ସହର, ଉପାନ୍ତ ଅଞ୍ଚଳରେ ବଢୁଛି ଅପରାଧ

କେନ୍ଦ୍ରାପଡ଼ା ଅଫିସ,୬ା୬: କେନ୍ଦ୍ରାପଡ଼ା ଜିଲା ଦୀର୍ଘ ଦୁଇ ଦଶନ୍ଧି ଧରି ଅପରାଧ ପ୍ରବଣ ହେବାରେ ଲାଗିଛି। ଏହି ସମୟ ଅବଧିରେ ଜିଲାକୁ ବାଂଲାଦେଶୀ ଅନୁପ୍ରବେଶ ଉତ୍କଟରୂପ ଧାରଣ କରିଥିବା ବେଳେ ସହର ଓ ଉପାନ୍ତ ଅଞ୍ଚଳ ଅପରାଧୀଙ୍କ ଚରାଭୂଇଁ ପାଲଟିଛି। କ୍ରମାଗତ ଭାବେ ବାଳ ଅପରାଧୀଙ୍କ ବୃଦ୍ଧି ଚିନ୍ତାର କାରଣ ସାଜିଛି। ସେହିପରି ସରକାରୀ ଜମି ଜବରଦଖଲ, ଲୁଟ, ଛିନତାଇ, ଚୋରି, ଡକାୟତି ଘଟଣାରେ ଜିଲାବାସୀ ଅତିଷ୍ଠ ହେଉଛନ୍ତି। କ୍ରାଡା ଛାତ୍ରୀ କସ୍ତୁରୀ ସାମନ୍ତରାୟଠାରୁ ଆରମ୍ଭ କରି ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ଅସ୍ବାଭାବିକ ମୃତ୍ୟୁ ରହସ୍ୟ ହୋଇରହିଛି। ଏଟିଏମ୍‌ ଲୁଟ ଘଟଣା, ସହରର ଆଖପାଖ ଅଞ୍ଚଳରେ ଟଙ୍କା ଛଡେଇ ନେବା ଘଟଣାକୁ ଜିଲା ପୋଲିସ ସହଜରେ ହଜମ କରିଦେଇଛି। ଡକାୟତି କରିବା ସହ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ ଦୁର୍ବୃତ୍ତମାନେ କରିଛନ୍ତି। ଭଡାଟିଆଙ୍କ ସମ୍ପର୍କରେ ମାଲିକ ନିକଟସ୍ଥ ଥାନାରେ ସୂଚନା ଦେବା ପାଇଁ ୨୦୧୬ରେ ସଚେତନତା କାର୍ଯ୍ୟକ୍ରମ ହୋଇଛି। ତେବେ ଏ ନେଇ ଗୋଟିଏ ବି ସୂଚନା ପୋଲିସ ପାଖରେ ଘର ମାଲିକ ପହଞ୍ଚାଇ ନ ଥିବା ଜଣାପଡ଼ିଛି।
ସହରର ମଧ୍ୟଖଣ୍ଡିସ୍ଥ ରବୀନ୍ଦ୍ର କୁମାର ଦାଶ କହିଛନ୍ତି, ପୂର୍ବରୁ ଏହି ସମସ୍ୟା ଅଧିକ ଜଣା ପଡୁ ନ ଥିଲା। ଗତ ୩ ବର୍ଷର ତଥ୍ୟକୁ ଅନୁଶୀଳନ କଲେ ଲୁଟ, ବଳାତ୍କାର, ଛିନତାଇଠାରୁ ଆରମ୍ଭ କରି ହତ୍ୟା ଘଟଣା ବୃଦ୍ଧି ପାଉଥିବାରୁ ଏ ନେଇ ଜିଲା ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କର୍ମନିଯୁକ୍ତି ଆଳରେ ମାନବ ଚାଲାଣ ବୃଦ୍ଧି ପାଇଛି। ନାବାଳିକା, ମହିଳାଙ୍କୁ ଜିଲା ଓ ବାହାରର ଲୋକ ଜିଲାରୁ ନେଇ ଯାଉଥିବା ଥାନାରେ ମାମଲା ହେଉଛି। ଥାନାରେ ଏହା ଏକ ପ୍ରେମ ବ୍ୟାପାର କହି ମିସିଂ କେସ୍‌ ପଞ୍ଜୀକୃତ କରୁଛନ୍ତି। ପରବର୍ତ୍ତୀ ସମୟରେ ସେହି ନାବାଳିକା, ଯୁବତୀ ଅଥବା ମହିଳାଙ୍କ ପରିବାର ସଦସ୍ୟଙ୍କ ତପତ୍ରତା ଯୋଗୁ ଦେଶ ବିଦେଶରୁ ଉଦ୍ଧାର ପରେ ସେମାନଙ୍କ ନିର୍ଯାତନାର କାହାଣୀ ଗଣମାଧ୍ୟମରେ ପ୍ରକାଶ ପାଉଛି। ବୁଦ୍ଧିଜୀବୀ ଜଗଦୀଶ ପତି କହିଛନ୍ତି, ବୁଲା ବେପାରୀ ଓ କେତେକ ଅଜ୍ଞାତ ବ୍ୟକ୍ତି ଜିଲାର ବିଭିନ୍ନ ସରକାରୀ ସ୍ଥାନରେ ଅସ୍ଥାୟୀ ଘର କରି ରହୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତିି ନୀରବ ରହୁଛି। ସହରର ଅତି ନିକଟରେ ଥିବା ତନାରରେ ଗତ ୫ ବର୍ଷ ମଧ୍ୟରେ ଅହେତୁକ ଜନସଂଖ୍ୟା ବଢ଼ିଛି। ପ୍ରାୟ ୨୫ ପ୍ରତିଶତ ଲୋକଙ୍କ ପରିଚୟ ଏବେ ବି ଅଜଣା ଅଛି। ଏମାନେ କିଏ ଓ କେଉଁଠାରୁ ଆସିଛନ୍ତି, କ’ଣ କରୁଛନ୍ତି ଆଦି ପ୍ରଶ୍ନର ଉତ୍ତର ଗ୍ରାମବାସୀ ମଧ୍ୟ ଜାଣିବାକୁ ପାଉନାହାନ୍ତି। ଏଥିପାଇଁ ଗ୍ରାମବାସୀ ଜିଲା ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରୁଛନ୍ତି। ପ୍ଲାଷ୍ଟିକ ଖେଳଣା, ବେଡ୍‌ଶିଟ, ମହୁ, ଚାବି ଆଦି ବୁଲି ବିକ୍ରି କରୁଥିବା ଲୋକଙ୍କ ଆଶାନୁରୂପକ ଉପାର୍ଜନ ନ ଥିଲେ ମଧ୍ୟ ଉନ୍ନତ ଧରଣର ଚଳଣିରେ ଅଛନ୍ତି। ବାହାର ଜିଲାରୁ ଆସି ଏଠାରେ ଘରଭଡାରେ ରହିଥିବା ଲୋକ ହତ୍ୟା ପରି ଅପରାଧ କରି ଫେରାର ହୋଇ ଯାଉଛନ୍ତି। ଏପରି କ୍ଷେତ୍ରରେ ଘରଭଡା ନେଉଥିବା ଜିଲା ବାହାରର ଲୋକଙ୍କ ପରିଚୟପତ୍ର ଥାନାରେ ରଖିବା ଜରୁରୀ ହୋଇଥିବା ସେ ମତ ଦେଇଛନ୍ତି। ସୂଚନା ଅଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସ କହିଛନ୍ତି, ଖୋଲାମେଲା ସମୁଦ୍ର ତଟ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ଜିଲାର ୩ ସାମୁଦ୍ରିକ ଥାନାର ଭିତ୍ତିଭୂମି ଅଭାବର ସୁଯୋଗ ନେଇ ସେମାନେ ଉପାନ୍ତ ଅଞ୍ଚଳକୁ କବଳିତ କରିଛନ୍ତି। ରୋଜଗାରର ପନ୍ଥା ଭାବେ ବେଆଇନ ଚିଙ୍ଗୁଡି ଚାଷ, ବନ୍ୟଜନ୍ତୁ ଶିକାର, ବନ୍ୟ ସମ୍ପଦ ଲୁଟ ଆଦି ମାମଲାରେ ସମ୍ପୃକ୍ତି ରହୁଛନ୍ତି। ଗତ ୩ବର୍ଷ ମଧ୍ୟରେ ଅପରାଧରେ ୧୫ରୁ ୩୦ ବର୍ଷ ମଧ୍ୟରେ ଥିବା ଅପରାଧୀଙ୍କୁ ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ନିଶା ବେପାର ଯୋଗୁ ଯୁବବର୍ଗ ପଥଭ୍ରଷ୍ଟ ହୋଇ ଟଙ୍କା ପାଇଁ ଅପରାଧ ଘଟାଉଛନ୍ତି। ଏ ସମ୍ପର୍କରେ ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡାଙ୍କୁ ପଚାରିବାରେ ନିକଟରେ ଜିଲା ପୋଲିସ ପକ୍ଷରୁ ମହାକାଳପଡ଼ା ବ୍ଲକ ବତୀଘରଠାରେ ଅନୁପ୍ରବେଶକୁ ନେଇ ସଚେତନତା କାର୍ଯ୍ୟକ୍ରମ ହୋଇଛି। ବାହାର ବ୍ୟକ୍ତିଙ୍କ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ହୋଇପାରିଲେ ଜିଲାରେ ଆପରାଧିକ ମାମଲା ସଂଖ୍ୟା କମିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଘବ ଚଢାଙ୍କୁ ବଡ଼ ଝଟକା ଝଟକା, ରାଜ୍ୟ ସଭା ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri