Posted inଜାତୀୟ

ଦିଲ୍ଲୀ ଉପରେ ସଙ୍କଟ, ଧସିବାରେ ଲାଗିଛି ଭୂଇଁ …

ନୂଆଦିଲ୍ଲୀ, ୧୮।୧ : ରାଜଧାନୀ ଦିଲ୍ଲୀ ଉପରେ ନୂଆ ସଙ୍କଟ ଘନେଇବାରେ ଲାଗିଛି। ମାଟି ତଳେ ପାଣିର ଅଭାବ ଯୋଗୁ ଦିଲ୍ଲୀର ଭୂଇଁ ଧସିବାରେ ଲାଗିଛି। ଏକ ଆନ୍ତର୍ଜାତୀୟ ରିପୋର୍ଟରେ ଏପରି ତଥ୍ୟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ପାଣି ଅଭାବ ଯୋଗୁ ଭୂଇଁ ଦବି ଚାଲିଛି। ଏଭଳି ସମସ୍ୟା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଗୁରୁତର ବିପଦ ଆଣିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି॥

ତିନୋଟି ଦେଶର ଏକ ଅଧ୍ୟୟନରେ ଏହି ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି। ଉପଗ୍ରହ ତଥ୍ୟ ବ୍ୟବହାର କରି ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଜାତୀୟ ରାଜଧାନୀରେ ପ୍ରାୟ ୧୦୦ ବର୍ଗ କିଲୋମିଟର ଅଞ୍ଚଳରେ ଜମି ଧସିବାର ଆଶଙ୍କା ଅଧିକ ରହିଛି। ସେଥିମଧ୍ୟରୁ ୧୨.୫ ବର୍ଗ କିଲୋମିଟରର କ୍ଷେତ୍ର କାପସହେଡାରେ ଅଛି। ଯାହା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରଠାରୁ ମାତ୍ର ୮୦୦ ମିଟର ଦୂରରେ।

ଆଇଆଇଟି ମୁମ୍ବାଇ ସହିତ ଜର୍ମାନ ରିସର୍ଚ୍ଚ ସେଣ୍ଟର ଅଫ ଜିଓ ସାଇନ୍ସ, ଆମେରିକାର କେମ୍ବ୍ରିଜ ଏବଂ ସାଉଥ ମେଥୋଡିଷ୍ଟ ୟୁନିଭରସିଟିର ମିଳିତ ଅଧ୍ୟୟନ ଅନୁଯାୟୀ, ବିମାନବନ୍ଦରରେ ଗ୍ରାଉଣ୍ଡ କଭରର ଦ୍ରୁତ ଧସିବାରୁ ଜଣାପଡିଛି ଯେ ଶୀଘ୍ର ବିମାନବନ୍ଦର ମଧ୍ୟ ଏହାର କବଳରେ ଆସିବ। ଜମି ଧସିବା ଗତି କ୍ରମାଗତ ଭାବେ ବୃଦ୍ଧି ପାଉଛି।

‘ଇଣ୍ଡିଆସ୍‌ କ୍ୟାପିଟାଲ ଫ୍ରମ୍‌ ସ୍ପେସ୍‌: ଇମ୍ପ୍ଲିକେଶନ ଅଫ୍‌ ସସ୍‌ଷ୍ଟେନ୍‌ବୁଲ୍‌ ଗ୍ରାଉଣ୍ଡ ଓ୍ବାଟର ୟୁଜ୍‌’ ଶୀର୍ଷକ ରିପୋର୍ଟ ନେଚର ପତ୍ରିକାରେ ପ୍ରକାଶ ପାଇଛି। ଏହି ଅନ୍ତର୍ଜାତୀୟ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୪ ଠାରୁ ୨୦୧୬ ମଧ୍ୟରେ ରାଜଧାନୀ ଜମି ବାର୍ଷିକ ୧୧ ସେଣ୍ଟିମିଟର ବେଗରେ ଧସୁଛି। ଯାହା ପରବର୍ତ୍ତୀ ଦୁଇ ବର୍ଷରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇ ୧୭ ସେଣ୍ଟିମିଟରରେ ପହଞ୍ଚିଛି।

ରିପୋର୍ଟ ଅନୁଯାୟୀ, ଭୂଇଁ ଧସିବା ଅଧିକ ହେଉଥିବାରୁ ବିମାନ ବନ୍ଦର ନିକଟ କାପସହେଡା ଅଞ୍ଚଳର ସ୍ଥିତି ଅଧିକ ଚିନ୍ତାଜନକ ରହିଛି। ଅନ୍ତର୍ଜାତୀୟ ଅଧ୍ୟୟନରେ ସାମିଲ ଥିବା କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଗବେଷକ ଶଗୁନ ଗର୍ଗ କୁଆଲାଲମ୍ପୁର ବିମାନ ବନ୍ଦରର ଉଦାହରଣ ଦେଇ କହିଛନ୍ତି ଯେ, ଇନ୍ଦିରା ଗାନ୍ଧୀ ବିମାନ ବନ୍ଦର ଉପରେ ଏନେଇ ନିରନ୍ତର ନଜର ରଖିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ଯେ କୁଆଲାଲମ୍ପୁର ବିମାନବନ୍ଦରରେ ଟ୍ୟାକ୍ସି ମାର୍ଗରେ ଫାଟ ସୃଷ୍ଟି ହୋଇଥିଲା। ସେଠାରେ ପାଣି ଜମା ହୋଇ ରହିଥିଲା।

ବିମାନ ବନ୍ଦରଠାରୁ ୫୦୦ ମିଟର ଦୂରରେ ଥିବା ମହିପାଲପୁର ଅଞ୍ଚଳରେ ମଧ୍ୟ ଭୂଇଁ ଧସିବା ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ସେଠାରେ ୨୦୧୮-୧୯ ରେ, ବର୍ଷକୁ ୫୦୦ ମିଲିମିଟର ବେଗରେ ଜମି ଧସୁଥିବାର ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ଦୈନିକ ହାରାହାରି ୧୨,୩୬୦ ଲକ୍ଷ ଗ୍ୟାଲନ ଜଳ ଆବଶ୍ୟକ ହୋଇଥାଏ। ମାତ୍ର ପାଣିର ଅଭାବ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।

ଡ୍ରାଫ୍ଟ ମାଷ୍ଟର ପ୍ଲାନ ୨୦୪୧ ଅନୁଯାୟୀ, ଦିଲ୍ଲୀରେ ୨୦୩୧ ସୁଦ୍ଧା ଦିନ ପିଛା ୧,୭୪୬ ନିୟୁତ ଗ୍ୟାଲନ ପାଣି ଆବଶ୍ୟକ ହେବ । ରାଜଧାନୀରେ ଜଳ ଆବଶ୍ୟକତାର ଏକ ପ୍ରମୁଖ ଅଂଶ ଭୂତଳରୁ ବାହାର କରାଯାଇଥାଏ। ଏହି କାରଣରୁ ଭୂଜଳ ସ୍ତର ଦ୍ରୁତ ଗତିରେ କମିବାରେ ଚାଲିଛି। ସେହିପରି ବୋର୍‌ ଓ୍ବେଲ୍‌ ସଂଖ୍ୟା ବଢ଼ିବାରୁ ଜାଲି ଭଳି କଣା ହୋଇଥିବା ଭୂଇଁ ଧସିବା ଆଶଙ୍କା ଅଧିକ ବୃଦ୍ଧି ପାଉଛି।

ଅଧ୍ୟୟନକାରୀମାନେ ସନ୍ଦେହ କରୁଛନ୍ତି ଯେ ଦିଲ୍ଲୀ ଏବଂ ଗୁରୁଗ୍ରାମ ମଧ୍ୟରେ ୭.୫ କିଲୋମିଟର ରାସ୍ତାର ଜଳମଗ୍ନ ଅବସ୍ଥା ପାଇଁ ଭୂଇଁ ଧସିବା ସମସ୍ୟା ମଧ୍ୟ ଦାୟୀ। ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ରାସ୍ତା ୭୦ ସେଣ୍ଟିମିଟରରୁ ଅଧିକ ଧସିି ଯାଇଛି। ଦିଲ୍ଲୀ-ଏନସିଆର ଉପରେ ତୁରନ୍ତ ଧ୍ୟାନ ଦେବାର ଆବଶ୍ୟକତା ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏହି ଅଞ୍ଚଳରେ ଥିବା ବିଜୱାସାନ, ସମଲଖା, କପାସହେଡା, ସାଧନଗର, ବିନ୍ଦାପୁର ଏବଂ ମହାବୀର ଏନକ୍ଲେଭ, ଗୁରୁଗ୍ରାମ୍‌ର ସେକ୍ଟର ୨୨-ଏ ଏବଂ ବ୍ଲକ ସି, ଫରିଦାବାଦର ସଞ୍ଜୟ ଗାନ୍ଧୀ ମେମୋରିଆଲ ନଗରର ପକେଟ ବି ଏବଂ ପକେଟ ସି ଆଦିଠାରେ ଭୂଇଁ ଧସିବା ଜାରି ରହିଥିବା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri