୧୫ ଜଣ ଏମ୍‌ପି ଉଦ୍ଧବଙ୍କୁ ଛାଡି ପାରିବେ କି ନାହିଁ ସେନେଇ କଳ୍ପନା ଜଳ୍ପନାର ଜାରି ରହିଛିି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଏମ୍‌ପି ଶ୍ରୀକାନ୍ତ ଶିନ୍ଦେ, ଯିଏ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପୁଅ। ଏହା ବ୍ୟତୀତ ବିଦ୍ରୋହୀ ଏମ୍‌ପି ଭବନା ଗାୱଲିଙ୍କୁ ଶିବସେନା ସଂସଦୀୟ ଦଳର ମୁଖ୍ୟ ହ୍ବିପ ପଦରୁ ହଟାଇ ଦିଆଯାଇଛି।

ବିଏମସି ନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ଅଛି ଏବଂ ଏହା ପୂର୍ବରୁ ଉଦ୍ଧବଙ୍କ ଆଗରେ ଚ୍ୟାଲେଞ୍ଜ ବଢ଼ିବାରେ ଲାଗିଛି। ଥାଣେର ୬୭ ଶିବସେନା କର୍ପୋରେଟରଙ୍କ ମଧ୍ୟରୁ ୬୬ ଜଣ ଏକନାଥ ଶିନ୍ଦେଙ୍କୁ ସମର୍ଥନ କରି ସାରିଛନ୍ତି। ଏହା ବ୍ୟତୀତ ଅନ୍ୟ ଅନେକ ଜିଲାରେ ମଧ୍ୟ ବିଦ୍ରୋହର ସ୍ବର ଶୁଣିବାକୁ ମିଳୁଛି। ସୂତ୍ରରୁ ପ୍ରକାଶ ଯେ ବୁଧବାର ରାତିରେ ଶିନ୍ଦେଙ୍କ ବାସଭବନରେ ଅନୁଷ୍ଠିତ ସଭାରେ ୧୯ ଜଣ ଶିବସେନା ଏମ୍‌ପିଙ୍କ ମଧ୍ୟରୁ ୧୫ ଜଣ ଉପସ୍ଥିତ ଥିଲେ।

ଯଦି ଏହି ଏମ୍‌ପିମାନେ ମଧ୍ୟ ଏକନାଥ ଶିନ୍ଦେଙ୍କୁ ସମର୍ଥନ କରନ୍ତି, ତେବେ ଉଦ୍ଧବ ଠାକରେଙ୍କ ଆଗାମୀ ରାଜନୈତିକ ଯାତ୍ରା ଆହୁରି କଷ୍ଟସାଧ୍ୟ ହେବ। ଖବର ଆସିଥିଲା ଯେ ଭାଜପା ସହିତ ସରକାରରେ ଯୋଗଦେବାକୁ ରାଜି ହେବା ପାଇଁ ଏହି ଏମ୍‌ପିମାନଙ୍କ ଦ୍ୱାରା ଉଦ୍ଧବ ଠାକରେଙ୍କ ଉପରେ ଚାପ ପକା ଯାଉଥିଲା। ଏହା ସମ୍ଭବ ଯେ ଏହି ଏମ୍‌ ପିମାନେ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଏକନାଥ ଶିନ୍ଦେଙ୍କୁ ଭେଟିଛନ୍ତି। ଶିବସେନା ସଦସ୍ୟମାନେ ମାତୋଶ୍ରୀ ଅର୍ଥାତ୍‌ ଠାକରେ ପରିବାରର ଆଦେଶକୁ ଫାଇନାଲ ଭାବରେ ବିଚାର କରୁଛନ୍ତି। ଶିବସେନା ମୁଖ୍ୟ ବାଲାସାହେବ ଠାକରେଙ୍କ କ୍ଷମତା ଏହାର ଏକ ଉଦାହରଣ ଥିଲା। କିନ୍ତୁ ଉଦ୍ଧବ ଠାକରେଙ୍କ ବିରୋଧରେ ଏକନାଥ ଶିନ୍ଦେଙ୍କ ବିଦ୍ରୋହ ସ୍ଥିତିକୁ ଓଲଟାଇ ଦେଇଛି। ସେ ଉଦ୍ଧବ ଠାକରେଙ୍କୁ ସିଧାସଳଖ ଆହ୍ବାନ ଦେଇଛନ୍ତି ଏବଂ ତାଙ୍କ ସହିତ ଦୁଇ ତୃତୀୟାଂଶରୁ ଅଧିକ ବିଧାୟକଙ୍କୁ ନେଇଛନ୍ତି। ସେ କେତେ ଶକ୍ତିଶାଳୀ ହୋଇଛନ୍ତି ତାହା ସୂଚିତ କରିଛନ୍ତି।

ଶିନ୍ଦେଙ୍କ ଦଳ କ୍ରମାଗତ ଭାବରେ ଦାବି କରୁଛନ୍ତି ଯେ ଆମର ଶିବସେନା ହେଉଛି ପ୍ରକୃତ ଶିବସେନା। ଯଦି ଏମ୍‌ପିମାନେ ବିଧାୟକଙ୍କ ପରେ ଶିନ୍ଦେଙ୍କ ଦଳରେ ଯୋଗ ଦିଅନ୍ତି ତେବେ ଉଦ୍ଧବ ଠାକରେଙ୍କ ରାଜନୈତିକ ଅସ୍ତିତ୍ୱ ଦୋହଲି ଯିବ। ଗତ ଦେଢ଼ବର୍ଷ ଧରି ଉଦ୍ଧବ ଠାକରେ ଭାଜପାକୁ ସମାଲୋଚନା କରୁଥିବାବେଳେ ବିଦ୍ରୋହୀ ଶିନ୍ଦେ ଦଳ ଭାଜପା ସହାୟତାରେ ରାଜ୍ୟରେ କ୍ଷମତାକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri