ଆପରାଧିକ ମାମଲା ରୁଜୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ବିଜୁ ସେତୁ ଯୋଜନାରେ ବଲାଙ୍ଗୀର ଜିଲା ସୁକତେଲ ନଦୀ ଉପରେ ନିର୍ମାଣାଧୀନ ପୋଲର ୪ ନମ୍ବର ସ୍ପାନ ଭୁଶୁଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଲୋକାୟୁକ୍ତ ପୋଲ ନିର୍ମାଣ ତଦାରଖ ଦାୟିତ୍ୱରେ ଥିବା ୩ ଜଣ ଯନ୍ତ୍ରୀ, ଜଣେ ଆକାଉଣ୍ଟସ ଅଫିସର ଏବଂ ପୋଲ ନିର୍ମାଣକାରୀ ସଂସ୍ଥା ରାମ କୁମାର ଅଗ୍ରଓ୍ବାଲ ଇଞ୍ଜିନିୟର୍ସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ଏବଂ ପ୍ରୋଜେକ୍ଟ ମ୍ୟାନେଜରଙ୍କ ବିରୋଧରେ ଏକ ସ୍ବତନ୍ତ୍ର କୋର୍ଟରେ ଆପରାଧିକ ମାମଲା କରିବାକୁ ଲୋକାୟୁକ୍ତ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ବିଜୁ ସେତୁ ଯୋଜନାରେ ୨୦୧୩-୧୪ରେ ବଲାଙ୍ଗୀର ଜିଲା ତାମିଆ-ମୁଦଲସର ରାସ୍ତା ପାଇଁ ସୁକତେଲ ନଦୀ ଉପରେ ଏକ ପୋଲ ନିର୍ମାଣ କରିବାକୁ ଅନୁମୋଦନ କରିଥିଲେ। ଏହି ସେତୁ ନିର୍ମାଣ କାର୍ଯ୍ୟ ଇ-ଟେଣ୍ଡର ଜରିଆରେ ରାମ କୁମାର ଅଗ୍ରଓ୍ବାଲ ଇଞ୍ଜିନିୟର୍ସ ପ୍ରାଇଭେଟ ଲିମିଟେଡକୁ ଦିଆଯାଇଥିଲା। ସେତୁ ନିର୍ମାଣ ପାଇଁ ଉକ୍ତ ସଂସ୍ଥା ଏବଂ ପାଟଣାଗଡ଼ ଆର୍‌ଡବ୍ଲ୍ୟୁ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟରଙ୍କ ମଧ୍ୟରେ ୬,୯୯,୯୭,୨୭୮ ଟଙ୍କାର ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହି ପୋଲ ନିର୍ମାଣ କାମ ୨୦୧୫ ସେପ୍ଟେମ୍ବର ୮ ତାରିଖରେ ଶେଷ ହୋଇଥିଲା। ତେବେ ୨୦୨୦ ଫେବୃୟାରୀରେ ପୋଲର ୪ ନମ୍ବର ସ୍ପାନରେ ଫାଟ ଥିବା ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ଅନ୍ତୁନି କିଷାନ ତୁରନ୍ତ ଗ୍ରାମ୍ୟ ନିର୍ମାଣ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଜଣାଇଥିଲେ। ସମ୍ପୃକ୍ତ ନିର୍ମାଣକାରୀ ଏଜେନ୍ସି ଦ୍ୱାରା ମରାମତି କରିବାକୁ ସର୍ବୋଚ୍ଚ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ୨୦୨୦ ଏପ୍ରିଲ ୩୦ରେ ଏହାର ମରାମତି କାର୍ଯ୍ୟ କରାଯାଉଥିବାବେଳେ ଫାଟିଥିବା ସ୍ପାନ ଗଳି ପଡ଼ିବାରୁ ୨ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ସେ ସମୟରେ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା। ଏଭଳି ସମ୍ବେଦନଶୀଳ ଘଟଣାକୁ ଲୋକାୟୁକ୍ତ ନିଜ ଆଡୁ ମାମଲା ରୁଜୁ କରି ବଲାଙ୍ଗୀର ଆର୍‌ଡବ୍ଲ୍ୟୁ ଡିଭିଜନର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ଏବଂ ନିର୍ମାଣକାରୀ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ନିମ୍ନମାନର କାର୍ଯ୍ୟ ଯୋଗୁ ଏଭଳି ଘଟଣା ଜଣାପଡ଼ିବା ପରେ ଲୋକାୟୁକ୍ତ ଏହାର ତଦନ୍ତ କରିବାକୁ ୧୨।୮।୨୦୨୦ରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭିଜିଲାନ୍ସ ମାମଲାର ତଦନ୍ତ କରି ଲୋକାୟୁକ୍ତଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କରିବା ସହ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ବିଭୁଦେନ୍ଦ୍ର ମେହେର, ଅନ୍ତୁନି କିଶାନ ଏବଂ ସୁଧାଂଶୁ ଶେଖର ମହାପାତ୍ର, ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ତପନ କୁମାର ବେହେରା, ଜୁନିୟର ଇଞ୍ଜିନିୟର ରଞ୍ଜିତ କୁମାର ବାଗ୍‌, ଡିଭିିଜନାଲ ଆକାଉଣ୍ଟ ଅଫିସର ବ୍ରଜ ଭୂଷଣ କୁମାରଙ୍କ ସହିତ ପୋଲ ନିର୍ମାଣକାରୀ ରାମ କୁମାର ଅଗ୍ରଓ୍ବାଲ ଇଞ୍ଜିନିୟର୍ସ ସଂସ୍ଥାର ଏମ୍‌ଡି ସଞ୍ଜୟ ଅଗ୍ରଓ୍ବାଲ ଏବଂ ପ୍ରୋଜେକ୍ଟ ମ୍ୟାନେଜର ଗିନେଶ ନାୟାରଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ-୧୯୮୮ର ସେକ୍ସନ ୧୩(୨) ଏବଂ ୧୩(୧) ଓ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୧୨୦(ବି) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତାବ ଦେଇଥିଲା। ଏଥିସହିତ ନୂଆଦିଲ୍ଲୀର ସିନିୟର କନ୍‌ସଲ୍‌ଟାଣ୍ଟ ଏବଂ ପୋଲ ନିର୍ମାଣ ବିଶେଷଜ୍ଞ ଭି.କେ. ରାଇନା ପୋଲ ନିର୍ମାଣ ଦାୟିତ୍ୱରେ ଥିବା ରାଜ୍ୟ ସରକାରଙ୍କ ଯନ୍ତ୍ରୀ ଏବଂ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କ ଉପସ୍ଥିତିରେ ଯାଞ୍ଚ କରିଥିଲେ। ପୋଲର ୪ ନମ୍ବର ସ୍ପାନ ନିମ୍ନମାନର ହୋଇଥିବାରୁ ତୁରନ୍ତ ଭାଙ୍ଗି ଦେବାକୁ ପ୍ରସ୍ତାବ ଦେଇଥିଲେ। ଏହି କାର୍ଯ୍ୟରେ ନିମ୍ନମାନର ସିମେଣ୍ଟ ଏବଂ ଲୁହାରଡ଼ ବ୍ୟବହାର କରାଯାଇଥିବା ଭିଜିଲାନ୍ସ ବିଭାଗର ବୈଷୟିକ ଟିମ୍‌ ମଧ୍ୟ ରିପୋର୍ଟ ଦେଇଥିଲା। ଏହାଦ୍ୱାରା ରାଜକୋଷକୁ ୪୧,୬୪,୯୬୮ ଟଙ୍କା କ୍ଷତି ହୋଇଥିବା ବେଳେ ପୋଲ ନିର୍ମାଣରେ ୯୦,୬୨,୦୮୪ ଟଙ୍କା ହେରଫେର ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଏ ସମସ୍ତ ଦିଗକୁ ବିଚାରକୁ ନେଇ ନିଜର କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ ନ କରିବା ଏବଂ ନିର୍ମାଣକାରୀ ସଂସ୍ଥା ସହ ମିଶି ଆପରାଧିକ କାର୍ଯ୍ୟରେ ଲିପ୍ତ ହେବା ଅଭିଯୋଗରେ ଯନ୍ତ୍ରୀ ସୁଧାଂଶୁ ଶେଖର ମହାପାତ୍ର, ତପନ କୁମାର ବେହେରା, ରଞ୍ଜିତ କୁମାର ବାଗ, ଆକାଉଣ୍ଟ ଅଫିସର ବ୍ରଜଭୂଷଣ କୁମାରଙ୍କ ସହ ନିର୍ମାଣକାରୀ ସଂସ୍ଥାର ଏମ୍‌ଡି ସଞ୍ଜୟ ଅଗ୍ରଓ୍ବାଲ ଏବଂ ପ୍ରୋଜେକ୍ଟ ମ୍ୟାନେଜର ଗିନେଶ ନାୟାରଙ୍କ ବିରୋଧରେ ସ୍ବତନ୍ତ୍ର କୋର୍ଟରେ ଚାର୍ଜଶିଟ ଦାଖଲ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକାୟୁକ୍ତ ଅଧ୍ୟକ୍ଷ ନିଜ ପ୍ରସିକ୍ୟୁଶନ ଉଇଙ୍ଗକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri