ଗୁଗଲ୍‌ ମ୍ୟାପିଂରୁ ଚିହ୍ନଟ ହେବେ ଅପରାଧୀ

ଭୁବନେଶ୍ୱର,୧୧।୧(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଛିନ୍‌ତାଇ, ଲୁଟ୍‌ ଓ ଚୋରି ଘଟଣା ନିତିଦିନିଆ ହୋଇଯାଇଛି। କମିଶନରେଟ ପୋଲିସ ଏହାକୁ ରୋକିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଅପରାଧୀମାନେ ବେଫିକର ହୋଇ ଅପରାଧ ଘଟାଉଛନ୍ତି। ଅଧିକାଂଶ କ୍ଷେତ୍ରରେ ଅପରାଧୀ ବିଶେଷକରି ମାଷ୍ଟରମାଇଣ୍ଡ୍‌ ଧରାପଡୁ ନ ଥିବାରୁ ପୋଲିସକୁ ସେତେଟା ସଫଳତା ମିଳିପାରୁନି। ତେଣୁ ଅପରାଧୀଙ୍କୁ ଧରିବାକୁ କମିଶନରେଟ ପୋଲିସ ନୂଆ ପନ୍ଥା ଆପଣାଇବାକୁ ଯାଇଛି। ଗୁଗଲ ମ୍ୟାପିଂ ଦ୍ୱାରା ଅଭିଯୁକ୍ତଙ୍କୁ ସହଜରେ ଚିହ୍ନଟ କରିବା ସହ ଧରିବାକୁ ଯୋଜନା ହୋଇଛି। ଏନେଇ ଗୁଗଲ ଆପ୍ଲିକେଶନରେ କ୍ରାଇମ୍‌ ମ୍ୟାପିଂ ଟେକ୍‌ନିକକୁ ଆପଣାଯିବା ସହ ବିଭିନ୍ନ ଟେଲିକମ ସଂସ୍ଥାର ସାହାଯ୍ୟ ନେବ ପୋଲିସ। ପ୍ରଥମ ପର୍ଯ୍ୟାୟରେ ସ୍ନାଚିଂ ଓ ଲୁଟ୍‌ ଘଟଣାକୁ ଗୁରୁତ୍ୱ ଦିଆଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବୁଧବାର ସୂଚନା ଦେଇଛନ୍ତି। ଏହାଦ୍ୱାରା ଅଭ୍ୟାସଗତ ଅପରାଧୀ ଓ ଲୁଟେରାଙ୍କ ଗତିବିଧି ଉପରେ ନଜର ରହିବ। ଏଥିରେ ୟୁନିଫାଏଡ୍‌ କମାଣ୍ଡ କଣ୍ଟ୍ରୋଲ ସେଣ୍ଟରର ସବୁଠୁ ବଡ ଅବଦାନ ରହିବ। ସ୍ମାର୍ଟ ସିଟି ତରଫରୁ ରାଜଧାନୀରେ ଅନେକ କ୍ୟାମେରା ଲଗାଯାଇଛି। ଉକ୍ତ ସେଣ୍ଟରରୁ ପ୍ରଥମେ ସିସିଟିଭି ଫୁଟେଜ ହସ୍ତଗସ୍ତ କରାଯିବ। ଏହାପରେ ଆର୍ଟିଫିସିଆଲ୍‌ ଇଣ୍ଟିଲିଜେନ୍ସ (ଏଆଇ)ର ସହାୟତାରେ ଏହାର ଫିଡ୍‌କୁ ବିଶ୍ଳେଷଣ କରାଯିବ। ତେବେ ଏଥିରେ ଗୁଗଲ ଟ୍ରାକିଂ ବୋଲି କିଛି ନାହିଁ, ବରଂ ଅପରାଧଟାକୁ ଗୁଗଲ ମ୍ୟାପ୍‌ରେ ପକାଇ ଏହାର ବିଶ୍ଳେଷଣ କରି ପରବର୍ତ୍ତୀ ସମୟରେ ଅପରାଧୀଙ୍କୁ ଧରାଯାଇବ ପାରିବ ବୋଲି କମିଶନର ପ୍ରିୟଦର୍ଶୀ କହିଛନ୍ତି। ସୂଚନାଯୋଗ୍ୟ, ତଦନ୍ତରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ମଙ୍ଗଳବାର କମିଶନରେଟ ପୋଲିସର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri