ପୃଥିବୀ ପାଇଁ ପୁଣି ସଙ୍କଟ,ଭାଙ୍ଗିଲା ବିରାଟକାୟ ହିମ ପାହାଡ଼…

ଓ୍ବାଶିଂଟନ, ୨୬।୩ : ପୃଥିବୀ ପାଇଁ ପୁଣି ଏକ ନୂଆ ସଙ୍କଟ ସୃଷ୍ଟି ହୋଇଛି ଆଣ୍ଟାର୍କଟିକାରେ ଏକ ବିରାଟ ହିମ ପାହାଡ଼ ଭାଙ୍ଗି ପଡ଼ିଛି। ଏହାର ଆକାର ୧୨୦୦ ବର୍ଗ କିଲାମିଟରରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏହି ଆଇସବର୍ଗର ନାମ ହେଉଛି କଙ୍ଗର ଆଇସ ସେଲ୍ଫ।

ଏହି ବିଶାଳ ହିମ ପାହାଡ଼ ଆଣ୍ଟାର୍କଟିକା ୧୫ ମାର୍ଚ୍ଚରେ ଭାଙ୍ଗିଥିବାେ କୁହାଯାଉଛି। ଏହି ସମୟରେ ସେଠାରେ ତାପମାତ୍ରା ମାଇନସ ୧୨ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଥିଲା, ଯାହା ସ୍ବାଭାବିକଠାରୁ ୪୦ ଡିଗ୍ରୀ ସେଲସିୟସ ଅଧିକ ଥିଲା।

ବ୍ରିଟିଶ ମହାସାଗରୀୟ ବିଜ୍ଞାନୀ ରୋବ ଲାର୍ଟର କହିଛନ୍ତି ଯେ ଆମେ ଉପଗ୍ରହ ତଥ୍ୟ ଯାଞ୍ଚ କରିବା ଦିନଠାରୁ ପୂର୍ବ ଆଣ୍ଟାର୍କଟିକାରେ ଏତେ ବଡ଼ ହିମ ପାହାଡ଼ କେବେ ଭାଙ୍ଗି ନ ଥିଲା। ସେ କହିଛନ୍ତି, ଏହାର ଆକାର ଗତ କିଛି ବର୍ଷ ମଧ୍ୟରେ କ୍ରମାଗତ ଭାବରେ ହ୍ରାସ ପାଉଥିଲା। ଶେଷରେ ଏହା ଅଲଗା ହୋଇଗଲା। ଆଣ୍ଟାର୍କଟିକା ହେଉଛି ପୃଥିବୀର ସବୁଠାରୁ ଶୀତଳ ସ୍ଥାନ, ଯାହା ବର୍ତ୍ତମାନ ପ୍ରବଳ ଉତ୍ତାପର ସମ୍ମୁଖୀନ ହେଉଛି। ଫଳରେ ସଙ୍କଟ ବଢୁଛି।

ଆମେରିକାର କଲୋରଡୋ ୟୁନିଭରସିଟିର ବୈଜ୍ଞାନିକ ଟେଡ ସ୍କାମ୍ବୋସ ଆଣ୍ଟାର୍କଟିକାରେ ପୂର୍ବରୁ ଦେଖାଯାଇ ନ ଥିବା ଉତ୍ତାପ ବିଷୟରେ କହିଛନ୍ତି। ଏଥି ସହିତ, ୱିସ୍କନ୍ସିନ ବିଶ୍ୱବିଦ୍ୟାଳୟର ପାଣିପାଗ ବିଜ୍ଞାନୀ ମାଥ୍ୟୁ ଲାଜାରା କହିଛନ୍ତି ଯେ ଏହା ନିଶ୍ଚିତ ଭାବରେ ଭଲ ସଙ୍କେତ ନୁହେଁ। ଏହା ପୃଥିବୀ ଉପରେ ସଙ୍କଟ ସୃଷ୍ଟି କରିବାର ଆଶଙ୍କା ରହିଛି।

ନେଚର ମ୍ୟାଗାଜିନ୍‌ ଅନୁଯାୟୀ, ୧୮୮୦ ମସିହାରୁ ସମୁଦ୍ର ପତ୍ତନରେ ହାରାହାରି ୯ ଇଞ୍ଚ ବୃଦ୍ଧି ଘଟିଛି। ଏହି ଜଳର ଏକ ତୃତୀୟାଂଶ ଗ୍ରୀନଲ୍ୟାଣ୍ଡ ଏବଂ ଆଣ୍ଟାର୍କଟିକାରେ ବରଫ ତରଳିବା ଯୋଗୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ବେଲଗଛରେ ଛୁଲୁଥିଲା ବିଜେଡି ନେତାଙ୍କ ସ୍ତ୍ରୀଙ୍କ ମୃତଦେହ: ପୋଲିସ କଲା ଜବତ

ନୂଆପଡ଼ା,୩୧ା୩ (ମକାରୁ ବେମାଲ):ନୂଆପଡା ସହରର ମାତାଗୁଡି ପଡାସ୍ଥିତ ଏକ ବେଲଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ହେଲେ ପୂର୍ବତନ ଯୁବ ବିଜୁ ଜନତା…

ହର୍ମୁଜରେ ଏବେ ଟିକସ ଆଦାୟ କରିବ ଇରାନ, ସଂସଦରେ ଆଇନକୁ ମିଳିଲା ମଞ୍ଜୁରୀ

ତେହରାନ,୩୧।୩: ଇରାନ ସହିତ ସଂଘର୍ଷ ପରିପ୍ରେକ୍ଷୀରେ, ଯାହା ଡରାଉ ଥିଲା ତାହା ହିଁ ଘଟିଛି। ଇରାନର ସଂସଦ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ଉପରେ ଟୋଲ ଲାଗୁ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ପୁଣି ଆରବର୍ଷକୁ ଅପେକ୍ଷା

ପୁରୁଷୋତ୍ତମପୁର,୩୧।୩(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦଯାପନ ହେବାକୁ ଯାଉଛି। ଏହି ଶେଷ ପାଳିରେ ମା’ ତାରାତାରିଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri