ଏସ୍‌ଆଇ ନିଯୁକ୍ତି ଜାଲିଆତି: ମାଷ୍ଟରମାଇଣ୍ଡ ମୁନାଙ୍କ ଘରେ କ୍ରାଇମ୍‌ବ୍ରାଞ୍ଚ ଚଢ଼ାଉ

ବାଙ୍କୀ/କଳାପଥର,୧୯।୧୦(ଶୁଭେନ୍ଦୁ ମହାପାତ୍ର/ଗଙ୍ଗାଧର ସାହୁ): ବହୁଚର୍ଚ୍ଚିତ ଏସ୍‌ଆଇ ନିଯୁକ୍ତି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ମୁନା ମହାନ୍ତିଙ୍କ କାରନାମା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। କଟକ ଜିଲା ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ତଳସାହିସ୍ଥିତ ତାଙ୍କ ଘରେ କ୍ରାଇମ୍‌ବ୍ରାଞ୍ଚ ଚଢ଼ାଉ କରି ବହୁ କାଗଜାଦି ଜବତ କରିଛି। ରାଜଧାନୀ ଭୁବନେଶ୍ୱରର ନଅ ତାଲା ନିକଟରେ ଏକଦା ଚା’ ବିକ୍ରି କରୁଥିବା ମୁନା ପରବର୍ତ୍ତୀ ସମୟରେ ଜମି ଦଲାଲି କରିବା ସହ ବାଲିଘାଟ କାରବାରରେ ସାମିଲ ହୋଇ ଅନେକ କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ସେନେଇ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼ କରୁଛି।
ବିଭାଗର ଏକ ୩ ଜଣିଆ ସ୍ବତନ୍ତ୍ର ପ୍ରତିନିଧି ଦଳ ମୁନାଙ୍କ ବାଙ୍କୀ ଉପଖଣ୍ଡ କଳାପଥର ଅନ୍ତର୍ଗତ ତଳସାହିସ୍ଥିତ ବାସଭବନରେ ଅପରାହ୍ନ ସମୟରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ମୁନାଙ୍କ ଘରେ କେବଳ ତାଙ୍କ ମା’ ଥିଲେ। ଟିମ୍‌ ମୁନା ମା’ ଙ୍କ ଅନୁମତି ନେଇ ତାଙ୍କ ଘରେ ଯାଞ୍ଚ କରିଥିଲା। ସେଠାରେ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅନୁସନ୍ଧାନ କରିବା ପରେ କିଛି ଜରୁରୀ କାଗଜପତ୍ର ନେଇ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଚାଲିଯାଇଛନ୍ତି। ବୈଦେଶ୍ୱର ଥାନା ଅଧିକାରୀ ସଞ୍ଜୟ କୁମାର ଜେନାଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଚଢ଼ାଉରେ ଜଣେ ଏସ୍‌ଆଇ ଓ ମହିଳା କନ୍‌ଷ୍ଟେବଲ ସାମିଲ ହୋଇଥିଲେ। ତଦନ୍ତରେ ବ୍ୟାଘାତ କାରଣରୁ ବିସ୍ତୃତ ପ୍ରତିକ୍ରିୟା ଦେବାକୁ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ମନା କରିଦେଇଛନ୍ତି।
ଭୁବନେଶ୍ୱରରେ ଚା’ ବିକ୍ରି କରୁଥିବା ଥିବା ମୁନା କିଭଳି ବହୁ କୋଟି ଟଙ୍କାର ମାଲିକ ହେବା ସହ ଆଲିସାନ ଗୃହ ନିର୍ମାଣ କଲେ ଏବଂ ଦାମୀ ଗାଡି ବ୍ୟବହାର କରି ରାଜକୀୟ ଜୀବନ ବିତାଉଥିଲେ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ ଏସ୍‌ଆଇ ପ୍ରଶ୍ନପତ୍ର ଜାଲିଆତି ପଛରେ କୌଣସି ବଡ଼ ରାଜନେତା ଅବା ଅଧିକାରୀଙ୍କ ସମ୍ପୃକ୍ତ ରହିଛି ତାହା ତଦନ୍ତ ପରେ ଜଣାପଡ଼ିବ। ଏହି କାଣ୍ଡରେ ସମ୍ପୃକ୍ତି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନ ସାଧାରଣ ଦାବି କରିଛନ୍ତି। ପ୍ରକାଶ ଯେ, ମୁନା ଏବଂ ତାଙ୍କ ୩ ସହଯୋଗୀଙ୍କୁ ଗୁରୁବାର ରାତିରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଦଶପଲ୍ଲାସ୍ଥିତ ଏକ ଫାର୍ମ ହାଉସ୍‌ରୁ ଗିରଫ କରିଥିଲା।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri