Posted inଜାତୀୟ

ଦିଲ୍ଲୀ ଉପରେ ସଙ୍କଟ, ଧସିବାରେ ଲାଗିଛି ଭୂଇଁ …

ନୂଆଦିଲ୍ଲୀ, ୧୮।୧ : ରାଜଧାନୀ ଦିଲ୍ଲୀ ଉପରେ ନୂଆ ସଙ୍କଟ ଘନେଇବାରେ ଲାଗିଛି। ମାଟି ତଳେ ପାଣିର ଅଭାବ ଯୋଗୁ ଦିଲ୍ଲୀର ଭୂଇଁ ଧସିବାରେ ଲାଗିଛି। ଏକ ଆନ୍ତର୍ଜାତୀୟ ରିପୋର୍ଟରେ ଏପରି ତଥ୍ୟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ପାଣି ଅଭାବ ଯୋଗୁ ଭୂଇଁ ଦବି ଚାଲିଛି। ଏଭଳି ସମସ୍ୟା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଗୁରୁତର ବିପଦ ଆଣିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି॥

ତିନୋଟି ଦେଶର ଏକ ଅଧ୍ୟୟନରେ ଏହି ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି। ଉପଗ୍ରହ ତଥ୍ୟ ବ୍ୟବହାର କରି ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଜାତୀୟ ରାଜଧାନୀରେ ପ୍ରାୟ ୧୦୦ ବର୍ଗ କିଲୋମିଟର ଅଞ୍ଚଳରେ ଜମି ଧସିବାର ଆଶଙ୍କା ଅଧିକ ରହିଛି। ସେଥିମଧ୍ୟରୁ ୧୨.୫ ବର୍ଗ କିଲୋମିଟରର କ୍ଷେତ୍ର କାପସହେଡାରେ ଅଛି। ଯାହା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରଠାରୁ ମାତ୍ର ୮୦୦ ମିଟର ଦୂରରେ।

ଆଇଆଇଟି ମୁମ୍ବାଇ ସହିତ ଜର୍ମାନ ରିସର୍ଚ୍ଚ ସେଣ୍ଟର ଅଫ ଜିଓ ସାଇନ୍ସ, ଆମେରିକାର କେମ୍ବ୍ରିଜ ଏବଂ ସାଉଥ ମେଥୋଡିଷ୍ଟ ୟୁନିଭରସିଟିର ମିଳିତ ଅଧ୍ୟୟନ ଅନୁଯାୟୀ, ବିମାନବନ୍ଦରରେ ଗ୍ରାଉଣ୍ଡ କଭରର ଦ୍ରୁତ ଧସିବାରୁ ଜଣାପଡିଛି ଯେ ଶୀଘ୍ର ବିମାନବନ୍ଦର ମଧ୍ୟ ଏହାର କବଳରେ ଆସିବ। ଜମି ଧସିବା ଗତି କ୍ରମାଗତ ଭାବେ ବୃଦ୍ଧି ପାଉଛି।

‘ଇଣ୍ଡିଆସ୍‌ କ୍ୟାପିଟାଲ ଫ୍ରମ୍‌ ସ୍ପେସ୍‌: ଇମ୍ପ୍ଲିକେଶନ ଅଫ୍‌ ସସ୍‌ଷ୍ଟେନ୍‌ବୁଲ୍‌ ଗ୍ରାଉଣ୍ଡ ଓ୍ବାଟର ୟୁଜ୍‌’ ଶୀର୍ଷକ ରିପୋର୍ଟ ନେଚର ପତ୍ରିକାରେ ପ୍ରକାଶ ପାଇଛି। ଏହି ଅନ୍ତର୍ଜାତୀୟ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୪ ଠାରୁ ୨୦୧୬ ମଧ୍ୟରେ ରାଜଧାନୀ ଜମି ବାର୍ଷିକ ୧୧ ସେଣ୍ଟିମିଟର ବେଗରେ ଧସୁଛି। ଯାହା ପରବର୍ତ୍ତୀ ଦୁଇ ବର୍ଷରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇ ୧୭ ସେଣ୍ଟିମିଟରରେ ପହଞ୍ଚିଛି।

ରିପୋର୍ଟ ଅନୁଯାୟୀ, ଭୂଇଁ ଧସିବା ଅଧିକ ହେଉଥିବାରୁ ବିମାନ ବନ୍ଦର ନିକଟ କାପସହେଡା ଅଞ୍ଚଳର ସ୍ଥିତି ଅଧିକ ଚିନ୍ତାଜନକ ରହିଛି। ଅନ୍ତର୍ଜାତୀୟ ଅଧ୍ୟୟନରେ ସାମିଲ ଥିବା କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଗବେଷକ ଶଗୁନ ଗର୍ଗ କୁଆଲାଲମ୍ପୁର ବିମାନ ବନ୍ଦରର ଉଦାହରଣ ଦେଇ କହିଛନ୍ତି ଯେ, ଇନ୍ଦିରା ଗାନ୍ଧୀ ବିମାନ ବନ୍ଦର ଉପରେ ଏନେଇ ନିରନ୍ତର ନଜର ରଖିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ଯେ କୁଆଲାଲମ୍ପୁର ବିମାନବନ୍ଦରରେ ଟ୍ୟାକ୍ସି ମାର୍ଗରେ ଫାଟ ସୃଷ୍ଟି ହୋଇଥିଲା। ସେଠାରେ ପାଣି ଜମା ହୋଇ ରହିଥିଲା।

ବିମାନ ବନ୍ଦରଠାରୁ ୫୦୦ ମିଟର ଦୂରରେ ଥିବା ମହିପାଲପୁର ଅଞ୍ଚଳରେ ମଧ୍ୟ ଭୂଇଁ ଧସିବା ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ସେଠାରେ ୨୦୧୮-୧୯ ରେ, ବର୍ଷକୁ ୫୦୦ ମିଲିମିଟର ବେଗରେ ଜମି ଧସୁଥିବାର ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ଦୈନିକ ହାରାହାରି ୧୨,୩୬୦ ଲକ୍ଷ ଗ୍ୟାଲନ ଜଳ ଆବଶ୍ୟକ ହୋଇଥାଏ। ମାତ୍ର ପାଣିର ଅଭାବ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।

ଡ୍ରାଫ୍ଟ ମାଷ୍ଟର ପ୍ଲାନ ୨୦୪୧ ଅନୁଯାୟୀ, ଦିଲ୍ଲୀରେ ୨୦୩୧ ସୁଦ୍ଧା ଦିନ ପିଛା ୧,୭୪୬ ନିୟୁତ ଗ୍ୟାଲନ ପାଣି ଆବଶ୍ୟକ ହେବ । ରାଜଧାନୀରେ ଜଳ ଆବଶ୍ୟକତାର ଏକ ପ୍ରମୁଖ ଅଂଶ ଭୂତଳରୁ ବାହାର କରାଯାଇଥାଏ। ଏହି କାରଣରୁ ଭୂଜଳ ସ୍ତର ଦ୍ରୁତ ଗତିରେ କମିବାରେ ଚାଲିଛି। ସେହିପରି ବୋର୍‌ ଓ୍ବେଲ୍‌ ସଂଖ୍ୟା ବଢ଼ିବାରୁ ଜାଲି ଭଳି କଣା ହୋଇଥିବା ଭୂଇଁ ଧସିବା ଆଶଙ୍କା ଅଧିକ ବୃଦ୍ଧି ପାଉଛି।

ଅଧ୍ୟୟନକାରୀମାନେ ସନ୍ଦେହ କରୁଛନ୍ତି ଯେ ଦିଲ୍ଲୀ ଏବଂ ଗୁରୁଗ୍ରାମ ମଧ୍ୟରେ ୭.୫ କିଲୋମିଟର ରାସ୍ତାର ଜଳମଗ୍ନ ଅବସ୍ଥା ପାଇଁ ଭୂଇଁ ଧସିବା ସମସ୍ୟା ମଧ୍ୟ ଦାୟୀ। ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ରାସ୍ତା ୭୦ ସେଣ୍ଟିମିଟରରୁ ଅଧିକ ଧସିି ଯାଇଛି। ଦିଲ୍ଲୀ-ଏନସିଆର ଉପରେ ତୁରନ୍ତ ଧ୍ୟାନ ଦେବାର ଆବଶ୍ୟକତା ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏହି ଅଞ୍ଚଳରେ ଥିବା ବିଜୱାସାନ, ସମଲଖା, କପାସହେଡା, ସାଧନଗର, ବିନ୍ଦାପୁର ଏବଂ ମହାବୀର ଏନକ୍ଲେଭ, ଗୁରୁଗ୍ରାମ୍‌ର ସେକ୍ଟର ୨୨-ଏ ଏବଂ ବ୍ଲକ ସି, ଫରିଦାବାଦର ସଞ୍ଜୟ ଗାନ୍ଧୀ ମେମୋରିଆଲ ନଗରର ପକେଟ ବି ଏବଂ ପକେଟ ସି ଆଦିଠାରେ ଭୂଇଁ ଧସିବା ଜାରି ରହିଥିବା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?