Posted inଜାତୀୟ

ଗୁଜରାଟର ୪୦ ବିଧାୟକଙ୍କ ନାଁରେ ଆପରାଧିକ ମାମଲା

ଅହମଦାବାଦ,୧୨।୧୨ : ୧୮୨ ସଦସ୍ୟ ବିଶିଷ୍ଟ ଗୁଜରାଟ ବିଧାନସଭାର ୪୦ ଜଣ ନବନିର୍ବାଚିତ ବିଧାୟକଙ୍କ ନାମରେ ଆପରାଧିକ ମାମଲା ରହିଛି। ସେମାନେ ନାମାଙ୍କନପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରୁ ଏହା ଜଣାପଡ଼ିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ଏବଂ ଗୁଜରାଟ ଇଲେକ୍ସନ ଓ୍ବାଚ୍‌ ରିପୋର୍ଟରୁ କୁହାଯାଇଛି। ୪୦ ବିଧାୟକଙ୍କ ମଧ୍ୟରୁ ୨୯ ଜଣ (ମୋଟ ବିଧାୟକ ସଂଖ୍ୟାର ୧୬ ପ୍ରତିଶତ)ଙ୍କ ନାମରେ ହତ୍ୟା ଉଦ୍ୟମ, ବଳାତ୍କାର ଭଳି ଗୁରୁତର ଆପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୨୦ ଜଣ ଭାଜପା ବିଧାୟକ ହୋଇଥିବାବେଳେ କଂଗ୍ରେସରୁ ୪, ଆମ୍‌ ଆଦ୍‌ମୀ ପାର୍ଟିରୁ ୨, ସମାଜବାଦୀ ପାର୍ଟିରୁ ଜଣେ ଏବଂ ଦୁଇଜଣ ସ୍ବାଧୀନ ବିଧାୟକ।

ସଦ୍ୟସମାପ୍ତ ଗୁଜରାଟ ବିଧାନସଭା ନର୍ବାଚନରେ ଭାଜପା ୧୫୬ ଆସନରେ ବିଜୟୀ ହୋଇ ସପ୍ତମ ଥର ଲାଗି ସରକାର ଗଢ଼ିବାକୁ ଯାଉଥିବାବେଳେ କଂଗ୍ରେସ ୧୭ ଏବଂ ଏଏପି ୫ ଆସନରେ ବିଜୟୀ ହୋଇଛି। ଏଡିଆର୍‌ ରିପୋର୍ଟ ଅନୁଯାୟୀ ଭାଜପାର ୧୫୬ ବିଧାୟକଙ୍କ ମଧ୍ୟରୁ ୨୬ ଜଣ (୧୭%), କଂଗ୍ରେସର ୧୭ ବିଧାୟକଙ୍କ ମଧ୍ୟରୁ ୯ (୫୩%) ଏବଂ ଏଏପିର ୫ ବିଧାୟକଙ୍କ ମଧ୍ୟରୁ ୨ (୪୦%) ସେମାନଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବା ଘୋଷଣା କରିଥିଲେ। ୨ ସ୍ବାଧୀନ ବିଧାୟକ ଏବଂ ଏକମାତ୍ର ଏସ୍‌ପି ବିଧାୟକ ମଧ୍ୟ ନାମାଙ୍କନ ପତ୍ର ଦାଖଲ ବେଳେ ଆପରାଧିକ ମାମଲା କଥା ଉଲ୍ଲେଖ କରିଥିଲେ। ୨୦୧୭ ନିର୍ବାଚନରେ ଜିତିଥିବା ୪୭ ବିଧାୟକଙ୍କ ନାଁରେ ଆପରାଧିକ ମାମଲା ରହିଥିବାବେଳେ ଏଥର ତାହା ହ୍ରାସ ପାଇଛି।

ଏଥର ହତ୍ୟା ଉଦ୍ୟମ ମାମଲା ୩ ଜଣ ବିଧାୟକ ଘୋଷଣା କରିଥିଲେ। ସେମାନେ ହେଲେ ବାଂଶଡ଼ା କଂଗ୍ରେସ ବିଧାୟକ ଅନନ୍ତ ପଟେଲ, ପାଟନ କଂଗ୍ରେସ ବିଧାୟକ କିରୀଟ ପଟେଲ ଏବଂ ଉନା ଭାଜପା ବିଧାୟକ କାଲୁଭାଇ ରାଠୋଡ୍‌। ସେହିପରି ଭାଜପା ବିଧାୟକ ଜେଠା ଭରଓ୍ବାଦଙ୍କ ବିରୋଧରେ ବଳାତ୍କାର ମାମଲା ରହିଥିବାବେଳେ କଂଗ୍ରେସ ବିଧାୟକ ଜିଗ୍ନେଶ ମେଭାନି, ଭାଜପା ବିଧାୟକ ଜନକ ତାଲବ୍ୟ ଏବଂ ଏଏପି ବିଧାୟକ ଚାଇତର ବାସବଙ୍କ ବିରୋଧରେ ଆଇପିସିର ଧାରା ୩୫୪ ଲାଗିଛି। ଏଡିଆର୍‌ ଅଧ୍ୟୟନ ଅନୁଯାୟୀ ମୋଟ ବିଧାୟକର ୮୩ ପ୍ରତିଶତ (୧୫୧ ଜଣ) ବିଲିଅନେୟାର। ସେମାନଙ୍କ ମଧ୍ୟରେ ଭାଜପାର ୧୩୨ ବିଧାୟକ ଥିବାବେଳ କଂଗ୍ରେସର ୧୪, ସ୍ବାଧୀନରୁ ୩ , ଏଏପି ଏବଂ ଏସ୍‌ପିରୁ ଜଣେ ଲେଖାଏ ବିଧାୟକ ଅଛନ୍ତି। ଏମାନେ ନିଜର ସମ୍ପତ୍ତି ପରିମାଣ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବୋଲି ସମ୍ପତ୍ତି ତାଲିକାରେ ଦର୍ଶାଇଛନ୍ତି। ଜିତିଥିବା ପ୍ରାର୍ଥୀମାନଙ୍କ ହାରାହାରି ସମ୍ପତ୍ତି ପରିମାଣ ୧୬.୪୧ କୋଟି ଟଙ୍କା। ସେଥିରୁ ୧୫୬ ଭାଜପା ବିଧାୟକଙ୍କ ହାରାହାରି ସମ୍ପତ୍ତି ୧୭.୧୫ କୋଟି ହୋଇଥିବାବେଳେ ୧୭ କଂଗ୍ରେସ ବିଜୟୀ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ପରିମାଣ ୫.୫୧ କୋଟି ଟଙ୍କା ଏବଂ ୫ ଏଏପି ବିଜୟୀ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୯୮.୭୦ ଲକ୍ଷ ଟଙ୍କା ବୋଲି ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି। ଏକମାତ୍ର ଏସ୍‌ପି ବିଧାୟକଙ୍କ ସମ୍ପତ୍ତି ପରିମାଣ ୨୦.୯୪ କୋଟି ଟଙ୍କା ହୋଇଥିବାବେଳେ ୩ ସ୍ବାଧୀନ ବିଧାୟକଙ୍କ ସମ୍ପତ୍ତି ୬୩.୯୪ କୋଟି ଟଙ୍କା।

ଭାଜପା ବିଧାୟକ ମୋହନଭାଇ କୋକଣିଙ୍କ ସମ୍ପତ୍ତି ସର୍ବନିମ୍ନ ୧୮,୫୬,୫୯୦ ଟଙ୍କା ହୋଇଥିବାବେଳେ ମନସାର ଭାଜପା ବିଧାୟକ ଜେ.ଏସ୍‌. ପଟେଲଙ୍କ ସମ୍ପତ୍ତି ପରିମାଣ ୬୬୧ କୋଟି ଓ ଋଣ ପରିମାଣ ୨୩୩ କୋଟି ଟଙ୍କା ବୋଲି ସେ ସତ୍ୟପାଠରେ ଦର୍ଶାଇଛନ୍ତି। ସେହିପରି ଭାଜପାର ବଳବନ୍ତ ସିଂ ରାଜପୁତ୍‌ଙ୍କ ଆୟ ପରିମାଣ ସର୍ବାଧିକ ୩୭୨ କୋଟି ଟଙ୍କା ଆଇଟିଆର୍‌ ଘୋଷଣାନାମାରୁ ଜଣାପଡ଼ିଛି। ଅନ୍ୟମାନଙ୍କ ମଧ୍ୟରେ ଭାଜପାର ମାନେକ ପବୁଭାଙ୍କ ଆୟ ୧୧୫ କୋଟି ହୋଇଥିବାବେଳେ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିବାବା ଜାଡେଜାଙ୍କ ଆୟ ୯୭ କୋଟି ଟଙ୍କା ବୋଲି ସେ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri