ଅପରାଧିକ ସମୀକ୍ଷା କଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର,୧୪।୧(ଡି.ଏନ୍‌.ଏ.): ନୂତନ ଭାବେ ଯୋଗଦେଇଥିବା ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ପ୍ରଥମ ଥର ଲାଗି ଛତ୍ରପୁର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଶନିବାର ପହଞ୍ଚିଥିଲେ। ସେଠାରେ ସେ ଅପରାଧିକ ସମୀକ୍ଷା ବୈଠକ କରିଥିଲେ । ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନ, ଗଞ୍ଜାମ ଥାନା ଆଇଆଇସି ସନ୍ତୋଷ ବେହେରା, ଚମାଖଣ୍ଡି ଥାନା ଆଇଆଇସି ସୁଦୀପ୍ତ ସାହୁ, ରମ୍ଭା ଥାନା ଆଇଆଇସି ପି. ସ୍ବରୂପ କିଷାନ ଓ ଖଲିକୋଟ ଥାନା ଆଇଆଇସି ଜଗନ୍ନାଥ ମଲିକ ଉପସ୍ଥିତ ଥିଲେ।