କ୍ରାଇମ ସିନ୍‌ ରିକ୍ରିଏଶନ୍‌ କଲା ପୋଲିସ

ପୁରୀ ଅଫିସ,୨୭।୩: ପୁରୀର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ଓରଫ କାଳିଆ ପ୍ରତିହାରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପୋଲିସ କ୍ରାଇମସିନ୍‌ ରିକ୍ରିଏସନ୍‌ କରିଛି। ହତ୍ୟାକାଣ୍ଡ ଘଟିଥିବା ବାରବାଟୀ ଜାଗାରେ ଅଭିଯୁକ୍ତ ଡେମୋ ଦେଖାଇଛନ୍ତି। ବାରବାଟୀ ଜାଗା ପଛ ରାସ୍ତାଦେଇ ଦୁଇ ଅଭିଯୁକ୍ତ ପ୍ରଫୁଲ୍ଲ ମହାପାତ୍ର(ଟୁଟୁ) ଓ ଲକ୍ଷ୍ମଣ ସୁଆର(କୁନୁମୁନି)ଙ୍କୁ ବାରବାଟୀ ଜାଗା ପାଖକୁ ନିଆଯାଇଥିଲା। କାଳିଆଙ୍କୁ କିଭଳି ହତ୍ୟା କଲେ ତାହାର ଡେମୋ ଦେବା ପାଇଁ ଅଭିଯୁକ୍ତଙ୍କୁ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା କହିଥିଲେ। କୁନୁମୁନି ନୃସିଂହଙ୍କ ମନ୍ଦିର ସମ୍ମୁଖରେ କାଳିଆଙ୍କ ସହ ବସି ଆଲୋଚନା କରୁଥିବାବେଳେ ଟୁଟୁ ମହାପାତ୍ର ନୃସିଂହଙ୍କୁ ମୁଣ୍ଡିଆ ମାରିବା ବାହାନାରେ ବାରବାଟୀ ଜାଗାରେ ପହଞ୍ଚତ୍ଥିଲେ। ଏହାପରେ କାଳିଆଙ୍କୁ ପଛପଟୁ ଟୁଟୁ ଗୁଳି ଚଳାଇଥିଲେ। କାଳିଆ ଘଟଣାସ୍ଥଳରେ ଟଳି ପଡ଼ିଥିବାବେଳେ ଅଭିଯୁକ୍ତମାନେ ସାଙ୍ଗରେ ଆଣିଥିବା ମୋଟର ସାଇକେଲରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅଭିଯୁକ୍ତମାନେ ପଛ ରାସ୍ତା ଦେଇ ବାରବାଟୀ ଜାଗାରେ ପ୍ରବେଶ କରିଥିବାବେଳେ ହତ୍ୟାକାଣ୍ଡ ଭିଆଇବା ପରେ ଜାଗାର ସମ୍ମୁଖ ରାସ୍ତାଦେଇ ବାହାରକୁ ଚାଲି ଯାଇଥିଲେ ବୋଲି କ୍ରାଇମ୍‌ସିନ୍‌ ରିକ୍ରିଏସନ୍‌ ବେଳେ ଜଣାଇଥିଲେ। ସେହିଭଳି ଅନ୍ୟଦୁଇ ଅଭିଯୁକ୍ତ ହରି ପଣ୍ଡା ଓ ବାବା ମହାପାତ୍ର ଘଟଣାସ୍ଥଳରୁ ସାମାନ୍ୟ ଦୂରରେ ଥିଲେ। ପୋଲିସ ଶନିବାର ଏହି କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ରେ ହରି ଏବଂ ବାବାଙ୍କୁ ସାମିଲ କରିନାହିଁ।
ସୂଚନା ଅନୁଯାୟୀ, ହରି ଏବଂ ବାବା ବାଇକ୍‌ ଧରି ବାରବାଟୀ ଜାଗାଠାରୁ ସାମାନ୍ୟ ଦୂରରେ ଠିଆ ହୋଇ ପାରିପାର୍ଶ୍ୱିକ ପରିସ୍ଥିତି ଉପରେ ନଜର ରଖୁଥିଲେ। ଯଦି କେହି ହଠାତ୍‌ ଚାଲିଆସିଲେ, ତେବେ ସେ ନେଇ ସୂଚନା ଦେବା ପାଇଁ ସେମାନଙ୍କୁ କୁହାଯାଇଥିଲା। କ୍ରାଇମସିନ୍‌ ରିକ୍ରିଏସନ୍‌ ପାଇଁ ଅତିରିକ୍ତ ଏସ୍‌ପି ମିହିର ପଣ୍ଡାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରାଯାଇଥିଲା। ଅଭିଯୁକ୍ତମାନେ ୩ ଦିନିଆ ରିମାଣ୍ଡରେ ଆସିଥିବାବେଳେ ଏହି ସମୟ ମଧ୍ୟରେ ହେବାକୁ ଥିବା ଜେରା ଓ ତଦନ୍ତ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ କରୁଛି। ତେବେ କ୍ରାଇମ ସିନ୍‌ ରିକ୍ରିଏସନ୍‌ରେ ସାମିଲ ହୋଇପାରି ନ ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୁରୀ ଟାଉନ ଥାନାରେ ରଖାଯାଇଛି। ଏସ୍‌ପି କନ୍‌ୱର ବିଶାଲ ସିଂ କହିଛନ୍ତି ଯେ, ୪ ଅଭିଯୁକ୍ତଙ୍କୁ କୋର୍ଟ ୩ ଦିନିଆ ରିମାଣ୍ଡରେ ନେଇଛନ୍ତି। ତନ୍ମଧ୍ୟରୁ ୨ଜଣଙ୍କୁ ଶନିବାର ହତ୍ୟାକାଣ୍ଡସ୍ଥଳକୁ ନେଇ ସିନ୍‌ ରିକ୍ରିଏଶନ୍‌ କରାଯାଇଛି। ସେହିଭଳି ଅନ୍ୟଦୁଇ ଅଭିଯୁକ୍ତଙ୍କୁ ମଧ୍ୟ କ୍ରାଇମ୍‌ ସ୍ପଟ୍‌କୁ ନିଆଯିବ। ଯଥେଷ୍ଟ ସାକ୍ଷ୍ୟ ଓ ପ୍ରମାଣ ଯୋଗାଡ଼ କରି ଏକ ଚାର୍ଜଶିଟ୍‌ ଦାଖଲ କରିବା ଉପରେ ପୁରୀ ପୋଲିସ ଜୋର୍‌ ଦେଉଛି। ଏନେଇ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ ହୋଇଥିବାବେଳେ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା ନେତୃତ୍ୱ ନେଇଛନ୍ତି। ଏହି ଟିମ୍‌ରେ ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢୀଙ୍କ ସମେତ ବଳିଆପଣ୍ଡା, ବାସେଳୀ ସାହି ଓ ଟାଉନଥାନା ଆଇଆଇସି ସାମିଲ ରହିଛନ୍ତି। ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରିବା ଓ ତଦନ୍ତ କରିବାର ସମ୍ପୂର୍ଣ୍ଣ ଦାୟିତ୍ୱ ଅତିରିକ୍ତ ଏସ୍‌ପିଙ୍କ ପାଖରେ ରହିଛି। ତଦନ୍ତ ସରିବା ପରେ ଚାର୍ଜଶିଟ୍‌ ଦାଖଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri