Posted inଖେଳ

ସନ୍ୟାସ ପରେ ବି ପୁଣି ମ୍ୟାଚ୍‌କୁ ଫେରିବେ କାର୍ତ୍ତିକ୍‌, ଏହି ମ୍ୟାଚ୍‌ରେ ଆସିବେ ନଜର

ନୂଆଦିଲ୍ଲୀ, ୦୬।୦୮: ଭାରତୀୟ ଦଳର ପୂର୍ବତନ ଖେଳାଳି ତଥା ୱିକେଟ କିପର ଦୀନେଶ କାର୍ତ୍ତିକ ଆଇପିଏଲ ୨୦୨୪ ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ପାଇଁ ଖେଳିବା ପରେ ଅବସର ଘୋଷଣା କରିଥିଲେ। ବର୍ତ୍ତମାନ କାର୍ତ୍ତିକଙ୍କୁ ଅନ୍ତର୍ଜାତୀୟ ଟି-୨୦ ଲିଗରେ ନଜର ଆସିବେ । ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଆଫ୍ରିକାର ଫ୍ରାଞ୍ଚାଇଜ ଆଧାରିତ ଟି-୨୦ ଲିଗ ଏସ୍‌ଏ୨୦ ରେ ପାରଲ ରୟାଲ୍ସ ଦଳ ପକ୍ଷରୁ ସେ ଖେଳିବେ। ଏହି ଟି-୨୦ ଲିଗର ପରବର୍ତ୍ତୀ ସିଜିନ ୨୦୨୫ ଜାନୁଆରୀ ୯ ରୁ ଖେଳାଯିବ । ଯେଉଁଥିରେ କାର୍ତ୍ତିକ ବିଦେଶୀ ଖେଳାଳି ଭାବରେ ରୟାଲ୍ସ ଦଳରେ ରହିବେ ।

ଏସ୍‌ଏ୨୦ରେ ଖେଳିଥିବା ଭାରତର ପ୍ରଥମ ଖେଳାଳି ଦୀନେଶ କାର୍ତ୍ତିକ ହେବେ। ଆଇପିଏଲର ୧୭ ତମ ସିଜନ ଶେଷ ହେବା ପରେ ସେ ତାଙ୍କ ଜନ୍ମଦିନରେ ଅବସର ଘୋଷଣା କରିଥିଲେ । ଦୀନେଶ କାର୍ତ୍ତିକ ଭାରତୀୟ ଦଳ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୧୮୦ଟି ମ୍ୟାଚ ଖେଳିଛନ୍ତି। ଏଥି ସହିତ, ଆରସିବି ଦଳ ତାଙ୍କୁ ୨୦୨୫ ଆଇପିଏଲ ସିଜିନ୍‌ ପାଇଁ ନିଜ ଦଳର ମେଣ୍ଟର ତଥା ବ୍ୟାଟିଂ କୋଚ ଭାବରେ ନିଯୁକ୍ତ କରିଛି।

ଟି-୨୦ କ୍ରିକେଟରେ ଦୀନେଶ କାର୍ତ୍ତିକ ମୋଟ ୪୦୧ଟି ମ୍ୟାଚ ଖେଳିଛନ୍ତି। ସେ ଆଇପିଏଲର ସମସ୍ତ ୧୭ ଟି ସିଜନରେ ଅଂଶଗ୍ରହଣ କରିଛନ୍ତି । ଯେଉଁଥିରେ ସେ ସମୁଦାୟ ୬ ଟି ଦଳ ପକ୍ଷହରୁ ଖେଳିଛନ୍ତି । ସେ କୋଲକାତା ନାଇଟ ରାଇଡର୍ସ ଦଳର ଅଧିନାୟକ ରହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri