ପୋଲିସ ଉପରକୁ ଗୁଳି ଫୁଟାଇ ଅପରାଧୀ ଫେରାର

ଦିଗପହଣ୍ଡି(ଡି.ଏନ୍‌.ଏ.)/ବ୍ରହ୍ମପୁର ଅଫିସ,୮।୧୦: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଚଢେୟାଗରଦ ଗ୍ରାମ ନିକଟ କେରାଣ୍ଡିମାଳ ଜଙ୍ଗଲରେ ଦୁର୍ଦ୍ଦାନ୍ତ ଅପରାଧୀ କୁନା ବେହେରା ଲୁଚିଥିବା ପୋଲିସକୁ ଖବର ମିଳିଥିଲା। ତାଙ୍କୁ ଧରିବାକୁ ପୋଲିସ ଯୋଜନା କରିଥିଲା। ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ନେତୃତ୍ୱରେ ପୋଲିସର ସ୍ବତନ୍ତ୍ର ଟାସ୍କ ଫୋର୍ସ ବୁଧବାର ରାତିରେ ଦିଗପହଣ୍ଡି ଥାନାରେ ପହଞ୍ଚିଥିଲେ। ରାତି ପ୍ରାୟ ୧୦ଟାରେ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀଙ୍କ ସମେତ ବ୍ରହ୍ମପୁର ଗୋସାଇଁ ନୂଆଗାଁ, ଗୋଳନ୍ଥରା, ଓ କେ. ନୂଆଗାଁ ଥାନା ଅଧିକାରୀଙ୍କ ସମେତ ବିଭିନ୍ନ ଥାନାରୁ ଆସିଥିବା ବଛା ବଛା ଅଧିକାରୀ ଅପରେଶନରେ ଜଙ୍ଗଲକୁ ବାହାରିଥିଲେ। ଭୋରରେ ଟାମଣା-ମହୁରୀକାଳୁଆ -ଚଢେୟାଗରଦ ମଧ୍ୟବର୍ତ୍ତୀ ରାମଗୁଡ଼ା ସଂରକ୍ଷିତ ଜଙ୍ଗଲରେ ପୋଲିସ ଟିମ୍‌ କୁନାଙ୍କ ଆଡ୍ଡା ଅଭିମୁଖେ ଯାଉଥିଲେ। ଏହି ସମୟରେ କୁନା ଏବଂ ତାଙ୍କ ସହଯୋଗୀମାନେ ପାହାଡ଼ ଖୋଲରେ ଲୁଚି ପୋଲିସ ଉପରକୁ ଗୁଳି ଚଳାଇବା ସହ ବାରମ୍ବାର ବୋମାମାଡ଼ କରି ଖସିଯାଇଥିଲେ। ସୌଭାଗ୍ୟବଶତଃ ଏଥିରେ କେହି ପୋଲିସ କର୍ମଚାରୀ ଆହତ ହୋଇନାହାନ୍ତି। କୁନା ଜଙ୍ଗଲ ଭିତରେ ରହୁଥିବା ଘରୁ ୨ଟି ବନ୍ଧୁକ, ୧୧ଟି ଗୁଳି, ମନିପର୍ଶ, ମୋବାଇଲ ଫୋନ, ୨ଟି ଚାର୍ଜଲାଇଟ୍‌ ସହ ଅନ୍ୟାନ୍ୟ ଜିନିଷକୁ ପୋଲିସ ଜବତ କରିଛି। ସେହିପରି ଘରେ ମହଜୁଦ ଥିବା ବିପୁଳ ପରିମାଣର ଚାଉଳ, ଡାଲି, ଖାଇବା ତେଲ, ଅମୁଲ, ପ୍ୟାଣ୍ଟ, ଶାର୍ଟ ଓ ଘରକରଣା ସାମଗ୍ରୀକୁ ନଷ୍ଟ କରାଯାଇଥିବା ଗୁରୁବାର ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ଏକ ପ୍ରେସ ନୋଟରେ ସୂଚନା ଦେଇଛନ୍ତି। ଦୁର୍ଦ୍ଦାନ୍ତ କୁନାଙ୍କ ନଁାରେ ବ୍ରହ୍ମପୁର ପୋଲିସ ଜିଲାର ବିଭିନ୍ନ ଥାନାରେ ଏବେ ୨୫ ସଙ୍ଗୀନ ମାମଲା ରହିଛି। କୁନା ଏବେ ପୋଲିସର ମୋଷ୍ଟ ୱାଣ୍ଟେଡ଼ ତାଲିକାରେ ରହିଛି ବୋଲି ଏଏସପି କହିଛନ୍ତି। ପୋଲିସ ଉପରକୁ ଗୁଳିମାଡ଼ ଘଟଣାରେ ଦିଗପହଣ୍ଡି ଥାନାରେ ନଂ.୨୬୦/୨୧ ରେ କୁନାଙ୍କ ନଁାରେ ଏକ ମାମଲା ରୁଜୁ ହୋଇଥିବା ଚିକିଟି ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri