ଆପରାଧିକ ମାମଲା ରୁଜୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ବିଜୁ ସେତୁ ଯୋଜନାରେ ବଲାଙ୍ଗୀର ଜିଲା ସୁକତେଲ ନଦୀ ଉପରେ ନିର୍ମାଣାଧୀନ ପୋଲର ୪ ନମ୍ବର ସ୍ପାନ ଭୁଶୁଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଲୋକାୟୁକ୍ତ ପୋଲ ନିର୍ମାଣ ତଦାରଖ ଦାୟିତ୍ୱରେ ଥିବା ୩ ଜଣ ଯନ୍ତ୍ରୀ, ଜଣେ ଆକାଉଣ୍ଟସ ଅଫିସର ଏବଂ ପୋଲ ନିର୍ମାଣକାରୀ ସଂସ୍ଥା ରାମ କୁମାର ଅଗ୍ରଓ୍ବାଲ ଇଞ୍ଜିନିୟର୍ସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ଏବଂ ପ୍ରୋଜେକ୍ଟ ମ୍ୟାନେଜରଙ୍କ ବିରୋଧରେ ଏକ ସ୍ବତନ୍ତ୍ର କୋର୍ଟରେ ଆପରାଧିକ ମାମଲା କରିବାକୁ ଲୋକାୟୁକ୍ତ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ବିଜୁ ସେତୁ ଯୋଜନାରେ ୨୦୧୩-୧୪ରେ ବଲାଙ୍ଗୀର ଜିଲା ତାମିଆ-ମୁଦଲସର ରାସ୍ତା ପାଇଁ ସୁକତେଲ ନଦୀ ଉପରେ ଏକ ପୋଲ ନିର୍ମାଣ କରିବାକୁ ଅନୁମୋଦନ କରିଥିଲେ। ଏହି ସେତୁ ନିର୍ମାଣ କାର୍ଯ୍ୟ ଇ-ଟେଣ୍ଡର ଜରିଆରେ ରାମ କୁମାର ଅଗ୍ରଓ୍ବାଲ ଇଞ୍ଜିନିୟର୍ସ ପ୍ରାଇଭେଟ ଲିମିଟେଡକୁ ଦିଆଯାଇଥିଲା। ସେତୁ ନିର୍ମାଣ ପାଇଁ ଉକ୍ତ ସଂସ୍ଥା ଏବଂ ପାଟଣାଗଡ଼ ଆର୍‌ଡବ୍ଲ୍ୟୁ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟରଙ୍କ ମଧ୍ୟରେ ୬,୯୯,୯୭,୨୭୮ ଟଙ୍କାର ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହି ପୋଲ ନିର୍ମାଣ କାମ ୨୦୧୫ ସେପ୍ଟେମ୍ବର ୮ ତାରିଖରେ ଶେଷ ହୋଇଥିଲା। ତେବେ ୨୦୨୦ ଫେବୃୟାରୀରେ ପୋଲର ୪ ନମ୍ବର ସ୍ପାନରେ ଫାଟ ଥିବା ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ଅନ୍ତୁନି କିଷାନ ତୁରନ୍ତ ଗ୍ରାମ୍ୟ ନିର୍ମାଣ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଜଣାଇଥିଲେ। ସମ୍ପୃକ୍ତ ନିର୍ମାଣକାରୀ ଏଜେନ୍ସି ଦ୍ୱାରା ମରାମତି କରିବାକୁ ସର୍ବୋଚ୍ଚ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ୨୦୨୦ ଏପ୍ରିଲ ୩୦ରେ ଏହାର ମରାମତି କାର୍ଯ୍ୟ କରାଯାଉଥିବାବେଳେ ଫାଟିଥିବା ସ୍ପାନ ଗଳି ପଡ଼ିବାରୁ ୨ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ସେ ସମୟରେ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା। ଏଭଳି ସମ୍ବେଦନଶୀଳ ଘଟଣାକୁ ଲୋକାୟୁକ୍ତ ନିଜ ଆଡୁ ମାମଲା ରୁଜୁ କରି ବଲାଙ୍ଗୀର ଆର୍‌ଡବ୍ଲ୍ୟୁ ଡିଭିଜନର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ଏବଂ ନିର୍ମାଣକାରୀ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ନିମ୍ନମାନର କାର୍ଯ୍ୟ ଯୋଗୁ ଏଭଳି ଘଟଣା ଜଣାପଡ଼ିବା ପରେ ଲୋକାୟୁକ୍ତ ଏହାର ତଦନ୍ତ କରିବାକୁ ୧୨।୮।୨୦୨୦ରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭିଜିଲାନ୍ସ ମାମଲାର ତଦନ୍ତ କରି ଲୋକାୟୁକ୍ତଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କରିବା ସହ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ବିଭୁଦେନ୍ଦ୍ର ମେହେର, ଅନ୍ତୁନି କିଶାନ ଏବଂ ସୁଧାଂଶୁ ଶେଖର ମହାପାତ୍ର, ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ତପନ କୁମାର ବେହେରା, ଜୁନିୟର ଇଞ୍ଜିନିୟର ରଞ୍ଜିତ କୁମାର ବାଗ୍‌, ଡିଭିିଜନାଲ ଆକାଉଣ୍ଟ ଅଫିସର ବ୍ରଜ ଭୂଷଣ କୁମାରଙ୍କ ସହିତ ପୋଲ ନିର୍ମାଣକାରୀ ରାମ କୁମାର ଅଗ୍ରଓ୍ବାଲ ଇଞ୍ଜିନିୟର୍ସ ସଂସ୍ଥାର ଏମ୍‌ଡି ସଞ୍ଜୟ ଅଗ୍ରଓ୍ବାଲ ଏବଂ ପ୍ରୋଜେକ୍ଟ ମ୍ୟାନେଜର ଗିନେଶ ନାୟାରଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ-୧୯୮୮ର ସେକ୍ସନ ୧୩(୨) ଏବଂ ୧୩(୧) ଓ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୧୨୦(ବି) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତାବ ଦେଇଥିଲା। ଏଥିସହିତ ନୂଆଦିଲ୍ଲୀର ସିନିୟର କନ୍‌ସଲ୍‌ଟାଣ୍ଟ ଏବଂ ପୋଲ ନିର୍ମାଣ ବିଶେଷଜ୍ଞ ଭି.କେ. ରାଇନା ପୋଲ ନିର୍ମାଣ ଦାୟିତ୍ୱରେ ଥିବା ରାଜ୍ୟ ସରକାରଙ୍କ ଯନ୍ତ୍ରୀ ଏବଂ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କ ଉପସ୍ଥିତିରେ ଯାଞ୍ଚ କରିଥିଲେ। ପୋଲର ୪ ନମ୍ବର ସ୍ପାନ ନିମ୍ନମାନର ହୋଇଥିବାରୁ ତୁରନ୍ତ ଭାଙ୍ଗି ଦେବାକୁ ପ୍ରସ୍ତାବ ଦେଇଥିଲେ। ଏହି କାର୍ଯ୍ୟରେ ନିମ୍ନମାନର ସିମେଣ୍ଟ ଏବଂ ଲୁହାରଡ଼ ବ୍ୟବହାର କରାଯାଇଥିବା ଭିଜିଲାନ୍ସ ବିଭାଗର ବୈଷୟିକ ଟିମ୍‌ ମଧ୍ୟ ରିପୋର୍ଟ ଦେଇଥିଲା। ଏହାଦ୍ୱାରା ରାଜକୋଷକୁ ୪୧,୬୪,୯୬୮ ଟଙ୍କା କ୍ଷତି ହୋଇଥିବା ବେଳେ ପୋଲ ନିର୍ମାଣରେ ୯୦,୬୨,୦୮୪ ଟଙ୍କା ହେରଫେର ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଏ ସମସ୍ତ ଦିଗକୁ ବିଚାରକୁ ନେଇ ନିଜର କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ ନ କରିବା ଏବଂ ନିର୍ମାଣକାରୀ ସଂସ୍ଥା ସହ ମିଶି ଆପରାଧିକ କାର୍ଯ୍ୟରେ ଲିପ୍ତ ହେବା ଅଭିଯୋଗରେ ଯନ୍ତ୍ରୀ ସୁଧାଂଶୁ ଶେଖର ମହାପାତ୍ର, ତପନ କୁମାର ବେହେରା, ରଞ୍ଜିତ କୁମାର ବାଗ, ଆକାଉଣ୍ଟ ଅଫିସର ବ୍ରଜଭୂଷଣ କୁମାରଙ୍କ ସହ ନିର୍ମାଣକାରୀ ସଂସ୍ଥାର ଏମ୍‌ଡି ସଞ୍ଜୟ ଅଗ୍ରଓ୍ବାଲ ଏବଂ ପ୍ରୋଜେକ୍ଟ ମ୍ୟାନେଜର ଗିନେଶ ନାୟାରଙ୍କ ବିରୋଧରେ ସ୍ବତନ୍ତ୍ର କୋର୍ଟରେ ଚାର୍ଜଶିଟ ଦାଖଲ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକାୟୁକ୍ତ ଅଧ୍ୟକ୍ଷ ନିଜ ପ୍ରସିକ୍ୟୁଶନ ଉଇଙ୍ଗକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri